Jump to content

ପ୍ରଭୁ ଜାନି

ଉଇକିପିଡ଼ିଆ‌ରୁ
ପ୍ରଭୁ ଜାନି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀକୈଳାଶ ଚନ୍ଦ୍ର କୁଳେଶିକା
ପର ଅଧିକାରୀପବିତ୍ର ସାଉଣ୍ଟା
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1985-04-20) ୨୦ ଅପ୍ରେଲ ୧୯୮୫ (ବୟସ ୩୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପୂର୍ଣ୍ଣିମା ଜାନି
ସନ୍ତାନ
ବାପା/ବୋଉଜିତୁ ଜାନି (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଭୁ ଜାନି (ଜନ୍ମ: ୨୦ ଅପ୍ରେଲ ୧୯୮୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ପ୍ରଭୁ ଜାନି ୧୯୮୫ ମସିହାର ଅପ୍ରେଲ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜିତୁ ଜାନି ଓ ପତ୍ନୀଙ୍କ ନାମ ପୂର୍ଣ୍ଣିମା ଜାନି ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରଭୁ ଜାନି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୩୮,୧୮୫ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ପବିତ୍ର ସାଉଣ୍ଟାଙ୍କ ଠାରୁ ୨୧,୨୬୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

  1. ୧.୦ ୧.୧ "Shri Prabhu Jani". odishaassembly.nic.in. Odisha Assembly. Retrieved 14 February 2022.
  2. "General Election to Lakshmipur (Odisha)". Election Commission of India. Retrieved 11 June 2024.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Prabhu Jani-ସମ୍ପର୍କିତ ମିଡ଼ିଆ