ମୀରା ବାଈ

ଉଇକିପିଡ଼ିଆ‌ରୁ
ମୀରା ବାଈ
ମୀରା ବାଈ
ଜନ୍ମମୀରା
c. १४९८
କୁଡକୀ, ପଲ୍ଲୀ, ରାଜସ୍ଥାନ, ଭାରତ
ଗୁରୁସନ୍ତ ରବିଦାସ
ଦର୍ଶନଭକ୍ତି କାଳ
ସାହିତ୍ୟ କୃତିଭଗବାନ କୃଷ୍ଣଙ୍କ ଉପରେ ପଦ୍ୟ


ମୀରା ବାଈ (୧୫୦୪-୧୫୫୮) କୃଷ୍ଣ ଭକ୍ତି ଶାଖାର ପ୍ରମୁଖ କବି ଥିଲେ । ତାଙ୍କ କବିତାରେ ସ୍ତ୍ରୀ ପରାଧିନତା ପ୍ରତି ଏକ ଗଭୀର କଥା ରହିଛି , ଯାହା ଭକ୍ତିର ରଙ୍ଗରେ ରଙ୍ଗୀନ ଏବଂ ଗଭୀର ହୋଇପାରିଛି ।[୧] ମୀରା ବାଈ କୃଷ୍ଣ-ଭକ୍ତିର ସ୍ଫୁଟ ପଦର ରଚନା କରିଥିଲେ ।

ରାଜ ରବିବର୍ମାଙ୍କଦ୍ୱାରା ବନଯାଇଥିବା ମୀରା ବାଈଙ୍କ ଚିତ୍ର

ଜୀବନ ପରିଚୟ[ସମ୍ପାଦନା]

ମୀରା ବାଈଙ୍କ ଜନ୍ମ ୧୫୦୪ରେ ଯୋଦ୍ଧାପୁରର କୁଡକୀ ନାମକ ଗ୍ରାମରେ ହୋଇଥିଲା ।[୨] କୁଡକୀରେ ମୀରାବାଈଙ୍କ ପିତା "ରତ୍ନ ସିଂହ" ଘର ଥିଲା । ସେ ପିଲା ଦିନରୁ ହିଁ ଶ୍ରୀ କୃଷ୍ଣଙ୍କ ଭକ୍ତି ପ୍ରତି ରୁଚି ପ୍ରକଟ କରିଥିଲେ।

ତାଙ୍କ ବିବାହ ଉଦୟପୁରର ମହାରଣା କୁମ୍ବର ଭୋଜରାଜଙ୍କ ସଙ୍ଗେ ହୋଇଥିଲା ଯିଏ ଉଡେପୁର ମହାରଣା ସାଙ୍ଗାଙ୍କ ପୁତ୍ର ଥିଲେ। ବିବାହର କିଛି ଦିନ ମଧ୍ୟରେ ମୀରାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ମୀରାଙ୍କୁ ମଧ୍ୟ ସତୀ କରିବାକୁ ପ୍ରୟାସ କରାଯାଇଥିଲା କିନ୍ତୁ ମୀରା ଏହା ପାଇଁ ପ୍ରସ୍ତୁତ ନଥିଲେ। ସେ ସଂସାରରୁ ବିରକ୍ତି ହୋଇ ସାଧୁ ସନ୍ଥଙ୍କ ସଂଗୀତରେ ହରିକୀର୍ତନ କରି ନିଜର ସମୟ ବ୍ୟତୀତ କରୁଥିଲେ। ସ୍ୱାମୀଙ୍କ ପରଲୋକ ପରେ ତାଙ୍କ ଭକ୍ତି କୃଷ୍ଣଙ୍କ ପ୍ରତି ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ସେ ମନ୍ଦିର ଗୁଡିକୁ ଯାଇ କୃଷ୍ଣ ମୂର୍ତି ସାମ୍ନାରେ ସେଠାରେ ଉପସ୍ଥିତ କୃଷ୍ଣ ଭକ୍ତଙ୍କ ସାମ୍ନାରେ ନୃତ୍ୟ କରନ୍ତି । ମୀରା ବାଈଙ୍କ କୃଷ୍ଣ ଭକ୍ତିରେ ନୃତ୍ୟ କରିବା ରାଜା ପରିବାର ଲୋକଙ୍କୁ ଭଲ ଲାଗୁନଥିଲା।ସେମାନେ ବହୁ ଥର ତାଙ୍କୁ ମାରିବା ପାଇଁ ବିଷ ମଧ୍ୟ ଦେଇଥିଲେ। ଘର ଲୋକଙ୍କ ଏଭଳି ବ୍ୟବହାରରୁ ବିତୃଷ୍ଣା ହୋଇ ସେ ଦ୍ୱାରୀକା ଓ ବୃନ୍ଦାବନ ଯାଇଥିଲେ। ସେଠାରେ ତାଙ୍କୁ ଲୋକଙ୍କ ସମ୍ମାନ ମିଳୁଥିଲା । ସେମାନେ ତାଙ୍କୁ ଦେବୀଙ୍କ ଭଳି ଭଲପାଇବା ଓ ସମ୍ମାନ ଦେଉଥିଲେ।

ଦ୍ୱାରୀକାରେ ୧୫୫୮ ମସିହାରେ ସେ ଭଗବାନ କୃଷ୍ଣଙ୍କ ମୂର୍ତ୍ତିରେ ଲୀନ ହୋଇ ଯାଇଥିଲେ।

ମୀରା ବାଈଙ୍କ ମନ୍ଦିର (୨୧୧୦)

କୃତି[ସମ୍ପାଦନା]

ମୀରା ବାଈ ୪ଟି ଗ୍ରନ୍ଥର ରଚନା କରିଥିଲେ:-

  • ନରସିର ମାୟରା
  • ଗୀତ ଗୋବିନ୍ଦ ଟୀକା
  • ରାଗ ଗୋବିନ୍ଦ
  • ରାଗ ସରୋଠର ପଦ
  • ଏହା ଛଡା ମୀରାବାଈଙ୍କ ଗୀତ ଗୁଡ଼ିକର ସଂକଳନ " ମୀରାବାଈଙ୍କ ପଦାବଳୀ" ନାମକ ଗ୍ରନ୍ଥରେ କର ଯାଇଥିଲା।

ସାହିତ୍ୟିକ ଅବଦାନ[ସମ୍ପାଦନା]

ମୀରା ତାଙ୍କ ବିଭିନ୍ନ ପଦ ଗୁଡିକରେ ଗୀତର ରଚନା କରିଛନ୍ତି। ମୀରାଙ୍କ ସେହି ପଦ ଗୁଡିକରେ ଉଚ ସ୍ଥରର ଆଧ୍ୟାତ୍ମିକ ଭାବ ଥିଲା। ତାଙ୍କ ଦେଇଥିବା ସନ୍ଦେଶ ଓ ଅନ୍ୟ ସନ୍ଥ ଙ୍କା ଶିକ୍ଷା ଏକା ଭଳି ଲାଗେ। ତାଙ୍କ ପଦଗୁଡ଼ିକ ତାଙ୍କ ଆଧ୍ୟାତ୍ମିକ ଉନତିର ଦର୍ପଣ। ମୀରା ମଧ୍ୟ ଅନ୍ୟ ସନ୍ଥମାନଙ୍କ ଭଳି ଅନ୍ୟ ଭାଷାର ପ୍ରୟୋଗ କରିଛନ୍ତି।

ଯେମିତିକି - ହିନ୍ଦୀ, ଗୁଜରାଟୀ, ବୃଜ୍, ଅବଧି, ଭୋଜପୁରୀ, ଆରବୀ, ଫରାସୀ, ସଂସ୍କୃତ, ମୈଥ୍ଲି ଓ ପଞ୍ଜାବୀ ।

ଭାବାବେଗ, ଭାବନା ଗୁଡିକର ମାର୍ମିକ ଅଭିବ୍ୟକ୍ତି ,ପ୍ରେମର ଓଜୋଶ୍ୱି ପ୍ରବାହଧାରା ପ୍ରୀତମ ବିୟୋଗର ପୀଡାର ମର୍ମଭେଦି ପ୍ରଖତାରେ ତାଙ୍କ ପଦ ଗୁଡ଼ିକର ଅଳଙ୍କୃତ କରିବା ଭଳି ମହାନ କବି ମୀରାଙ୍କ ଭଳି ବୋଧ ହୁଏ କେହି କବି ଥାଇପାରନ୍ତି ।[୩]

ଆଧାର[ସମ୍ପାଦନା]

  1. राजीवरंजन, मीरांबाई: समकालीन सन्दर्भ में, वागर्थ, (सम्पादक) एकांत श्रीवास्तव, जुलाई २०१२, कोलकाता
  2. कथा: मीरांबाई विशेषांक, (संपादक) अनुज, कथा प्रकाशन दिल्ली
  3. name="Literature">भक्त मीरा बाई जी