ପେରିକାର୍ଡିଆଲ ସ୍ରାବ

ଉଇକିପିଡ଼ିଆ‌ରୁ
Pericardial effusion
A 2D transthoracic echocardiogram of pericardial effusion. The "swinging" heart
ବିଭାଗCardiac surgery
ଲକ୍ଷଣChest pain, shortness of breath, tiredness[୧]
ଆକ୍ରାନ୍ତ ସମୟSudden, gradual[୧]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound of the heart[୧]
ସଠିକ ରୋଗ ନିର୍ଣ୍ଣୟPericarditis, pulmonary edema, dilated cardiomyopathy, constrictive pericarditis, pulmonary embolism[୧]
ଚିକିତ୍ସାConservative management, pericardiocentesis[୧]
ପୁନଃପୌନିକRelatively common[୧]

ପେରିକାର୍ଡିଆଲ ସ୍ରାବ (ଇଂରାଜୀ ଭାଷାରେ Pericardial effusion) ରୋଗରେ ହୃତ୍‌ପିଣ୍ଡ ଚାରିପାଖରେ ଥିବା ପେରିକାର୍ଡ଼ିଅମ ଭିତରେ ଅସ୍ୱାଭାବିକ ତରଳ ପଦାର୍ଥର ସଞ୍ଚୟ ହୁଏ । [୧] ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ଥକାପଣ ହୋଇପାରେ | [୧] ଏହାର ପ୍ରାରମ୍ଭ ହଠାତ୍ କିମ୍ବା ଧୀରେ ଧୀରେ ହୋଇପାରେ | [୧] ରୋଗ ଜଟିଳ ହେଲେ କାର୍ଡ଼ିଆକ ଟାମ୍ପୋନେଡ ସହିତ ନିମ୍ନ ରକ୍ତଚାପ, ଦୃତ ହୃଦ୍‌ଗତି, ସ୍ଫିତ ଜୁଗୁଲାର ଶିରା, ଏବଂ ହୃତ୍‌ପିଣ୍ଡ ଧ୍ୱନୀ ଧୀରେ ଶୁଣାଯାଏ । [୧]

କାରଣ: ହୃଦ୍‌ଘାତ ପରବର୍ତ୍ତୀ ଅବସ୍ଥାରେ ହୋଇପାରେ, ମହାଧମନୀ ବ୍ୟବଚ୍ଛେଦନ, ବୃକ୍‌କ ବିଫଳତା, ସ୍ୱଳ୍ପ ଥାଇରଏଡ ହରମୋନ ସ୍ତର, ସିରୋସିସ୍, ଅଟୋମ୍ମ୍ୟୁନ ଡିଜିଜ, କର୍କଟ, ଆଘାତ ଇତ୍ୟାଦି ହୋଇପାରେ | [୧] ବିକଶିତ ରାଷ୍ଟ୍ରମାନଙ୍କରେ ଅଧିକାଂଶ ସାଧାରଣ କାରଣ ହେଉଛି ଭୂତାଣୁ ଜନିତ ପେରିକାର୍ଡ଼ାଇଟିସ[୧] ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଏ | [୧] ପେରିକାର୍ଡିଆଲ୍ ଫ୍ଲୁଇଡର ସାଧାରଣ ସ୍ତର ୧୫ରୁ ୫୦ ମିଲି ଥାଏ । [୧]

ଏହାର ମୂଳ କାରଣ, ସ୍ରାବର ପରିମାଣ ଏବଂ ଲକ୍ଷଣ ଉପରେ ଚିକିତ୍ସା ନିର୍ଭର କରେ | [୧] ସ୍ୱଳ୍ପ ପରିମାଣର ସ୍ରାବ ହୋଇଥିଲେ ରକ୍ଷଣଶୀଳ ଚିକିତ୍ସା କରାଯାଏ ଓ ବଡ଼ ସ୍ରାବ ହୋଇଥିଲେ ପେରିକାର୍ଡ଼ିଓସେଣ୍ଟେସିସ ଚିକିତ୍ସା କରାଯାଇପାରେ | [୧] ପେରିକାର୍ଡିଆଲ୍ ଇଫ୍ୟୁଜନ୍ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [୧] ଏହି ରୋଗ ବିଷୟ ଖ୍ରୀ;୨୦୦ରେ ପ୍ରଥମେ ବର୍ଣ୍ଣନା କରିଥିଲେ । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Willner, DA; Goyal, A; Grigorova, Y; Kiel, J (January 2020). "Pericardial Effusion". PMID 28613741. {{cite journal}}: Cite journal requires |journal= (help)
  2. Marx, John; Hockberger, Robert; Walls, Ron (2013). Rosen's Emergency Medicine - Concepts and Clinical Practice E-Book: 2-Volume Set (in ଇଂରାଜୀ). Elsevier Health Sciences. p. 1091. ISBN 978-1-4557-4987-4.