ପ୍ରେମାନନ୍ଦ ମହାପାତ୍ର
ପ୍ରେମାନନ୍ଦ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୬୧ ଚାନ୍ଦପାଳ, ନୟାଗଡ଼ |
ବୃତ୍ତି | ଅଧ୍ୟାପକ,କଥାକାର ଏବଂ ଗବେଷକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ମନସ୍ୱୀ ସାଧକ: ପଣ୍ଡିତ ବିନାୟକ ମିଶ୍ର, ଓଡ଼ିଆ ସାହିତ୍ୟର ଇତିହାସ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୯) |
ପ୍ରେମାନନ୍ଦ ମହାପାତ୍ର (ଜନ୍ମ: ୧୯୬୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସମାଲୋଚକ, ପ୍ରାବନ୍ଧିକ, ଗବେଷକ ତଥା ସଂକଳକ । ସେ ୨୦୦୯ ମସିହାରେ ମନସ୍ୱୀ ସାଧକ: ପଣ୍ଡିତ ବିନାୟକ ମିଶ୍ର ପାଇଁ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପ୍ରେମାନନ୍ଦ ମହାପାତ୍ର ନୟାଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟକୁ ନୟାଗଡ଼ ଜିଲ୍ଲାର ଅବଦାନ ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିକ୍ରମଦେବ କଲେଜ-ଜୟପୁର, ସରକାରୀ ମହାବିଦ୍ୟାଳୟ - ଭବାନୀପାଟଣା, ସରକାରୀ ମହିଳା ମହାବିଦ୍ୟାଳୟ - ଫୁଲବାଣୀ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ - ଭୁବନେଶ୍ୱର, ରେଭେନସା ବିଶ୍ୱବିଦ୍ୟାଳୟ - କଟକର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ସେ ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଆସୋସିଏଟ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ । ଓଡ଼ିଆ ସମାଲୋଚନା ସାହିତ୍ୟକୁ ତାଙ୍କ ଦାନ ଅତୁଳନୀୟ । ତାଙ୍କ ଅଧିନରେ ଅନେକ ଛାତ୍ରଛାତ୍ରୀ ଉପାଧ୍ୟୁତ୍ତର ଗବେଷଣା ମଧ୍ୟ କରିଛନ୍ତି ।[୨][୩]ସେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନୀଳାଦ୍ରୀଶ ଚଉତିଶା, କବି ଯଦୁମଣିଙ୍କ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ବ୍ୟାସକବି ଫକୀର ମୋହନଙ୍କ ଛ'ମାଣ ଆଠଗୁଣ୍ଠ, ମାମୁ, ଲଛମା, ପ୍ରାୟଶ୍ଚିତ ଆଦିର ସମ୍ପାଦନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]- ମନସ୍ୱୀ ସାଧକ: ପଣ୍ଡିତ ବିନାୟକ ମିଶ୍ର
- ଓଡ଼ିଆ ସାହିତ୍ୟର ଇତିହାସ[୪]
- ଉପେନ୍ଦ୍ର ଭଞ୍ଜ ଓ ସାରସ୍ୱତ ପୀଠ : ମାଳିସାହି
- କାଳଜୟୀ ପ୍ରତିଭା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
- ନୟାଗଡ଼ ଜିଲ୍ଲାର କଥିତ ଭାଷା : ଏକ ସର୍ବେକ୍ଷଣ
- କହେ ଟାଡ଼ିସରୁ ବାଇ
- ଓଡ଼ିଶାର କଥିତ ଭାଷା ପରିକ୍ରମା
- ଭଞ୍ଜୀୟ ଅଳଙ୍କାର ମାନସ
- ଓଡ଼ିଆ ସାରସ୍ୱତ ସ୍ତବକ
- ନୟାଗଡ଼ ବଘେଲ ରାଜବଂଶର ସାରସ୍ୱତ ସୌରଭ
- ଓଡ଼ିଆ କାବ୍ୟ କବିତା ପ୍ରାଚୀନରୁ ସାମ୍ପ୍ରତିକ
- ଓଡ଼ିଶାର ଭାଷା ବିଭବ ୧ମ
- କୋଟିକୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ[୫]
- ସୃଜନ ମାଟିର ସାରସ୍ୱତ ସ୍ଥପତି
- ବିଦ୍ୟାନଗରୀର ମହାନ ସାଧକ : ସାମନ୍ତ ଚନ୍ଦ୍ରଶେଖର
- ଶ୍ରୀଗୀତଗୋବିନ୍ଦ ଓ ମହାକବି ଶ୍ରୀଜୟଦେବ (ସମ୍ପାଦନା ଓ ଆଲୋଚନା)
- ଅନନ୍ୟ ମହାକାବ୍ୟ ଶ୍ରୀଗୀତଗୋବିନ୍ଦ (ସମ୍ପାଦନା ଓ ଆଲୋଚନା)
- ଶତାବ୍ଦୀର ବିସ୍ମୟ ବାରିଷ୍ଟର ମଧୁସୂଦନ ଦାସ
- ଓଡ଼ିଶାର ଗର୍ବ ଓ ଗୌରବ : ମହୀୟାନ ମଧୁବାବୁ
- ଭାଷା ଓ ଭାଷାବିଜ୍ଞାନ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୨୦୦୯: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award12.php
- ↑ https://shodhganga.inflibnet.ac.in/browse?type=author&value=Premananda+Mohapatra&value_lang=
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୧୩-୧୪, ୮୫୮. ISBN 81-7400-331-2.
- ↑ http://library.suniv.ac.in/cgi-bin/koha/opac-detail.pl?biblionumber=5539
- ↑ https://odishamagazines.com/kotikaibalyanath-mahaprabhu-srijaganath/