ପ୍ରୋଗୁଆନିଲ

ଉଇକିପିଡ଼ିଆ‌ରୁ
ପ୍ରୋଗୁଆନିଲ
Clinical data
Trade namesPaludrine, others
Synonymschlorguanide, chloroguanide[୧]
AHFS/Drugs.comMicromedex Detailed Consumer Information
Routes of
administration
By mouth (tablets)
ATC code
Legal status
Legal status
  • ℞ (Prescription only)
Pharmacokinetic data
Protein binding75%
MetabolismBy liver (CYP2C19)
Metabolitescycloguanil and 4-chlorophenylbiguanide
Elimination half-life12–21 hours[୨]
Identifiers
  • 1-[amino-(4-chloroanilino)methylidene]-2-propan-2-ylguanidine
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.007.196 Edit this at Wikidata
Chemical and physical data
FormulaC11H16ClN5
Molar mass253.731 g/mol
3D model (JSmol)
Melting point129 °C (264 °F)
  • Clc1ccc(NC(=N/C(=N/C(C)C)N)N)cc1
  • InChI=1S/C11H16ClN5/c1-7(2)15-10(13)17-11(14)16-9-5-3-8(12)4-6-9/h3-7H,1-2H3,(H5,13,14,15,16,17) checkY
  • Key:SSOLNOMRVKKSON-UHFFFAOYSA-N checkY
  (verify)

ପ୍ରୋଗୁଆନିଲ (ଇଂରାଜୀ ଭାଷାରେ Proguanil, ଅନ୍ୟ ନାମ କ୍ଲୋରୋଗୁଆନାଇଡ/କ୍ଲୋରଗୁଆନାଇଡ) ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଅଧିକାଂଶ କ୍ଷେତ୍ରରେ ଏହା କ୍ଲୋରୋକୁଇନ ବା ଆଟୋଭାକ୍ୱୋନ (atovaquone) ସ‌ହିତ ଦିଆଯାଏ ।[୩][୪] ସାମାନ୍ୟ କ୍ଲୋରୋକୁଇନ ଅବରୋଧ (resistant) କେଶ୍‌ରେ କ୍ଲୋରୋକୁଇନ ସ‌ହିତ ପ୍ରୋଗୁଆନିଲ ଦିଆଯାଏ । [୪] ଏହା ପାଟିରେ ଦିଆଯାଏ ।[୫]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କୋଷ୍ଠକାଠିନ୍ୟ, ଚର୍ମରାସ, କେଶହାନୀ ଓ ଗଲୁ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ମ୍ୟାଲେରିଆ ସାଂଘାତିକ ହେଉଥିବାରୁ ଔଷଧ ସଙ୍କଟ ଅପେକ୍ଷା ଉପକାର ଅଧିକ ଜଣାପଡ଼େ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଏହା ସ‌ହିତ ଫୋଲେଟ (folate) ଦିଆଯାଏ । ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୪] ଯକୃତରେ ଏହା ପରିବର୍ତ୍ତିତ ହୋଇ ସକ୍ରିୟ ସାଇକ୍ଲୋଗୁଆନିଲ (cycloguanil) ଚୟାପଚୟଜରେ (metabolite) ପରିଣତ ହୁଏ ।[୩]

ପ୍ରୋଗୁଆନିଲ ଅତି କମ୍‌ରେ ସନ ୧୯୪୫ରୁ ଅନୁଶୀଳନ ହୋଇଆସିଛି ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ଦିନ‌ର ହୋଲସେଲ ମୂଲ୍ୟ ପ୍ରାୟ ୦.୧୦ରୁ ୦.୫୦ ଆମେରିକୀୟ ଡଲାର ।[୫] କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଶ୍ରିତ ଭାବରେ ଆଟୋଭାକ୍ୱୋନ/ପ୍ରୋଗୁଆନିଲ (atovaquone/proguanil) ଆକାରରେ ମିଳେ ।[୮]

ଆଧାର[ସମ୍ପାଦନା]

  1. Mehlhorn, Heinz (2008). Encyclopedia of Parasitology: A-M (in ଇଂରାଜୀ). Springer Science & Business Media. p. 388. ISBN 9783540489948.
  2. "Malarone (atovaquone/proguanil) Tablets, Pediatric Tablets. Full Prescribing Information" (PDF). GlaxoSmithKline. Research Triangle Park, NC 27709. Retrieved 14 July 2016.
  3. ୩.୦ ୩.୧ "Atovaquone and Proguanil Hydrochloride". The American Society of Health-System Pharmacists. Retrieved 8 December 2016.
  4. ୪.୦ ୪.୧ ୪.୨ WHO Model Formulary 2008 (PDF). World Health Organization. 2009. p. 199, 203, 594. ISBN 9789241547659. Retrieved 8 December 2016.
  5. ୫.୦ ୫.୧ "Proguanil". International Drug Price Indicator Guide. Archived from the original on 4 February 2020. Retrieved 8 December 2016.
  6. Nzila, Alexis (2006-06-01). "The past, present and future of antifolates in the treatment of Plasmodium falciparum infection". Journal of Antimicrobial Chemotherapy (in ଇଂରାଜୀ). 57 (6): 1043–1054. doi:10.1093/jac/dkl104. ISSN 0305-7453. PMID 16617066.
  7. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  8. "Proguanil". www.medscape.com. Medscape. Retrieved 8 November 2016.