ପ୍ରୋଜେସ୍ଟିରନ ଯୋନୀପଥ ମୁଦ୍ରିକା

ଉଇକିପିଡ଼ିଆ‌ରୁ
ପ୍ରୋଜେସ୍ଟିରନ ଯୋନୀପଥ ମୁଦ୍ରିକା
Background
TypeHormonal
First use1998
Failure rates (first year)
Perfect use?
Typical use1.5%[୧]
Usage
Duration effect3 months
User reminders?
Advantages and disadvantages
STI protectionno[୨]
Period advantagesperiods may not occur while ring is inserted
Benefitseasy insertion and removal[୩]

ପ୍ରୋଜେସ୍ଟିରନ ଯୋନୀପଥ ମୁଦ୍ରିକା (ଇଂରାଜୀ ଭାଷାରେ Progesterone vaginal ring, ଅନ୍ୟ ନାମ ପ୍ରୋଜେସ୍ଟିରନ-କେବଳ ଯୋନୀପଥ ମୁଦ୍ରିକା) ଏକ ପ୍ରକାର ଯୋନୀପଥ ମୁଦ୍ରିକା (vaginal ring) ଯାହା ଶିଶୁର ସ୍ତନ୍ୟପାନ ଅବଧିରେ ମାତାର ଜନ୍ମ ନିରୋଧ ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ପ୍ରସବ ପରେ ଏକ ମାସଠାରୁ ଆରମ୍ଭ କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ ଏହା ବ୍ୟବ‌ହାର କରାଯାଏ ।[୪][୩] ଏକ ଶତ ମହିଳାଙ୍କ ମଧ୍ୟରୁ ୧.୫ ଜଣଙ୍କ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇନପାରେ ।[୧] ଗୋଟିଏ ମୁଦ୍ରିକା ଯୋନୀପଥରେ (vagina) ୩ମାସ ପର୍ଯ୍ୟନ୍ତ ରଖାଯାଏ ।[୪] ମହିଳାମାନେ ନିଜେ ଏହାକୁ ଯୋନୀପଥରେ ରଖିପାରିବେ ଓ ବାହାରକରିପାରିବେ ।[୩]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀପଥ ସ୍ରାବ (vaginal discharge) ଓ ପରିସ୍ରା କଲାବେଳେ (urination) ଯନ୍ତ୍ରଣା ହୋଇପାରେ ।[୩] ଏହାଦ୍ୱାରା କୌଣସି ସାଂଘାତିକ ପ୍ରତିକ୍ରିୟା ହେବା ଜଣାଯାଇନାହିଁ ।[୩][୫] ଏହାର ବ୍ୟବ‌ହାର ଅବଧିରେ ଋତୁସ୍ରାବ ପ୍ରାୟ ଆରମ୍ଭ ହୁଏନାହିଁ । ଏହାର ବ୍ୟବ‌ହାର ଅବଧିରେ ସ୍ତନ୍ୟଦୁଗ୍ଧ ତିଆରିରେ କୌଣସି ସମସ୍ୟା ହେଉନଥିବାରୁ ନିର୍ଦ୍ଦିଷ୍ଟ ଭାବରେ ଏହି କାରଣରୁ ଏହା ତିଆରି ହୋଇଛି । ଏହାଦ୍ୱାରା ପ୍ରୋଜେସ୍ଟିରନ (progesterone) ହରମୋନ ଧୀରେ ନିର୍ଗତ ହେବାରୁ କାର୍ଯ୍ୟକ୍ଷମ ହୁଏ ।[୧]

ସନ ୧୯୯୮ରୁ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପ୍ରୋଜେସ୍ଟିରନ ଯୋନୀପଥ ମୁଦ୍ରିକା ସ୍ୱୀକୃତ ହୋଇଛି ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସନ ୨୦୧୪ରେ ଏହା ଦକ୍ଷିଣମଧ୍ୟ ଆମେରିକା (Central American) ଆଦି ଦେଶମାନଙ୍କରେ ମିଳୁଛି ।[୧] ସନ ୨୦୧୬ ସୁଦ୍ଧା ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳିନାହିଁ ।[୪] ଏହା ପୋପୁଲେସନ କାଉନସିଲଦ୍ୱାରା (Population Council) ପ୍ରସ୍ତୁତ ହୋଇ ପ୍ରୋଜେରିଙ୍ଗ ନାମରେ ବିକ୍ରୟ ହେଉଛି ।[୭][୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Whitaker, Amy; Gilliam, Melissa (2014). Contraception for Adolescent and Young Adult Women (in ଇଂରାଜୀ). Springer. p. 98. ISBN 9781461465799.
  2. ୨.୦ ୨.୧ ୨.୨ "Progesterone Vaginal Ring" (PDF). PATH. Archived from the original (PDF) on 5 November 2017. Retrieved 28 December 2016.
  3. ୩.୦ ୩.୧ ୩.୨ ୩.୩ ୩.୪ The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. pp. 334–335. ISBN 9789240694941. Retrieved 8 December 2016.
  4. ୪.୦ ୪.୧ ୪.୨ Greenberg, Jerrold S.; Bruess, Clint E.; Oswalt, Sara B. (2016). Exploring the Dimensions of Human Sexuality (in ଇଂରାଜୀ). Jones & Bartlett Publishers. ISBN 9781284081541.
  5. Carr, SL; Gaffield, ME; Dragoman, MV; Phillips, S (September 2016). "Safety of the progesterone-releasing vaginal ring (PVR) among lactating women: A systematic review". Contraception. 94 (3): 253–61. PMID 25869631.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Population Council's Progesterone Contraceptive Vaginal Ring Added to WHO 2015 Essential Medicines List and Included in Medical Eligibility Criteria Guidance for Providers | Population Council". www.popcouncil.org. 9 June 2015. Retrieved 28 December 2016.