ଫାଗୁନ

ଉଇକିପିଡ଼ିଆ‌ରୁ
(ଫଗୁନରୁ ଲେଉଟି ଆସିଛି)

ଫାଗୁନ ଓଡ଼ିଶାର ଭୁବନେଶ୍ୱରଠାରୁ ଅଲ ଚିକି ଲିପିରେ ସାନ୍ତାଳୀ ଭାଷାରେ ପ୍ରକାଶିତ ଏକ ମାସିକ ପତ୍ରିକା । [୧][୨] ୨୦୦୮ ମସିହା ମାଙ୍ଗାତ୍ ମୁର୍ମୁ ପତ୍ରିକାଟିର ପ୍ରତିଷ୍ଠା କରିଥିଲେ[୩] ଏବଂ ମାଳତୀ ମୁର୍ମୁ ଏହାର ସମ୍ପାଦିକା ।[୪][୫][୬] ଏହା ଭାରତର ସାନ୍ତାଳୀରେ ପ୍ରକାଶିତ ଏକମାତ୍ର ସଂବାଦପତ୍ର ।[୪][୭] ପ୍ରତି ସଂସ୍କରଣର ମୂଲ୍ୟ ୫ ଟଙ୍କା ।[୮] ଏହାର ସମ୍ପାଦନା ନିମନ୍ତେ ମାଳତୀ ମୁର୍ମୁ ୨୦୧୬ରେ ଟେଲିଗ୍ରାଫ ଲେଜେଣ୍ଡ ପୁରସ୍କାର ଲାଭ କରେଥିଲେ ।[୯] ଫଗୁନ ୫୦୦ଟି ସଂସ୍କରଣରୁ ଆରମ୍ଭ ହୋଇ ୨୦୧୮ ବେଳକୁ ୫୦୦୦ଟି ସଂସ୍କରଣ ପ୍ରକାଶ କରୁଛି । ସଂବାଦପତ୍ରଟି ସାରା ଭାରତରେ ଏପରିକି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ପହଞ୍ଚିଥାଏ ।[୧୦][୪]

'ଫାଗୁନ' କେବଳ ଖବର ପ୍ରକାଶ କରେ ନାହିଁ ବରଂ ଏହା ଏକ ସାଂସ୍କୃତିକ ପତ୍ରିକା । ଏଥିରେ ସଂକ୍ଷିପ୍ତ ଗଳ୍ପ ଏବଂ କବିତା, ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ସମୀକ୍ଷା ଏବଂ ଖବର ଛପାଯାଇଥାଏ । ମହିଳା ଏବଂ ଶିଶୁମାନଙ୍କ ପାଇଁ, ରନ୍ଧନ ପ୍ରଣାଳୀ ଆଦି ନିମନ୍ତେ ବିଭିନ୍ନ ଅଧ୍ୟାୟ ରହିଛି । କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠ୍ୟକ୍ରମ ଆଦି ପ୍ରକାଶିତ ହୁଏ । ସାନ୍ତାଳୀ ଭାଷାଭାଷୀମାନେ ଦୀର୍ଘଦିନ ଧରି ନିଜ ମାତୃଭାଷାରେ ଶିକ୍ଷାରୁ ବଞ୍ଚିତ ହୋଇଥିବାରୁ ଏହା ସାନ୍ତାଳୀ ସମୂହ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରକାଶନ ।[୧୧]

ଆଧାର[ସମ୍ପାଦନା]

  1. "Damayanti Beshra - Sahitya Akademi" (PDF). Sahitya Akademi. Retrieved 26 November 2018.
  2. Murmu, SC; Kanhar, N. "Santal Durbar and Its Democratic Role" (PDF). Archived from the original (PDF) on 19 June 2018. Retrieved 26 November 2018.
  3. "Fagun 7th Foundation 2015". allindiaaseca.org (in ଇଂରାଜୀ). Retrieved 2017-11-24. {{cite web}}: Cite has empty unknown parameter: |1= (help)
  4. ୪.୦ ୪.୧ ୪.୨ Ghosh, Rakhi (24 April 2015). "Helping Santalis stay connected". www.tabla.com.sg. Archived from the original on 26 November 2018. Retrieved 26 November 2018.
  5. Ghosh, Rakhi (19 March 2015). "India: Malati Murmu's Santali Newspaper's A Big Hit with the Tribals". highbeam.com. highbeam.com. Archived from the original on 23 November 2018. Retrieved 26 November 2018.
  6. Ghosh, Rakhi (30 December 2015). "A Shout out to 5 of the Most Amazing and yet Least Known Women of 2015: Malati is a Proud Heritage-Keeper". The Better India. Retrieved 26 November 2018.
  7. "India: Malati Murmu's Santali Newspaper's A Big Hit with the Tribals". Archived from the original on 23 November 2018. Retrieved 24 November 2018.
  8. "Santali Newspapers and Magazines". allindiaaseca.org (in ଇଂରାଜୀ). Retrieved 2017-11-24.
  9. "FAGUN - A Santali Newspaper". allindiaaseca.org (in ଇଂରାଜୀ). Retrieved 2017-11-24.
  10. "Unseen and Unsung Heroines". goodnessfoundation.in (in ଇଂରାଜୀ). Retrieved 2017-11-24.
  11. "Helping Santalis stay connected". tabla.com.sg (in ଇଂରାଜୀ). Archived from the original on 2018-11-25. Retrieved 2017-11-24.

ବାହାର ଲିଙ୍କ[ସମ୍ପାଦନା]