Jump to content

ପେଗ୍ଲୋଟିକେସ

ଉଇକିପିଡ଼ିଆ‌ରୁ
ପେଗ୍ଲୋଟିକେସ
Clinical data
Trade namesKrystexxa, Puricase
AHFS/Drugs.commonograph
MedlinePlusa611015
data
Pregnancy
category
  • US: C (Risk not ruled out)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    BioavailabilityN/A
    Elimination half-life10–12 days
    Chemical and physical data
    FormulaC1549H2430N408O448S8 (peptide monomer)
    Molar mass497 kg/mol (polymer-modified tetramer)
      (verify)

    ଟି

    ପେଗ୍ଲୋଟିକେସ, ବେପାର ନାମ କ୍ରିଷ୍ଟେକ୍ସା, ହେଉଛି ଏକ ଔଷଧ ଯାହା ଦୀର୍ଘକାଳୀନ ବା କ୍ରନିକ୍ ଗାଉଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେଉଁମାନଙ୍କ ମଧ୍ୟରେ ଅନ୍ୟ ସମସ୍ତ ଚିକିତ୍ସା ଅକାମି ହୁଏ ତାଙ୍କ ନିମନ୍ତେ ଏହା ଏକ ତୃତୀୟ ଧାଡ଼ିର ଚିକିତ୍ସା ପଦ୍ଧତି ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗାଉଟ ଖରାପ ଦିଗକୁ ଗତି କରିବା, ଇଞ୍ଜେକସନ୍ ସ୍ଥାନରେ ଯନ୍ତ୍ରଣା, ବାନ୍ତି, ଘାଆ, କୋଷ୍ଠକାଠିନ୍ୟ ଏବଂ ଆନାଫାଇଲାକ୍‌ସିସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ ହୋଇପାରେ ।[]

    ଗ୍ଲୁକୋଜ-୬-ଫସଫେତ ଡିହାଇଡ୍ରୋଜେନେନ ଅଭାବ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଏହା ଏନଜାଇମ୍ ୟୁରେଟ ଅକ୍ସିଡେଜ (ୟୁରିକେଜ୍)ର ଏକ ଉତ୍ପାଦିତ ରୂପ ।[]

    ୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଗ୍ଲୋଟେଜ୍ ଅନୁମୋଦିତ ହୋଇଥିଲା ।[] ୟୁରୋପରେ ଏହା ୨୦୧୩ରେ ଅନୁମୋଦିତ ହୋଇଥିଲା କିନ୍ତୁ ୨୦୧୬ରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ଗୋଟିଏ ମାତ୍ରାର ମୂଲ୍ୟ ପ୍ରାୟ ୨୬,୦୦୦ ଡଲାର ।[]

    1. 1 2 3 4 5 6 7 "Pegloticase Monograph for Professionals". Drugs.com (in ଇଂରାଜୀ). Archived from the original on 5 August 2019. Retrieved 27 October 2021.
    2. Dalbeth, N; Merriman, TR; Stamp, LK (22 October 2016). "Gout". Lancet. 388 (10055): 2039–2052. doi:10.1016/s0140-6736(16)00346-9. JSTOR Dalbeth Nicola Dalbeth. PMID 27112094. {{cite journal}}: Check |jstor= value (help)
    3. "Krystexxa Withdrawal of the marketing authorisation in the European Union" (PDF). Archived (PDF) from the original on 26 March 2017. Retrieved 25 March 2017.
    4. "Krystexxa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 27 October 2021.