ପ୍ଲାସେଣ୍ଟା ପ୍ରିଭିଆ

ଉଇକିପିଡ଼ିଆ‌ରୁ
ପ୍ଲାସେଣ୍ଟା ପ୍ରିଭିଆ (Placenta praevia)
Placenta previa
ପ୍ଲାସେଣ୍ଟା ପ୍ରିଭିଆ ଗ୍ରେଡ଼ ୪ର ଚିତ୍ର ଦେଖାଯାଉଛି ।
ବିଭାଗପ୍ରସୂତୀ ବିଜ୍ଞାନ (Obstetrics
ଲକ୍ଷଣଯନ୍ତ୍ରଣା ବିହୀନ ଉଜ୍ଜ୍ୱଳ ଲାଲ ରଙ୍ଗର ଯୋନୀପଥ ରକ୍ତସ୍ରାବ (vaginal bleeding) [୧]
ଆକ୍ରାନ୍ତ ସମୟଗର୍ଭାବସ୍ଥାର ଦ୍ୱିତୀୟ ଭାଗ [୧]
ବିପଦ କାରକବୟସ ବୃଦ୍ଧି ସମୟରେ, ଧୂମ୍ରପାନ )(smoking), ପୂର୍ବରୁ ସିଜରିଆନ ସେକସନ (cesarean section), ପ୍ରସବ ପ୍ରବର୍ତ୍ତନ (labor induction), ବା ଗର୍ଭ ସମାପ୍ତ କରିବା (termination of pregnancy)[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିଅଲଟ୍ରାସାଉଣ୍ଡ (Ultrasound)[୧]
ସଠିକ ରୋଗ ନିର୍ଣ୍ଣୟପ୍ଲାସେଣ୍ଟା ଆବରପସନ (Placental abruption)[୧]
ଚିକିତ୍ସାବିଛଣା ବିଶ୍ରାମ (Bed rest), ସିଜରିଆନ ସେକସନ [୧]
ପୁନଃପୌନିକସମୁଦାୟ ଗର୍ଭାବସ୍ଥାର ପ୍ରାୟ ୦.୫% [୪]

ପ୍ଲାସେଣ୍ଟା ପ୍ରିଭିଆ (ଇଂରାଜୀ ଭାଷାରେ Placenta praevia) ନାମ ଦିଆଯାଏ ଯେତେବେଳେ ଜରାୟୁର (uterus) ସର୍ଭିକ୍ସ ଦ୍ୱାର (cervical opening) ପାଖରେ ପ୍ଲାସେଣ୍ଟା (placenta) ସଂଯୁକ୍ତ ହୋଇଥାଏ ।[୧] ମୂଖ୍ୟ ଲକ୍ଷଣରେ ଗର୍ଭାବସ୍ଥାର ଦ୍ୱିତୀୟାର୍ଦ୍ଧରେ ଯୋନୀପଥ ରକ୍ତସ୍ରାବ (vaginal bleeding in the second half of pregnancy) ହୁଏ ।[୧] ଉଜ୍ଜ୍ୱଳ ଲାଲ ରଙ୍ଗର ରକ୍ତସ୍ରାବ ବିନା ଯନ୍ତ୍ରଣାରେ ହୁଏ ।[୧] ରୋଗ ଜଟିଳ ହେଲେ ପ୍ରସବ ପର ରକ୍ତସ୍ରାବ (Bleeding after delivery), ହେମିରେଜିକ ସକ (dangerously low blood pressure|) ଓ ପ୍ଲାସେଣ୍ଟା ଆକ୍ରିଟା (placenta accreta) ହୋଇପାରେ ।[୫][୩] ଅନ୍ୟ ପକ୍ଷରେ ଶିଶୁର ଫିଟସ ବିକାଶ କମ ହୋଇଯାଏ (Fetal growth restriction) ।[୧]

ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଅଧିକ ବୟସରେ ଗର୍ଭ, ଧୂମ୍ରପାନ )(smoking), ପୂର୍ବରୁ ସିଜରିଆନ ସେକସନ (cesarean section), ପ୍ରସବ ପ୍ରବର୍ତ୍ତନ (labor induction), ବା ଗର୍ଭ ସମାପ୍ତ କରିବା (termination of pregnancy) ସକ୍ଷମ ହୁଅନ୍ତି ।[୨][୩] ଅଲଟ୍ରାସାଉଣ୍ଡ (ultrasound) କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଏହି ରୋଗକୁ ଗର୍ଭାବସ୍ଥାର ଜଟିଳତା (complication of pregnancy) ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଏ ।[୧]

ଗର୍ଭ (weeks pregnant|) ୩୬ ମାସ ପୂର୍ବରୁ ହୋଇଥିଲେ ଓ ସ୍ୱଳ୍ପ ପରିମାଣ ରକ୍ତସ୍ରାବ ହେଉଥିଲେ ବିଛଣା ବିଶ୍ରାମ (bed rest) ଓ ଯୌନ ସମ୍ଭୋଗ (sexual intercourse) ଏଡ଼େଇବାକୁ ଉପଦେଶ ଦିଆଯାଏ ।[୧] ଏହି ସମୟରେ କର୍ଟିକୋସ୍ଟିରଏଡ (corticosteroids) ଦେଇ ଗର୍ଭସ୍ଥ ଶିଶୁର ଫୁସଫୁସ ବିକାଶ କରିବାରେ ସାହାଯ୍ୟ କରାଯାଏ । [୧] ଗର୍ଭ ୩୬ ମାସ ପରେ ଥିଲେ ଓ ଉଲ୍ଲେଖନୀୟ ରକ୍ତସ୍ରାବ ଥିଲେ ସିଜରିଆନ ସେକସନ କରିବାକୁ ଉପଦେଶ ଦିଆଯାଏ ।[୧] ଗର୍ଭ ଆରମ୍ଭ ସମୟରେ ଏ ରୋଗ ହେଲେ ସ୍ୱୟଂ ଉପଶମ ହୋଇଯାଏ । [୧]

ମୋଟ ଗର୍ଭିଣୀ ସଂଖ୍ୟାର ୦.୫% ଏହି ରୋଗର ଶିକାର ହୁଅନ୍ତି ।[୪] ଚାରି ଥର ସିଜରିଆନ ସେକସନ ହେବା ପରେ ଏହା ୧୦% ଗର୍ଭିଣୀଙ୍କୁ ଆକ୍ରମଣ କରେ ।[୩] ବିଂଶ ଶତାବ୍ଦୀର ଶେଷ ଭାଗ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ସଂଖ୍ୟା ବଢ଼ୁଥିବା ଦେଖାଯାଉଛି ।[୨] ଏହି ରୋଗ ବିଷୟ ପ୍ରଥମେ ସନ ୧୬୮୫ରେ ପଲ ପୋର୍ଟାଲଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Placenta Previa – Gynecology and Obstetrics – Merck Manuals Professional Edition". Merck Manuals Professional Edition (in କାନାଡିୟ ଇଂରାଜୀ). October 2017. Retrieved 9 December 2017.
  2. ୨.୦ ୨.୧ ୨.୨ Palacios-Jaraquemada, JM (April 2013). "Caesarean section in cases of placenta praevia and accreta". Best practice & research. Clinical obstetrics & gynaecology. 27 (2): 221–32. doi:10.1016/j.bpobgyn.2012.10.003. PMID 23127895.
  3. ୩.୦ ୩.୧ ୩.୨ ୩.୩ Allahdin, S; Voigt, S; Htwe, TT (2011). "Management of placenta praevia and accreta". Journal of obstetrics and gynaecology : the journal of the Institute of Obstetrics and Gynaecology. 31 (1): 1–6. doi:10.3109/01443615.2010.532248. PMID 21280984.
  4. ୪.୦ ୪.୧ Cresswell, JA; Ronsmans, C; Calvert, C; Filippi, V (June 2013). "Prevalence of placenta praevia by world region: a systematic review and meta-analysis". Tropical medicine & international health : TM & IH. 18 (6): 712–24. doi:10.1111/tmi.12100. PMID 23551357.
  5. Fan, D; Xia, Q; Liu, L; Wu, S; Tian, G; Wang, W; Wu, S; Guo, X; Liu, Z (2017). "The Incidence of Postpartum Hemorrhage in Pregnant Women with Placenta Previa: A Systematic Review and Meta-Analysis". PLOS One. 12 (1): e0170194. doi:10.1371/journal.pone.0170194. PMC 5249070. PMID 28107460.{{cite journal}}: CS1 maint: unflagged free DOI (link)
  6. Baskett, Thomas F.; Calder, Andrew A.; Arulkumaran, Sabaratnam (2014). Munro Kerr's Operative Obstetrics E-Book (in ଇଂରାଜୀ). Elsevier Health Sciences. p. 178. ISBN 978-0-7020-5248-4.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ