Jump to content

ପେଜିଣ୍ଟଟରଫେରନ ବିଟା-୧କ

ଉଇକିପିଡ଼ିଆ‌ରୁ
ପେଜିଣ୍ଟଟରଫେରନ ବିଟା-୧କ
Clinical data
Trade namesPlegridy, Plegridy Pen
AHFS/Drugs.commonograph
MedlinePlusa614059
data
Pregnancy
category
    Routes of
    administration
    Subcutaneous injection
    Legal status
    Legal status
    Identifiers
    • 1-Ether with N-(3-hydroxy-2-methylpropyl)interferon β-1a (human) α-methyl-ω-hydroxy-poly(oxy-1,2-ethanediyl)
    Chemical and physical data
    FormulaC913H1417N246O256PS7 [C2H4O]n
    Molar mass44 000 g·mol−1

    ପେଜିଣ୍ଟରଫେରନ ବିଟା-୧କ (ଇଂରାଜୀ ଭାଷାରେ Peginterferon beta-1a), ପ୍ଲେଗ୍ରିଡି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏକାଧିକ ସ୍କ୍ଲେରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ସ୍ୱତନ୍ତ୍ର ଭାବରେ କ୍ଲିନିକାଲ୍ ବିଚ୍ଛିନ୍ନ ସିଣ୍ଡ୍ରୋମ, ରିଲାପସିଙ୍ଗ ରେମିଟିଙ୍ଗ ରୋଗ ଏବଂ ସକ୍ରିୟ ଦ୍ୱିତୀୟ ପ୍ରଗତିଶୀଳ ରୋଗ ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକ୍ସନ ଦେଇ ଏହା ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ, ଜ୍ୱର, ଦୁର୍ବଳତା, ଏବଂ ଲାଲ ରଙ୍ଗ, ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା କିମ୍ବା ଗଲୁ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଦାସୀନତା, ବାତ, ହୃଦ୍‌ପାତ ଏବଂ ଆନାଫାଇଲକ୍‌ସ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଚିନ୍ତା ଜନ‌କ ହୋଇପାରେ ।[] ଏହା କିପରି କାର୍ଯ୍ୟ କରେ ତାହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ; ତଥାପି ଏହା ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରୁଥିବା ବିଶ୍ୱାସ କରାଯାଏ ।[] ପଲିଏଥିଲିନ ଗ୍ଲାଇକଲ୍ ସହିତ ଯୋଡି ହୋଇଥିବା ଇଣ୍ଟରଫେରନ୍ ବିଟା-୧କରୁ ଏହା ପ୍ରସ୍ତୁତ କରାଯାଏ ।[]

    ୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପେଜିଣ୍ଟରଫେରନ୍ ବିଟା-୧ଏକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଖର୍ଚ୍ଚର ମୂଲ୍ୟ ପ୍ରାୟ ୭୫୦୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୬୫୦ ପାଉଣ୍ଡ ।[]

    1. 1 2 "Peginterferon beta-1a (Plegridy) Use During Pregnancy". Drugs.com. 22 July 2019. Archived from the original on 26 June 2020. Retrieved 25 June 2020.
    2. 1 2 "Plegridy- peginterferon beta-1a kit Plegridy Pen- peginterferon beta-1a kit Plegridy- peginterferon beta-1a injection, solution". DailyMed. 30 March 2020. Archived from the original on 26 June 2020. Retrieved 25 June 2020.
    3. 1 2 3 4 5 "Plegridy EPAR". European Medicines Agency (EMA). Archived from the original on 26 June 2020. Retrieved 24 June 2020.
    4. 1 2 3 4 "Peginterferon Beta-1a Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 27 October 2021.
    5. "Peginterferon beta-1a (Plegridy) Use During Pregnancy". Drugs.com (in ଇଂରାଜୀ). Archived from the original on 26 June 2020. Retrieved 27 October 2021.
    6. "Plegridy Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 27 October 2021.
    7. BNF 81: March-September 2021. BMJ Group and the Pharmaceutical Press. 2021. p. 897. ISBN 978-0857114105.