ଫିନୋବାର୍ବିଟାଲ

ଉଇକିପିଡ଼ିଆ‌ରୁ
ଫିନୋବାର୍ବିଟାଲ
2D chemical structure of phenobarbital
3D ball-and-stick model of phenobarbital
Clinical data
Trade namesLuminal
AHFS/Drugs.commonograph
MedlinePlusa682007
Pregnancy
category
  • AU: D
  • US: D (Evidence of risk)
Dependence
liability
High
Routes of
administration
Oral (PO), rectal (PR), parenteral (intramuscular and intravenous)
ATC code
Legal status
Legal status
Pharmacokinetic data
Bioavailability>95%
Protein binding20 to 45%
MetabolismHepatic (mostly CYP2C19)
Onset of actionwithin 5 min (IV) and 30 min (PO)[୧]
Elimination half-life53 to 118 hours
Duration of action4 hrs[୧] to 2 days[୨]
ExcretionRenal and fecal
Identifiers
  • 5-Ethyl-5-phenyl-1,3-diazinane-2,4,6-trione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.007 Edit this at Wikidata
Chemical and physical data
FormulaC12H12N2O3
Molar mass232.235 g/mol
3D model (JSmol)
  • O=C1NC(=O)NC(=O)C1(c2ccccc2)CC
  • InChI=1S/C12H12N2O3/c1-2-12(8-6-4-3-5-7-8)9(15)13-11(17)14-10(12)16/h3-7H,2H2,1H3,(H2,13,14,15,16,17) checkY
  • Key:DDBREPKUVSBGFI-UHFFFAOYSA-N checkY
  (verify)

ଫିନୋବାର୍ବିଟାଲ, ଅନ୍ୟ ନାମ ଫିନୋବାର୍ବିଟୋନ ଔଷଧ କେତେକ ପ୍ରକାରର ଅପସ୍ମାର ବାତ ବା ଏପିଲେପ୍ସି ରୋଗ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି ।[୩] ବିକଶିତ ଦେଶମାନଙ୍କରେ ନବଜାତ ଶିଶୁଙ୍କର ବାତ ବା ସିଜର ହେଲେ ବ୍ୟବ‌ହାର କରାଯାଏ,[୪] କିନ୍ତୁ ଅନ୍ୟମାନଙ୍କ ନିମନ୍ତେ ଅନ୍ୟ ଔଷଧ ଦିଆଯାଏ ।[୫] ଏହି ଔଷଧ ପାଟିରେ ଖାଇବାକୁ ଦିଆଯାଏ; ଶୀରାରେ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ସ୍ଟାଟସ ଏପିଲେପ୍ଟିକସରେ ଏହାର ଇଞ୍ଜେକସନ ଦିଆଯାଏ ।[୧] ବେଳେବେଳେ ନିଦ୍ରାହୀନତା, ଉତ୍କଣ୍ଠା, ଡ୍ରଗ ଉଇଥଡ୍ରଆଲ ନିମନ୍ତେ ଏହା ଦିଆଯାଏ ଓ ଅପରେଶନ ସମୟରେ ଦିଆଯାଏ ।[୧] ଇଞ୍ଜେକସନ ଆକାରରେ ଦେଲେ ଏହା ୫ ମିନିଟ ମଧ୍ୟରେ କାର୍ଯ୍ୟକାରୀ ହୁଏ ଓ ପାଟିରେ ଦେଲେ ଅଧ ଘଣ୍ଟା ଲାଗେ ।[୧] ଏହାର ପ୍ରଭାବ ୪ ଘଣ୍ଟାରୁ ୨ ଦିନ ପର୍ଯ୍ୟନ୍ତ ରହେ ।[୧][୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନିମ୍ନ ଚେତନ ସ୍ତର ହୁଏ ଓ ଶ୍ୱାସକ୍ରିୟା ନିମନ୍ତେ ପ୍ରଚେଷ୍ଟା କମିଯାଏ । ଦୀର୍ଘକାଳୀନ ବ୍ୟବ‌ହାରରେ ଡ୍ରଗ ଉଇଥଡ୍ରୟାଲଡ୍ରଗ ଅପ‌ପ୍ରୟୋଗ ହୁଏ । ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଏ । [୧] ଗର୍ଭାବସ୍ଥାରେ ଏହି ଔଷଧ ହାନୀ କରେ ।[୧][୬] ସ୍ତନ୍ୟପାନ ସମୟରେ ଦେଲେ ଏହା ଶିଶୁକୁ ନିଦ୍ରାଳୁ କରାଏ ।[୭] ବ‌ୟସ୍କ ଲୋକ ଓ ଯକୃତ ତ‌ଥା ବୃକ୍‌କ ରୋଗ ଥିଲେ ଅଳ୍ପ ମାତ୍ରେ ଏହା ବ୍ୟବ‌ହାର କରାଯାଏ ।[୧] ଏହା ଗାବା ନିଉରୋଟ୍ରାନସମିଟରର କ୍ରିୟାକଳାପକୁ ବଢ଼େଇ ଦିଏ ।[୧]

ସନ ୧୯୧୨ରେ ଫିନୋବାର୍ବିଟାଲ ଆବିଷ୍କୃତ ହୋଇଥିଲେ ମଧ୍ୟ ଏହା ଅଦ୍ୟାପି ବ୍ୟବ‌ହୃତ ସର୍ବାଧିକ ପୁରୁଣା ଆଣ୍ଟିସିଜର ଔଷଧ[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଆଣ୍ଟିସିଜର ଔଷଧ ମଧ୍ୟରେ ଏହା ସବୁଠାରୁ କମ ଦାମିକା (ବାର୍ଷିକ ଖର୍ଚ୍ଚ ପ୍ରାୟ ୫ ଆମେରିକୀୟ ଡଲାର) ।[୧୧] କେତେକ ଦେଶରେ ଏହା ନିୟନ୍ତ୍ରିତ ଔଷଧ ହୋଇଥିବାରୁ ମିଳେନାହିଁ ।[୧୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Phenobarbital". The American Society of Health-System Pharmacists. Retrieved Aug 14, 2015.
  2. ୨.୦ ୨.୧ Marx, John A. (2010). Rosen's emergency medicine : concepts and clinical practice (7 ed.). Philadelphia: Mosby/Elsevier. p. 1352. ISBN 9780323054720.
  3. Ilangaratne, NB; Mannakkara, NN; Bell, GS; Sander, JW (Dec 1, 2012). "Phenobarbital: missing in action". Bulletin of the World Health Organization. 90 (12): 871-871A. doi:10.2471/BLT.12.113183. PMID 23284189.
  4. Brodie, MJ; Kwan, P (December 2012). "Current position of phenobarbital in epilepsy and its future". Epilepsia. 53 Suppl 8: 40–6. PMID 23205961.
  5. "The epilepsies: the diagnosis and management of the epilepsies in adults and children in primary and secondary care NICE guidelines [CG137]". National Institute for Health and Care Excellence. January 2012. {{cite web}}: |access-date= requires |url= (help); Missing or empty |url= (help)
  6. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  7. "Phenobarbital use while Breastfeeding". 2013. Retrieved 14 August 2015.
  8. Stevens, George M. Brenner, Craig W. (2013). Pharmacology (4th ed.). Philadelphia, PA: Elsevier/Saunders. p. 204. ISBN 9781455702787.{{cite book}}: CS1 maint: multiple names: authors list (link)
  9. Engel, Jerome (2008). Epilepsy : a comprehensive textbook (2nd ed.). Philadelphia: Wolters Kluwer Health/Lippincott Williams & Wilkins. p. 1431. ISBN 9780781757775.
  10. "WHO Model List of Essential Medicines" (PDF). World Health Organization. March 2005. Retrieved 2006-03-12.
  11. ୧୧.୦ ୧୧.୧ Newton, CR (29 September 2012). "Epilepsy in poor regions of the world". Lancet. 380 (9848): 1193–201. doi:10.1016/S0140-6736(12)61381-6. PMID 23021288.