ପ୍ରେରଣା ଦେଶପାଣ୍ଡେ

ଉଇକିପିଡ଼ିଆ‌ରୁ
ପ୍ରେରଣା ଦେଶପାଣ୍ଡେ
Prerana Deshpande in a concert on 1 September 2016, at Mahaveer School Auditorium, Jaipur.
ଜୟପୁର ସ‌ହରସ୍ଥିତ ମହାବୀର ସ୍କୁଲର ଏକ ପ୍ରଦର୍ଶନରେ ପ୍ରେରଣା ଦେଶପାଣ୍ଡେ
Nationality ଭାରତ
Citizenshipଭାରତୀୟ
Educationଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ଗଣିତ ଶାସ୍ତ୍ର
Alma materସାବିତ୍ରୀ ବାଇ ପୁଣେ ବିଶ୍ୱବିଦ୍ୟାଳୟ
Occupation(s)ନୃତ୍ୟ, ନୃତ୍ୟ ନିର୍ଦ୍ଦେଶନା ଓ ଗବେଷଣା
Organizationନୃତ୍ୟଧାମ
Stylekathak କଥକ
Awardsଦେବଦାସୀ ଜାତୀୟ ପୁରସ୍କାର
(see all)

ପ୍ରେରଣା ଦେଶପାଣ୍ଡେ (ଇଂରାଜୀ ଭାଷାରେ Prerana Deshpande) ଜଣେ ଭାରତୀୟ କଥକ ନୃତ୍ୟାଙ୍ଗନା । [୧] ସେ ମାତ୍ର ସାତ ବର୍ଷ ବୟସରେ ଶରଦିନି ଗୋଲେ ତ‌ତ୍ତ୍ୱାବଧାନରେ କଥକ ନୃତ୍ୟ ଶିଖିବାକୁ ଆରମ୍ଭ କରିଥଲେ । ପନ୍ଦର ବର୍ଷ ବୟସରେ ଉପନୀତ ହେଲାବେଳେ ସେ ପ୍ରଥମ ନୃତ୍ୟ ପ୍ରଦର୍ଶନ କରିଥିଲେ[୨] ଗୁରୁ ଶିଷ୍ୟ ପରମ୍ପରାରେ ସେ ରୋହିଣୀ ଭାଟେଙ୍କଠାରୁ କଥକ ନୃତ୍ୟ,[୨] ଲକ୍ଷ୍ନୌ ଓ ଜୟପୁର ଘରାନାରୁ ୨୨ ବର୍ଷ ଧରି ଶିକ୍ଷା କରିଥିଲେ ।[୩] ତାଙ୍କର ସୁନ୍ଦର ନୃତ୍ୟ ଗତିବିଧି ଯୋଗୁ ସେ ଜଣାଶୁଣା ଥିଲେ ଓ ଅଭିନୟ ଭଳି ଅନେକ ରକମର କଥକ କଳାରେ ପ୍ରବୀଣ ଥିଲେ ।[୪] ଲୟରେ ତାଙ୍କର ଆଧିପତ୍ୟ ଥିଲା ।[୫]

ପ୍ରେରଣା ଦେଶପାଣ୍ଡେ ବିଧିବଦ୍ଧ ଭାବରେ ଭାରତର ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦାଳ‌ୟର ଲଳିତ କଳା କେନ୍ଦ୍ରରେ କଳା ପ୍ରଦର୍ଶନ ଶିକ୍ଷା କରିଥିଲେ । କଥକ ନୃତ୍ୟରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଗଣିତରେ ସେ ଏକ ସ୍ନତକ ଡିଗ୍ରୀ ହାସଲ କରିଥିଲେ ।[୨] ତାଙ୍କର ନୃତ୍ୟରେ ସେ ଗଣିତର ଜ୍ଞାନ ଲାଗୁ କରିଥିଲେ ।[୬]

କଳା ପ୍ରତି ତାଙ୍କର ନିଷ୍ଠା ଯୋଗୁ ପୁଣେରେ ସେ ନୃତ୍ୟଧାମ ନାମକ ଏକ କଥକ ନୃତ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ଯେଉଁଠାରେ ଦେଶ ବିଦେଶରୁ ବ‌ହୁତ ଛାତ୍ର ଛାତ୍ରୀ ଆସି ଶିକ୍ଷା ଲାଭ କରିଥିଲେ[୭][୮] ଓ ଏକ ସ୍ଥିର ଦଳ ତାଙ୍କର କଳା ପ୍ରଦର୍ଶନ କରୁଥିଲେ ଓ ଉତ୍ସବମାନଙ୍କରେ ଉନ୍ନତ ପ୍ରଦର୍ଶନ ଦେଖାଉଥିଲେ ।[୯]

ସନ ୨୦୧୦ରେ ସୁଜାତା ଓ ପ୍ରେରଣା ଦେଶପାଣ୍ଡେ ଦୁହେଁ ମିଶି ପ୍ରଦର୍ଶନ କରିବାକୁ ଲାଗିଲେ ।[୧୦] ସନ ୨୦୧୮ରେ ପଣ୍ଡିତ ମୋହନରାଓ କଲ୍ଲିଅନପୁରକର କରିଥିବା ତାଲକୁ ଅନୁବାଦକମାନେ ତାଲ-ମାଲା ନାମରେ ଏକ ସୁଦୀର୍ଘ ପରିବର୍ତ୍ତନ ଆଣିଥିଲେ ଓ ତାହାର ;ସ୍ପେସ:ତାଲମାଲା' ନାମକରଣ କରିଥିଲେ । ଏହାର ପ୍ରଥମ ପ୍ରଦର୍ଶନ ନିମନ୍ତେ ରତିକାନ୍ତ ମହାପାତ୍ର ଓ ତାଙ୍କ ଓଡ଼ିଶୀ ଦଳକୁ ନିମନ୍ତ୍ରଣ କରାଯାଇଥିଲା । [୧୧]

ପରିବାର[ସମ୍ପାଦନା]

ପ୍ରସିଦ୍ଧ ଏକ‌କ ତବଲା ବାଦକ ଶ୍ରୀ ସୁପ୍ରୀତ ଦେଶପାଣ୍ଡେଙ୍କୁ ସେ ବିବାହ କରିଥିଲେ ।[୧୨][୧୩] ଈଶ୍ୱରୀ ଦେଶପାଣ୍ଡେ ତାଙ୍କର ଏକମାତ୍ର କନ୍ୟା ଭାବରେ ଜାତ ହୋଇଥିଲେ ଯିଏ ତାଙ୍କର ନୃତ୍ୟଧାମରେ ଏକ ଅଗ୍ରଣୀ ଛାତ୍ରୀ ଥିଲେ । ସନ ୧୯୯୯ ସମୟ ବେଳକୁ ଈଶ୍ୱରୀ ନୃତ୍ୟ କରିବାକୁ ଆରମ୍ଭ କରିଥିଲେ[୧୨] ଓ କଥକ ନୃତ୍ୟରେ ତାଙ୍କଠାରୁ ୧୨ ବର୍ଷ ବୟସରେ ବଡ଼ ପିଲାଙ୍କଠାରୁ ସେ ବାରି ହୋଇପଡ଼ୁଥିଲେ ।[୧୪]

ରଚନାତ୍ମକ ସ‌ହ‌ଯୋଗ[ସମ୍ପାଦନା]

ପଣ୍ଡିତ ହେମନ୍ତ ଦେଶପାଣ୍ଡେଙ୍କ ଅବଧାରଣାରେ ପ୍ରେରିତ ମୀରା ବାଈଙ୍କର ଜୀବନ ଓ ସଙ୍ଗୀତ ଉପରେ ଆଧାରିତ 'ମ୍ହାରୋ ପ୍ରଣାମ' ନାମକ ଏକ ରଚନାତ୍ମକ ସ‌ହ‌ଯୋଗ ସଙ୍ଗୀତର କଥକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପ୍ରେରଣା ଦେଶପାଣ୍ଡେ ।[୧୫][୮]

ପୃଥିବୀ ଅଜନ୍ତା ଓ ଏଲୋରା ଗୁମ୍ଫାର ଦୃଶ୍ୟ ଦର୍ଶନ କରିବା ପରେ ପ୍ରେରିତ ହୋଇ ସନ ୨୦୦୭ରେ ବିଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ରଙ୍କ ସାଥିରେ ପ୍ରେରଣା ଦେଶପାଣ୍ଡେ ମିଶି ଏକ କଥକ-ଓଡ଼ିଶୀ ସ‌ହ‌ଯୋଗ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହାର ଶିର୍ଷକର ନାମ ଥିଲା 'ଅଜନ୍ତା ଜିବନ୍ତ ହୋଇ ଆସୁଛି', ଯାହା ପୁଣେରେ ୧୮ ଫେବୃଆରୀ ୨୦୦୭ରେ ପ୍ରଦର୍ଶିତ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରେ ସୁନିଲ କୋଠାରୀଙ୍କର ଏହି ସ‌ହ‌ଯୋଗ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।[୧୬][୧୭]

ପୁରସ୍କାର[ସମ୍ପାଦନା]

  • ୨୦୧୬: ଦେବଦାସୀ ଜାତୀୟ ପୁରସ୍କାର[୧୮]
  • ବିରଜୁ ମହାରାଜ ହାତରୁ ଗୌରବ ପୁରସ୍କାର[୧୯]
  • ମୁମ୍ବାଇର ସୁର ଶିଙ୍ଗାର ସମସଦ ପକ୍ଷରୁ ଶିଙ୍ଗାର ମଣି ଉପାଧୀ[୨୦][୨୧]
  • ୧୯୯୪: ନୃତ୍ୟଶ୍ରୀ - କିରଣ ଦ୍ୱାରା, କଟନି[୨୦][୨୧]

ଆଧାର[ସମ୍ପାଦନା]

  1. Kulkarni, Pranav (24 April 2010). "Step by Step". The Indian Express. Retrieved 5 January 2017.
  2. ୨.୦ ୨.୧ ୨.୨ Grover, Heena (26 February 2016). "They have danced their way to glory". The Golden Sparrow. Retrieved 25 November 2016.[permanent dead link]
  3. Sreeram, Lakshmi (19 July 2018). "Kathak's conundrum: Amid appreciation for outward dazzle, is genuine artistry in danger of being overlooked?". Firstpost. Retrieved 19 July 2018.
  4. Macaulay, Alastair (21 August 2009). "Just Try to Pass by Without Being Stunned". The New York Times. Retrieved 5 January 2017.
  5. Dr. Kothari, Sunil (10 September 2009). "New York Diary: Erasing Borders Dance Festival". Narthaki. Retrieved 5 January 2017.
  6. "The Mathematics of Rhythm". Asia Society. 5 June 2010. Retrieved 31 January 2017.
  7. "Nrityadham". Prerana Deshpande. Archived from the original on 2017-01-10. Retrieved 5 January 2017.
  8. ୮.୦ ୮.୧ Chaudhuri, Nupur (19 August 2010). "Lessons in faith". The Indian Express. Retrieved 5 January 2017.
  9. "Shaniwarwada Dance & Music Festival enters in its 16th year". Punekarnews. 27 February 2017. Retrieved 27 February 2017.
  10. Srikanth, Rupa (29 January 2010). "Statuesque postures". The Hindu. Retrieved 5 January 2017.
  11. "An evening dedicated to Kathak and Odissi with the dancers of Nrityadhaam Pune". Times of India. 2 February 2018. Retrieved 27 February 2018.
  12. ୧୨.୦ ୧୨.୧ "Ishwari Deshpande". Happiness Inc. Archived from the original on 2016-12-22. Retrieved 17 December 2016.
  13. "Supreet Deshpande". Archived from the original on 15 ଫେବୃଆରୀ 2017. Retrieved 15 ଫେବୃଆରୀ 2017.
  14. "Dancers win national kathak awards". The Times of India. 5 January 2009. Retrieved 15 February 2017.
  15. "Mharo Pranam - Concept". Mharo Pranam. Retrieved 5 January 2017.
  16. "Indian classical music and dance is being increased globally accepted package that believes in fusion". Pune Newsline. 9 July 2008. Archived from the original on 26 November 2016. Retrieved 5 January 2017.
  17. "News at Lokmat". Lokmat. 26 November 2007. Archived from the original on 26 November 2016. Retrieved 5 January 2017.
  18. "Prerana Deshpande gets Devadasi National Award". The Indian Express. 21 December 2016. Retrieved 21 December 2016.
  19. "Prerana Deshpande Kathak Dancer Profile". ThiRaseela. Retrieved 21 December 2016.
  20. ୨୦.୦ ୨୦.୧ "Prerana Deshpande". Prerana Deshpande. Archived from the original on 2017-01-06. Retrieved 5 January 2017.
  21. ୨୧.୦ ୨୧.୧ "ICMC: India Dance Festival" (PDF). FunAsia. Archived from the original (PDF) on 6 ଜାନୁଆରୀ 2017. Retrieved 5 ଜାନୁଆରୀ 2017.