ପୂର୍ବତଟ ରେଳ ବିଭାଗ
ପୂର୍ବତଟ ରେଳ | |
---|---|
![]() East Coast Railway-15 | |
Locale | ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ |
Dates of operation | ୨୦୦୩– |
Predecessor | ଦକ୍ଷିଣ-ପୂର୍ବ ରେଳବାଇ |
Headquarters | ଭୁବନେଶ୍ୱର |
Website | ECoR official website |
ମୁଖ୍ୟ ପାତ୍ର[ସମ୍ପାଦନା]
ପୂର୍ବତଟ ରେଳ ଭାରତର ୧୬ଟି ରେଳ ଜୋନ ମଧ୍ୟରୁ ଗୋଟିଏ । ଏହି ରେଳ ସେବା ଅପ୍ରେଲ ୦୧, ୨୦୦୩ ମସିହାରେ କାର୍ଯ୍ୟକ୍ଷମ ହେଲା । ଭୌଗଳିକ ତିଥି ଅନୁସାରେ ଭାରତର ୩ଟି ରାଜ୍ୟର ରେଳପଥ ଏହାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସର୍ବବୃହତ୍ତ ସେବା ପ୍ରଦାନ କରି ଆସୁଅଛି ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ , ବିଶାଖାପାଟଣା , ଉତ୍ତର ଭାଗରେ ଥିବା ଜିଲ୍ଲାସମୂହ ଏବଂ ଛତିଶଗଡର ବସ୍ତାର, ଦନ୍ତେବାଡା ଜିଲ୍ଲା ମଧ୍ୟ ଏହି ବିଭାଗରେ ଆସିଥାଏ । ପୂର୍ବତଟ ରେଳର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରଠାରେ ଅବସ୍ଥିତ । ପୂର୍ବତଟ ରେଳରେ ୩ଟି ବିଭାଗ ଅଛି , ସେଗୁଡିକ ହେଲା:
- ସମ୍ବଲପୁରବିଭାଗ
- ଖୋର୍ଦ୍ଧା ରୋଡ ବିଭାଗ
- ୱାଲଟିୟର ବିଭାଗ[୧]
ଇତିହାସ[ସମ୍ପାଦନା]
ବର୍ତ୍ତମାନର ପୁର୍ବତଟ ରେଳଟି ପୁରାତନ ପୁର୍ବତଟ ରେଳର ପୁନରୁଦ୍ଧାର ଅଟେ, ଯାହାକି ନଭେମ୍ବର ୦୧, ୧୮୮୬ରେ ଆରମ୍ଭ ହେଇଥିଲା । ବଙ୍ଗ ଏବଂ ନାଗପୁର ରେଳ ଅଗଷ୍ଟ ୦୧,୧୯୫୫ରେ ପୁର୍ବ ରେଳରୁ ଅଲଗା ହୋଇ ନୂତନ ଦକ୍ଷିଣ ପୁର୍ବ ରେଳ ଗଠନ କରିଥିଲେ । ଅକ୍ଟୋବର ୧୯୬୨ରେ ୱାଲଟିୟର ବିଭାଗଟି ଏହାର ଅଧିନରେ ଆସିଲା ।[୨] ପୁର୍ବତଟ ରେଳ ୭ଟି ରେଳ ଜୋନରେ ଆସେ ଯାହାକୁ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା ୮ ଅଗଷ୍ଟ ୧୯୯୬ରେ ଉଦଘାଟନ କରିଥିଲେ । ସେହି ସମୟରେ କେବଳ ଖୋର୍ଦ୍ଧା ରୋଡ଼ ବିଭାଗଟି ଏହା ସହ ସଂପୃକ୍ତ ଥିଲା ଏବଂ ଅପ୍ରେଲ ୦୧, ୨୦୦୩ ମସିହାରେ ସମ୍ପୁର୍ଣ କାର୍ଯ୍ୟକ୍ଷମ ହେଲା । ଏହି ରେଳ ସେବା ମୂଳତଃ ଦକ୍ଷିଣ-ପୁର୍ବ ରେଳରୁ ଆସିଅଛି ।
ବନ୍ଦୋବସ୍ତ[ସମ୍ପାଦନା]
ପୂର୍ବତଟ ରେଳବାଇ ୪୬୦୦ କି.ମି ରେଳ ଧାରଣା ବିଶିଷ୍ଟ ଅଟେ । ଏହା ୪୨,୬୧୨ କି.ମି ରାସ୍ତା ଏବଂ ୨,୨୦୦ କି.ମି ବିଦ୍ୟୁତଶକ୍ତି ଯୁକ୍ତ ରେଳ ଧାରଣା ପର୍ଯ୍ୟନ୍ତ ବିସ୍ତାର ଲାଭ କରିଅଛି । ଏହା ପ୍ରାୟ ୪୪,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଅଛି। ଏହି ରେଳବାଇରେ ୧୮୪ଟି ରେଳଘର ରହିଛି ।
ପୁର୍ବତଟ ରେଳ ଅଧିନସ୍ଥ ରେଳ ଧାରଣା[ସମ୍ପାଦନା]
- ଦୁଆୱଡା-ଭଦ୍ରକ ଦୁଇ ଧାରୀୟ ବ୍ରଡ଼ଗେଜ
- କୋଠାବାଲସା-କିରାନ୍ଦୁଲ ଦୁଇ ଧାରୀୟ ବ୍ରଡ଼ଗେଜ
- ବିଜୟନଗର-ରାଇପୁର ଦୁଇ ଧାରୀୟ ବ୍ରଡ଼ଗେଜ
- ଟିଟଲାଗଡ-ଝାରସୁଗୁଡା ଧାରୀୟ ବ୍ରଡ଼ଗେଜ
- ରାୟଗଡା-କୋରାପୁଟ ଏକ ଧାରୀୟ ବ୍ରଡ଼ଗେଜ
- ଖୋର୍ଦ୍ଧା ରୋଡ-ପୁରୀ ଦୁଇ ଧାରୀୟ ବ୍ରଡ଼ଗେଜ
- କଟକ-ଅନୁଗୋଳ ଏକ ଧାରୀୟ ବ୍ରଡ଼ଗେଜ
- ସମ୍ବଲପୁର-ତାଲଚେର ଏକ ଧାରୀୟ ବ୍ରଡ଼ଗେଜ
- ନୁଆପଡା-ଗୁଣୁପୁର ଏକ ଧାରୀୟ ବ୍ରଡ଼ଗେଜ
- ବଡବିଲ-ସଲୁର ଏକ ଧାରୀୟ ବ୍ରଡ଼ଗେଜ[୩]
Image Gallery[ସମ୍ପାଦନା]
Kothavalasa Train Station is an important Junction of East Coast Railway Zone
Replica of a Rail engine at Vizianagaram Train station
Loco trip shed at Visakhapatnam train Station
Freight trains at Simhachalam yard of Waltair division
ଆଧାର[ସମ୍ପାଦନା]
- ↑ "Zones & Division". www.indianrailways.gov.in. indian railways. Retrieved 17 July 2019.
- ↑ Mr. Ramandeep Singh (11 April 2019). Monthly Current Affairs GK Digest: March 2019: Monthly GK Digest. BankExamsToday. pp. 8–. GGKEY:RR9X8ZW470Q.
- ↑ http://www.eastcoastrailway.gov.in