ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ
PK Mahanandia.jpg
ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ
ଜନ୍ମ ଓ ଜନ୍ମସ୍ଥାନ୧୯୪୯
ଘରବୋରାସ, ସ୍ୱିଡେନ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଖଲ୍ଲିକୋଟ ଆର୍ଟ କଲେଜ
ପ୍ରସିଦ୍ଧିଚିତ୍ରକାର ଓ ସମାଜସେବୀ
ଜୀବନସାଥିଚାରଲୋଟ୍ଟେ(ଲୋଟ୍ଟା)
ସନ୍ତାନଏମିଲି, କାର୍ଲ ସିଦ୍ଧାର୍ଥ
ପୁରସ୍କାରଡକ୍ଟରେଟ- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ୱେବସାଇଟପିକେମହାନନ୍ଦିଆ.କମ

ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ, ସ୍ୱିଡେନରେ ରହୁଥିବା ଜଣେ ଓଡ଼ିଆ ଚିତ୍ରକର । [୧]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ୧୯୪୯ ମସିହାରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ କନ୍ଧପଡା ଗ୍ରାମର[୨] ଏକ ଦଳିତ ଗରିବ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଡାକ କର୍ମଚାରୀ ଥିଲେ ଓ ପରବର୍ତ୍ତୀ ସମୟରେ ପୋଷ୍ଟମାଷ୍ଟର ପଦକୁ ଉନ୍ନୀତ ହୋଇଥିଲେ । ଆଠମଲ୍ଲିକରେ ହିଁ ସେ ନିଜ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ । ପିଲା ଦିନରୁ ସେ ବିଜ୍ଞାନ ଓ କଳା ପ୍ରତି ବିଶେଷ ଆକର୍ଷିତ ଥିଲେ । ଚିତ୍ରକଳା ଉପରେ ଅଧିକ ପଢିବା ପାଇଁ ତାଙ୍କୁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟଦ୍ୱାରା ଚୟନ କରାଯାଇଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ସେଠାରେ ପଢି ପାରିନଥିଲେ । ପରେ ସେ ଖଲ୍ଲିକୋଟ ଆର୍ଟ କଲେଜରେ ଚିତ୍ରକଳା ବିଭାଗରେ ପାଠପଢିଥିଲେ । [୩] ତାଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇ ଓଡ଼ିଶା ସରକାର ତାଙ୍କୁ ଦିଲ୍ଲୀ କଲେଜ ଅଫ ଆର୍ଟସରେ ପଢିବା ପାଇଁ ସ୍କଲାରସିପ ପ୍ରଦାନ କରିଥିଲେ । ସେ ୧୯୭୧ ମସିହାରେ ଦିଲ୍ଲୀ କଲେଜ ଅଫ ଆର୍ଟସରେ ଯୋଗଦାନ କରିଥିଲେ ଓ ବହୁ କଷ୍ଟସ୍ୱୀକାର କରି ଦିଲ୍ଲୀରେ ନିଜ ପାଠ୍ୟକ୍ରମ ସମାପନ କରିଥିଲେ । ପିଲାଟି ଦିନରୁ ସେ ବହୁବାର ବର୍ଣବୈଷମ୍ୟର ଶିକାର ହୋଇ ଆସିଥିଲେ ଓ ଦଳିତ ହେବାଯୋଗୁତାଙ୍କୁ ବହୁବାର ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା ।

କର୍ମ ଜୀବନ[ସମ୍ପାଦନା]

ଦିଲ୍ଲୀରେରେ ହିଁ ପ୍ରଦ୍ୟୁମ୍ନ ନିଜର କର୍ମଜୀବନ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ସମୟରେ ତାଙ୍କୁ ଅର୍ଥ ଉପାର୍ଜନ କରିବା ଓ ଜୀବନର ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ଏହିପରି ଦୁଃସମୟରେ ତାରିକ ବେଗ ନାମକ ଜଣେ ବନ୍ଧୁ ତାଙ୍କୁ ନିଜ ପାଖରେ ରଖିଥିଲେ । କ୍ରମେ ସେ ଦିଲ୍ଲୀର କନ୍ନଟ ପ୍ଲେସରେ ଲୋକମାନଙ୍କର ଚିତ୍ର ଆଙ୍କିବା ଆରମ୍ଭ କଲେ ଓ ଧିରେ ଧିରେ ଲୋକପ୍ରିୟତା ହାସଲ କରିଲେ । କିନ୍ତୁ ରାସ୍ତାକଡରେ ବସି ଚିତ୍ର ଆଙ୍କୁଥିବାରୁ ତାଙ୍କୁ ଦିଲ୍ଲୀ ପୋଲିସର ଅତ୍ୟାଚାର ସହିବାକୁ ପଡୁଥିଲା । ଥରେ ପ୍ରଥମ ମହିଳା ମହାକାଶଚାରୀ ଭାଲେଣ୍ଟିନା ତେରେସ୍କୋଭାଙ୍କ ଦିଲ୍ଲୀଗସ୍ତ ସମୟରେ ପ୍ରଦ୍ୟୁମ୍ନ ତାଙ୍କର ଏକ ଚିତ୍ର ଆଙ୍କି ତାଙ୍କୁ ପ୍ରଦାନ କରିଥିଲେ । ଏହି ଚିତ୍ର ଦେଖି ଖୁସି ହୋଇ ଭାଲେଣ୍ଟିନା ପ୍ରଦ୍ୟୁମ୍ନଙ୍କୁ ସାକ୍ଷାତ କରିଥିଲେ । ଏହି ଘଟଣାଟି ଦେଶବିଦେଶର ଗଣମାଧ୍ୟମରେ ଖୁବ ପ୍ରଚାରିତ ହୋଇଥିଲା ଓ ପ୍ରଦ୍ୟୁମ୍ନଙ୍କୁ ବହୁ ଲୋକପ୍ରିୟତା ଆଣିଦେଇଥିଲା । ତତକାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀ ମଧ୍ୟ ପ୍ରଦ୍ୟୁମ୍ନଙ୍କଦ୍ୱାରା ନିଜର ଚିତ୍ର ଅଙ୍କେଇଥିଲେ । ଏହି ଘଟଣାପରେ ତାଙ୍କୁ ସରକାରଙ୍କ ତରଫରୁ ସୁବିଧା ଯୋଗାଇ ଦିଆଗଲା ଓ ଦିଲ୍ଲୀ ପୋଲିସଠାରୁ ସହଯୋଗ ମଧ୍ୟ ମିଳିଲା ।

ଏହି କ୍ରମରେ ୧୯୭୫ ମସିହା ୧୭ ତାରିଖ ସନ୍ଧ୍ୟାରେ ଲୋଟ୍ଟା ନାମ୍ନୀ ଜଣେ ସ୍ୱିଡେନର ଝିଅ ପ୍ରଦ୍ୟୁମ୍ନଙ୍କଦ୍ୱାରା ନିଜର ଚିତ୍ର ଅଙ୍କେଇଥିଲେ । ଏହି ଚିତ୍ର ଆଙ୍କିବା ସମୟର ସ୍ୱଳ୍ପ କଥୋପକଥନ ପରବର୍ତୀ ସମୟରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିଥିଲା । ଅଳ୍ପ କେତୋଟି ମିଳନ ପରେ ସେମାନେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଲୋଟ୍ଟା ସ୍ୱଦେଶକୁ ଫେରି ଯାଇଥିଲେ । ବିବାହର ଦେଢ ବର୍ଷ ଓ ବହୁ ଚିଠିର ଆଦାନ ପ୍ରଦାନ ପରେ ୧୯୭୭ ମସିହାରେ ପ୍ରଦ୍ୟୁମ୍ନ ସ୍ୱିଡେନ ଯିବାକୁ ନିଷ୍ପତ୍ତି ନେଲେ । ଦିଲ୍ଲୀରୁ କାବୁଲ ଯାଏଁ ବିମାନଯାତ୍ରା କରିବା ପରେ ସେଠାରୁ ତେହେରାନଇସ୍ତାନବୁଲ ଦେଇ ଭିଏନା ଯାଏଁ ସାଇକେଲରେ ଯାତ୍ରା କରିଥିଲେ । ଭିଏନାରେ ସେ ନିଜର କିଛି ଚିତ୍ର ବିକି କିଛି ଅର୍ଥ ଉପାର୍ଜନ କରି ଗୋଥେନବର୍ଗ ଯାଏଁ ନିଜର ଟ୍ରେନ ଟିକଟ କିଣିପାରିଥିଲେ । [୪] ସେବେଠାରୁ ପ୍ରଦ୍ୟୁମ୍ନ ସ୍ୱିଡେନରେ ବସବାସ କରୁଛନ୍ତି ଓ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇପାରିଛନ୍ତି । ପ୍ରଦ୍ୟୁମ୍ନ ଓ ଲୋଟ୍ଟାଙ୍କର ଏମିଲି ନାମକ ଏକ କନ୍ୟା ଓ କାର୍ଲ ସିଦ୍ଧାର୍ଥ ନାମକ ଏକ ପୁତ୍ର ସନ୍ତାନ ଅଛନ୍ତି । [୫]

ବର୍ତମାନ ସେ ଏଞ୍ଜେଲ ବ୍ରେକ୍ଟସ୍ଲୋକାନଠାରେ, ଜଣେ କଳା ଶିକ୍ଷକ ରୂପେ କାର୍ଯ୍ୟରତ ।

ସମାଜସେବା[ସମ୍ପାଦନା]

ପ୍ରଦ୍ୟୁମ୍ନଙ୍କ ସଫଳତାରେ ଉତ୍ସାହିତ ହୋଇ ଜୁନିଲିସ୍ତାନ ନାମକ ଏକ ରାଜନୈତିକ ଦଳ ତାଙ୍କୁ ସ୍ୱିଡେନ ସଂସଦର ନିର୍ବାଚନ ପାଇଁ ମନୋନୀତ କରିଥିଲା । କିନ୍ତୁ ଏହି ନିର୍ବାଚନରେ ପ୍ରଦ୍ୟୁମ୍ନଙ୍କୁ ସଫଳତା ମିଳିପାରିନଥିଲା । ଭାରତୀୟ କଳା ଓ ସଂସ୍କୃତିକୁ ସ୍ୱିଡେନରେ ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରଦ୍ୟୁମ୍ନଙ୍କର ବହୁତ ଅବଦାନ ରହିଛି[୬] । କଳା, ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ୧୯୭୯ ମସିହାରୁ ସେ ଏକ ସ୍କଲାରସିପ ମଧ୍ୟ ଆରମ୍ଭ କରିଛନ୍ତି[୭] । ତାଙ୍କୁ ପୈତୃକ ଗ୍ରାମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ୨୦୦୦ ମସିହାରେ ଇକୋ-କଟେଜ ଗଠନ କରି ଗ୍ରାମୀଣ ପର୍ଯ୍ୟଟର ବିକାଶ ଦିଗରେ ପଦକ୍ଷେପ ନେଇଛନ୍ତି । ସେ ତାଙ୍କ ଉପାର୍ଜନର ୨୦% ଅଂଶ ଓଡ଼ିଶାର ବିକାଶ ଦିଗରେ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ଓଡ଼ିଶା ସରକାର ପ୍ରଦ୍ୟୁମ୍ନଙ୍କୁ ସ୍ୱିଡେନରେ ଓଡ଼ିଶାର ସାଂସ୍କୃତିକ ରାଜଦୂତ ଭାବରେ ମନୋନୀତ କରିଛନ୍ତି । [୮]

ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://liveodisha.in/?p=393
  2. http://www.orissadiary.com/Showyournews.asp?id=25
  3. Rawat, Vidya Bhushan (2006). "P.K. Mahanandia: Salute To A Living Legend". countercurrents.org. Retrieved 26 September 2012. Hence, after his failure to get admission in Vishwabharati, he joined college of art, Khallikote
  4. Samal, R P (2010). "Two Angels on Earth and Their Life Path - FacenFacts". facenfacts.com. Retrieved 26 September 2012. After full four months of pedaling he reached Sweden on 28th. May 1977
  5. "Bhansali plans movie on 'Two Angels' real Love Story - FacenFacts". facenfacts.com. 2010. Retrieved 26 September 2012. Recently their children Siddharth and Emelie were in Mumbai
  6. India. Ministry of Information and Broadcasting. Publications Division (November 1985). Indian and foreign review. Publications Division of the Ministry of Information and Broadcasting, Government of India. Retrieved 25 September 2012.
  7. Priyadarshi Patnaik (1991). From the shadows of the sun. Writers Workshop. Retrieved 25 September 2012.
  8. http://www.countercurrents.org/dalit-rawat301206.htm
  9. http://www.sasnet.lu.se/content/honorary-doctorate-pk-mahanandia