Jump to content

ପୋରାକ୍ଟାଣ୍ଟ ଆଲଫା

ଉଇକିପିଡ଼ିଆ‌ରୁ
ପୋରାକ୍ଟାଣ୍ଟ ଆଲଫା
Clinical data
Trade namesCurosurf
AHFS/Drugs.commonograph
Pregnancy
category
  • N
Routes of
administration
Endotracheal
Legal status
Legal status

ପୋରାକ୍ଟାଣ୍ଟ ଆଲଫା (ଇଂରାଜୀ ଭାଷାରେ Poractant alfa), ଅନ୍ୟମାନଙ୍କ ମଧ୍ୟରେ କୋରୋସର୍ଫ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅପରିପକ୍ୱ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟା ଦୈନ୍ୟ ସିଣ୍ଡ୍ରୋମର (RDS) ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[] [] ଏହା ମୃତ୍ୟୁ ଏବଂ ନିମୋଥୋରାସେସର ସଙ୍କଟକୁ ହ୍ରାସ କରିଥାଏ ।[] ଏହାକୁ ଟ୍ରାକିଆ ଭିତରକୁ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃତ୍‌ସ୍ପନ୍ଦନ, ନିମ୍ନ ରକ୍ତଚାପ ଏବଂ ଅମ୍ଳଜାନ କମିଯାଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଏଣ୍ଡୋଟ୍ରାକିଆଲ ଟ୍ୟୁବର ଅବରୋଧ ହୋଇପାରେ ।[] ଏହା ଫୁସଫୁସ ସର୍ଫାକ୍ଟାଣ୍ଟରେ ଗଠିତ ଯାହା ଫସଫୋଲିପିଡ ଏବଂ ସର୍ଫାକ୍ଟାଣ୍ଟ ପ୍ରୋଟିନରେ ଗଠିତ ।[]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ୩ ମିଲି ଔଷଧର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[] ଏହା ଘୁଷୁରି ଫୁସଫୁସରୁ ତିଆରି ହୁଏ | []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Poractant Alfa Monograph for Professionals". Drugs.com (in ଇଂରାଜୀ). Archived from the original on 16 January 2021. Retrieved 29 October 2021.
  2. ୨.୦ ୨.୧ "DailyMed - CUROSURF- poractant alfa suspension". dailymed.nlm.nih.gov. Archived from the original on 21 March 2021. Retrieved 29 October 2021.
  3. "Curosurf Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 29 October 2021.