ପ୍ଳାସେଣ୍ଟାଲ ଆବରପସନ

ଉଇକିପିଡ଼ିଆ‌ରୁ
ପ୍ଳାସେଣ୍ଟାଲ ଆବରପସନ (Placental abruption)
ଆବରପସିଓ ପ୍ଲାସେଣ୍ଟି (Abruptio placentae)
ପ୍ଳାସେଣ୍ଟାଲ ଆବରପସନ ଯୋଗୁ ବାହ୍ୟ ଓ ଅନ୍ତଃ ରକ୍ତସ୍ରାବ
ବିଭାଗପ୍ରସୂତୀ ବିଜ୍ଞାନ (Obstetrics)
ଲକ୍ଷଣଯୋନୀପଥ ରକ୍ତସ୍ରାବ (Vaginal bleeding), ନିମ୍ନ ଉଦର ଯନ୍ତ୍ରଣା (abdominal pain), ରକ୍ତସ୍ରାବ ଜନିତ ସକ (dangerously low blood pressure)[୧]
ଆକ୍ରାନ୍ତ ସମୟ୨୪ରୁ ୨୪ ସପ୍ତାହର ଗର୍ଭ ସମୟରେ [୨]
କାରଣଅସ୍ପଷ୍ଟ[୨]
ବିପଦ କାରକଧୂମ୍ରପାନ, ପ୍ରିଏକ୍ଲାମ୍ପସିଆ, ପୂର୍ବତନ ଆବରପସନ [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ଅଲଟ୍ରାସାଉଣ୍ଡ (ultrasound)[୧]
ସଠିକ ରୋଗ ନିର୍ଣ୍ଣୟପ୍ଲାସେଣ୍ଟା ପ୍ରିଭିଆ (Placenta previa), en:bloody show, କୋରିଓଆମ୍ନିଓସାଇଟିସ (chorioamnionitis)[୩]
ଔଷଧକର୍ଟିକୋସ୍ଟିରଏଡ (Corticosteroids)[୧]
ଚିକିତ୍ସାବିଛଣା ବିଶ୍ରାମ (Bed rest), ପ୍ରସବ (delivery|)[୧]
ପୁନଃପୌନିକ~୦.୭% ଗର୍ଭାବସ୍ଥାରେ[୨]

ପ୍ଳାସେଣ୍ଟାଲ ଆବରପସନ (ଇଂରାଜୀ ଭାଷାରେ Placental abruption) ନାମ ଦିଆଯାଏ ଯେତେବେଳେ ପ୍ରସବ ପୂର୍ବରୁ ଜରାୟୁରୁ (uterus) ପ୍ଲାସେଣ୍ଟା (placenta) ବିଛିନ୍ନ ହୋଇଯାଏ ।[୨] ସାଧାରଣ ଭାବରେ ଏହା ପ୍ରାୟ ଗର୍ଭାବସ୍ଥାର ୨୫ ସପ୍ତାହ ବେଳକୁ ହୁଏ ।[୨] ଯୋନୀପଥ ରକ୍ତସ୍ରାବ (Vaginal bleeding), ନିମ୍ନ ଉଦର ଯନ୍ତ୍ରଣା (abdominal pain), ରକ୍ତସ୍ରାବ ଜନିତ ସକ (dangerously low blood pressure) ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । [୧] ରୋଗ ଜଟିଳ ହେଲେ ମାତାର ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲୋପାଥି (disseminated intravascular coagulopathy), ବୃକ୍‌ଲ ଫେଲ (kidney failure) ଇତ୍ୟାଦି ହୋଇପାରେ ।[୨] ଶିଶୁର ସ୍ୱଳ୍ପ ଜନ୍ମ ଓଜନ (low birthweight), ପ୍ରିଟର୍ମ ପ୍ରସବ (preterm delivery), ସ୍ଟିଲବାର୍ଥ (stillbirth) ଆଦି ଜଟିଳତା ଦେଖାଯାଇପାରେ । [୨][୩]

ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୨] ଧୂମ୍ରପାନ, ପ୍ରିଏକ୍ଲାମ୍ପସିଆ, ପୂର୍ବତନ ଆବରପସନ, ଗର୍ଭାବସ୍ଥାରେ ଆଘାତ, କୋକେନ ବ୍ୟବ‌ହାର ଓ ପୂର୍ବତନ ସିଜରିଆନ ସେକସନର (caesarean section) ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[୨][୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ନିଶ୍ଚିତ କରାଯାଏ । [୧] ଏହି ରୋଗକୁ ଗର୍ଭର ଜଟିଳତା (complication of pregnancy) ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଏ । [୧]

ଅଳ୍ପ ପରିମାଣର ଆବରପସନ ଥିଲେ ବିଛଣା ବିଶ୍ରାମ (bed rest) ସୁପାରିସ କରାଯାଏ କିନ୍ତୁ ଉଲ୍ଲେଖନୀୟ ରୋଗ ହୋଇଥିଲେ ବା ପ୍ରସବ ସମୟ ହୋଇଯାଇଥିଲେ ପ୍ରସବ କରେଇବାକୁ (delivery) ଉପଦେଶ ଦିଆଯାଏ ।[୧][୪] ରୋଗୀର ଅବସ୍ଥା ସ୍ଥିର ଥିଲେ ଯୋନୀପଥ ପ୍ରସବ (vaginal delivery) କରାଯାଏ ଅନ୍ୟଥା ସିଜରିଆନ ସେକସନ (cesarean section) କରିବାକୁ ଉପଦେଶ ଦିଆଯାଏ ।[୧] ଗର୍ଭ ୩୬ ମାସ ହୋଇଥିଲେ ଶିଶୁର ଫୁସଫୁସ ଉନ୍ନତି ନିମନ୍ତେ କର୍ଟିକୋସ୍ଟିରଏଡ ଦିଆଯାଏ । corticosteroids [୧] ରକ୍ତ ଅନ୍ତର୍ଭରଣ (blood transfusion) ବା ଆଶୁ ହିସ୍ଟେରୋକ୍ଟୋମି (emergency hysterectomy) ଆବଶ୍ୟକ ହୋଇପାରେ । [୨]

ପ୍ରାୟ ୨୦୦ ଗର୍ଭରେ ଜଣକୁ ପ୍ଳାସେଣ୍ଟାଲ ଆବରପସନ ରୋଗ ହୁଏ ।[୫] ଯୋନୀପଥ ରକ୍ତସ୍ରାବର ସର୍ବାଧିକ କାରଣ ପ୍ଲାସେଣ୍ଟା ପ୍ରିଭିଆ (placenta previa) ଓ ଜରାୟୁ ଫାଟିବା (uterine rupture) ସ‌ହିତ ପ୍ଳାସେଣ୍ଟାଲ ଆବରପସନ ରୋଗର ନାମ ନିଆଯାଏ । [୬] ଆସନ୍ନ ପ୍ରସବ ସମୟରେ ୧୫% ଶିଶୁ ମୃତ୍ୟୁ ପ୍ଳାସେଣ୍ଟାଲ ଆବରପସନ ଯୋଗୁ ହୁଏ । [୨] ସନ ୧୬୬୪ରେ ଏହି ରୋଗ ବିଷୟ ବର୍ଣ୍ଣନା ଅଛି । [୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Abruptio Placentae - Gynecology and Obstetrics". Merck Manuals Professional Edition (in କାନାଡିୟ ଇଂରାଜୀ). October 2017. Retrieved 9 December 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Tikkanen, M (February 2011). "Placental abruption: epidemiology, risk factors and consequences". Acta obstetricia et gynecologica Scandinavica. 90 (2): 140–9. doi:10.1111/j.1600-0412.2010.01030.x. PMID 21241259.
  3. ୩.୦ ୩.୧ Saxena, Richa (2014). Bedside Obstetrics & Gynecology (in ଇଂରାଜୀ). JP Medical Ltd. pp. 205–209. ISBN 9789351521037.
  4. Gibbs, Ronald S. (2008). Danforth's Obstetrics and Gynecology (in ଇଂରାଜୀ). Lippincott Williams & Wilkins. p. 385. ISBN 9780781769372.
  5. Sheffield, [edited by] F. Gary Cunningham, Kenneth J. Leveno, Steven L. Bloom, Catherine Y. Spong, Jodi S. Dashe, Barbara L. Hoffman, Brian M. Casey, Jeanne S. (2014). Williams obstetrics (24th edition. ed.). ISBN 978-0071798938. {{cite book}}: |first1= has generic name (help)CS1 maint: multiple names: authors list (link)
  6. Hofmeyr, GJ; Qureshi, Z (October 2016). "Preventing deaths due to haemorrhage". Best practice & research. Clinical obstetrics & gynaecology. 36: 68–82. doi:10.1016/j.bpobgyn.2016.05.004. PMID 27450867.
  7. The Journal of the Indiana State Medical Association (in ଇଂରାଜୀ). The Association. 1956. p. 1564.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ