ପେଗାସପର୍ଗେଜ

ଉଇକିପିଡ଼ିଆ‌ରୁ
ପେଗାସପର୍ଗେଜ
Clinical data
Pronunciation/pəˈɡæspərɡz/
Trade namesOncaspar
AHFS/Drugs.commonograph
MedlinePlusa695031
data
Pregnancy
category
  • US: C (Risk not ruled out)
Routes of
administration
Intramuscular injection (IM), intravenous (IV)
Legal status
Legal status
Identifiers
  • Pegylated E. coli L-asparagine amidohydrolase
Chemical and physical data
FormulaC1377H2208N382O442S17
Molar mass୩୧,୭୩୨.୦୬ g·mol−1
  (verify)

ପେଗାସପର୍ଗେଜ, ଏକ ବ୍ୟବସାୟୀକ ନାମ ଅନକାସପର, ଏକ ଔଷଧ ଯାହା ତୀବ୍ର ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆର (ALL) ଚିକିତ୍ସାରେ ବ୍ୟବହୃତ ହୁଏ | [୧] ଅଧିକାଂଶ ସମୟରେ ଏହା ଆନ୍ଥ୍ରାସାଇକ୍ଲିନ, ଭିନ୍‌କ୍ରିସ୍ଟିନ୍ ଏବଂ ପ୍ରେଡନିସୋନ ସହିତ ବ୍ୟବହୃତ ହୁଏ | [୨] ଏହା ଇଞ୍ଜେକ୍ସନ୍ଦ୍ୱାରା ବ୍ୟବହୃତ ହୁଏ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ରକ୍ତ ଜମାଟ ବାନ୍ଧିବା, ଉଚ୍ଚ ରକ୍ତ ଶର୍କରା, ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ ଏବଂ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ହୋଇପାରେ | [୨] ଗର୍ଭାବସ୍ଥାରେ ଏହାର ବ୍ୟବହାର ଶିଶୁକୁ କ୍ଷତି ପହଞ୍ଚାଇପାରେ | [୪] ଏହା ଆସ୍ପରଜିନେଜ ଏଞ୍ଜାଇମର ଏକ ପରିବର୍ତ୍ତିତ ସଂସ୍କରଣ ଯେଉଁଥିରେ ପେଜିଲେସନ କରାଯାଇଛି । [୫] [୩] ଏହା ଆସ୍ପରଜିନ‌କୁ ଭାଙ୍ଗିଦେଇ ପ୍ରୋଟିନ୍ ତିଆରି କରିବା ପାଇଁ ଏହାର ଉପଲବ୍ଧତା ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [୩]

୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା।[୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାର ଏହାର ନାମ ଅଛି ।[୬] ଏହା ସିଗମା ଟାଉଦ୍ୱାରା ପ୍ରସ୍ତୁତ | [୩] ଯୁକ୍ତରାଷ୍ଟ୍ରରେ ଏକ ୩,୭୫୦ ୟୁନିଟ୍ ଭାଏଲ ପାଇଁ ଏହାର ମୂଲ୍ୟ ୧୭,୮୦୦ ଡଲାର | [୭]

ଆଧାର[ସମ୍ପାଦନା]

  1. Graham ML (2003). "Pegaspargase: a review of clinical studies". Adv. Drug Deliv. Rev. 55 (10): 1293–302. doi:10.1016/S0169-409X(03)00110-8. PMID 14499708.
  2. ୨.୦ ୨.୧ ୨.୨ "Pegaspargase Monograph for Professionals". Drugs.com (in ଇଂରାଜୀ). Retrieved 11 October 2019.
  3. ୩.୦ ୩.୧ ୩.୨ ୩.୩ "Pegaspargase Monograph for Professionals". Drugs.com (in ଇଂରାଜୀ). Retrieved 11 October 2019.
  4. "Pegaspargase (Oncaspar) Use During Pregnancy". Drugs.com (in ଇଂରାଜୀ). Retrieved 11 October 2019.
  5. "UNM Cancer Center". Archived from the original on September 3, 2006. Retrieved 2007-08-28.
  6. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  7. "Oncaspar Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 October 2019.