Jump to content

ପେଜିଣ୍ଟଟରଫେରନ ବିଟା-୧କ

ଉଇକିପିଡ଼ିଆ‌ରୁ
ପେଜିଣ୍ଟଟରଫେରନ ବିଟା-୧କ
Clinical data
Trade namesPlegridy, Plegridy Pen
AHFS/Drugs.commonograph
MedlinePlusa614059
data
Pregnancy
category
Routes of
administration
Subcutaneous injection
Legal status
Legal status
Identifiers
  • 1-Ether with N-(3-hydroxy-2-methylpropyl)interferon β-1a (human) α-methyl-ω-hydroxy-poly(oxy-1,2-ethanediyl)
Chemical and physical data
FormulaC913H1417N246O256PS7 [C2H4O]n
Molar mass44 000 g·mol−1

ପେଜିଣ୍ଟରଫେରନ ବିଟା-୧କ (ଇଂରାଜୀ ଭାଷାରେ Peginterferon beta-1a), ପ୍ଲେଗ୍ରିଡି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏକାଧିକ ସ୍କ୍ଲେରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ସ୍ୱତନ୍ତ୍ର ଭାବରେ କ୍ଲିନିକାଲ୍ ବିଚ୍ଛିନ୍ନ ସିଣ୍ଡ୍ରୋମ, ରିଲାପସିଙ୍ଗ ରେମିଟିଙ୍ଗ ରୋଗ ଏବଂ ସକ୍ରିୟ ଦ୍ୱିତୀୟ ପ୍ରଗତିଶୀଳ ରୋଗ ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକ୍ସନ ଦେଇ ଏହା ଦିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ, ଜ୍ୱର, ଦୁର୍ବଳତା, ଏବଂ ଲାଲ ରଙ୍ଗ, ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା କିମ୍ବା ଗଲୁ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଦାସୀନତା, ବାତ, ହୃଦ୍‌ପାତ ଏବଂ ଆନାଫାଇଲକ୍‌ସ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଚିନ୍ତା ଜନ‌କ ହୋଇପାରେ ।[] ଏହା କିପରି କାର୍ଯ୍ୟ କରେ ତାହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ; ତଥାପି ଏହା ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରୁଥିବା ବିଶ୍ୱାସ କରାଯାଏ ।[] ପଲିଏଥିଲିନ ଗ୍ଲାଇକଲ୍ ସହିତ ଯୋଡି ହୋଇଥିବା ଇଣ୍ଟରଫେରନ୍ ବିଟା-୧କରୁ ଏହା ପ୍ରସ୍ତୁତ କରାଯାଏ ।[]

୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପେଜିଣ୍ଟରଫେରନ୍ ବିଟା-୧ଏ କୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଖର୍ଚ୍ଚର ମୂଲ୍ୟ ପ୍ରାୟ ୭୫୦୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୬୫୦ ପାଉଣ୍ଡ ।[]

  1. ୧.୦ ୧.୧ "Peginterferon beta-1a (Plegridy) Use During Pregnancy". Drugs.com. 22 July 2019. Archived from the original on 26 June 2020. Retrieved 25 June 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Plegridy EPAR". European Medicines Agency (EMA). Archived from the original on 26 June 2020. Retrieved 24 June 2020.
  3. ୩.୦ ୩.୧ "Plegridy- peginterferon beta-1a kit Plegridy Pen- peginterferon beta-1a kit Plegridy- peginterferon beta-1a injection, solution". DailyMed. 30 March 2020. Archived from the original on 26 June 2020. Retrieved 25 June 2020.
  4. ୪.୦ ୪.୧ ୪.୨ ୪.୩ "Peginterferon Beta-1a Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 27 October 2021.
  5. "Peginterferon beta-1a (Plegridy) Use During Pregnancy". Drugs.com (in ଇଂରାଜୀ). Archived from the original on 26 June 2020. Retrieved 27 October 2021.
  6. "Plegridy Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 27 October 2021.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 897. ISBN 978-0857114105.