ପୂର୍ବତଟ ରେଳ ବିଭାଗ

ଉଇକିପିଡ଼ିଆ‌ରୁ
ପୂର୍ବତଟ ରେଳ
System map
East Coast Railway-15
Localeଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ
Dates of operation୨୦୦୩–
Predecessorଦକ୍ଷିଣ-ପୂର୍ବ ରେଳବାଇ
Headquartersଭୁବନେଶ୍ୱର
WebsiteECoR official website
ପୂର୍ବତଟ ରେଳ ମୁଖ୍ୟାଳୟ

ମୁଖ୍ୟ ପାତ୍ର[ସମ୍ପାଦନା]

ପୂର୍ବତଟ ରେଳ ଭାରତର ୧୬ଟି ରେଳ ଜୋନ ମଧ୍ୟରୁ ଗୋଟିଏ । ଏହି ରେଳ ସେବା ଅପ୍ରେଲ ୦୧, ୨୦୦୩ ମସିହାରେ କାର୍ଯ୍ୟକ୍ଷମ ହେଲା । ଭୌଗଳିକ ତିଥି ଅନୁସାରେ ଭାରତର ୩ଟି ରାଜ୍ୟର ରେଳପଥ ଏହାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସର୍ବବୃହତ୍ତ ସେବା ପ୍ରଦାନ କରି ଆସୁଅଛି ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ , ବିଶାଖାପାଟଣା , ଉତ୍ତର ଭାଗରେ ଥିବା ଜିଲ୍ଲାସମୂହ ଏବଂ ଛତିଶଗଡର ବସ୍ତାର, ଦନ୍ତେବାଡା ଜିଲ୍ଲା ମଧ୍ୟ ଏହି ବିଭାଗରେ ଆସିଥାଏ । ପୂର୍ବତଟ ରେଳର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରଠାରେ ଅବସ୍ଥିତ । ପୂର୍ବତଟ ରେଳରେ ୩ଟି ବିଭାଗ ଅଛି , ସେଗୁଡିକ ହେଲା:

  • ସମ୍ବଲପୁରବିଭାଗ
  • ଖୋର୍ଦ୍ଧା ରୋଡ ବିଭାଗ
  • ୱାଲଟିୟର ବିଭାଗ[୧]

ଇତିହାସ[ସମ୍ପାଦନା]

ବର୍ତ୍ତମାନର ପୁର୍ବତଟ ରେଳଟି ପୁରାତନ ପୁର୍ବତଟ ରେଳର ପୁନରୁଦ୍ଧାର ଅଟେ, ଯାହାକି ନଭେମ୍ବର ୦୧, ୧୮୮୬ରେ ଆରମ୍ଭ ହେଇଥିଲା । ବଙ୍ଗ ଏବଂ ନାଗପୁର ରେଳ ଅଗଷ୍ଟ ୦୧,୧୯୫୫ରେ ପୁର୍ବ ରେଳରୁ ଅଲଗା ହୋଇ ନୂତନ ଦକ୍ଷିଣ ପୁର୍ବ ରେଳ ଗଠନ କରିଥିଲେ । ଅକ୍ଟୋବର ୧୯୬୨ରେ ୱାଲଟିୟର ବିଭାଗଟି ଏହାର ଅଧିନରେ ଆସିଲା ।[୨] ପୁର୍ବତଟ ରେଳ ୭ଟି ରେଳ ଜୋନରେ ଆସେ ଯାହାକୁ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା ୮ ଅଗଷ୍ଟ ୧୯୯୬ରେ ଉଦଘାଟନ କରିଥିଲେ । ସେହି ସମୟରେ କେବଳ ଖୋର୍ଦ୍ଧା ରୋଡ଼ ବିଭାଗଟି ଏହା ସହ ସଂପୃକ୍ତ ଥିଲା ଏବଂ ଅପ୍ରେଲ ୦୧, ୨୦୦୩ ମସିହାରେ ସମ୍ପୁର୍ଣ କାର୍ଯ୍ୟକ୍ଷମ ହେଲା । ଏହି ରେଳ ସେବା ମୂଳତଃ ଦକ୍ଷିଣ-ପୁର୍ବ ରେଳରୁ ଆସିଅଛି ।

ବନ୍ଦୋବସ୍ତ[ସମ୍ପାଦନା]

ପୂର୍ବତଟ ରେଳବାଇ ୪୬୦୦ କି.ମି ରେଳ ଧାରଣା ବିଶିଷ୍ଟ ଅଟେ । ଏହା ୪୨,୬୧୨ କି.ମି ରାସ୍ତା ଏବଂ ୨,୨୦୦ କି.ମି ବିଦ୍ୟୁତଶକ୍ତି ଯୁକ୍ତ ରେଳ ଧାରଣା ପର୍ଯ୍ୟନ୍ତ ବିସ୍ତାର ଲାଭ କରିଅଛି । ଏହା ପ୍ରାୟ ୪୪,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଅଛି। ଏହି ରେଳବାଇରେ ୧୮୪ଟି ରେଳଘର ରହିଛି ।

ପୁର୍ବତଟ ରେଳ ଅଧିନସ୍ଥ ରେଳ ଧାରଣା[ସମ୍ପାଦନା]

  • ଦୁଆୱଡା-ଭଦ୍ରକ ଦୁଇ ଧାରୀୟ ବ୍ରଡ଼ଗେଜ
  • କୋଠାବାଲସା-କିରାନ୍ଦୁଲ ଦୁଇ ଧାରୀୟ ବ୍ରଡ଼ଗେଜ
  • ବିଜୟନଗର-ରାଇପୁର ଦୁଇ ଧାରୀୟ ବ୍ରଡ଼ଗେଜ
  • ଟିଟଲାଗଡ-ଝାରସୁଗୁଡା ଧାରୀୟ ବ୍ରଡ଼ଗେଜ
  • ରାୟଗଡା-କୋରାପୁଟ ଏକ ଧାରୀୟ ବ୍ରଡ଼ଗେଜ
  • ଖୋର୍ଦ୍ଧା ରୋଡ-ପୁରୀ ଦୁଇ ଧାରୀୟ ବ୍ରଡ଼ଗେଜ
  • କଟକ-ଅନୁଗୋଳ ଏକ ଧାରୀୟ ବ୍ରଡ଼ଗେଜ
  • ସମ୍ବଲପୁର-ତାଲଚେର ଏକ ଧାରୀୟ ବ୍ରଡ଼ଗେଜ
  • ନୁଆପଡା-ଗୁଣୁପୁର ଏକ ଧାରୀୟ ବ୍ରଡ଼ଗେଜ
  • ବଡବିଲ-ସଲୁର ଏକ ଧାରୀୟ ବ୍ରଡ଼ଗେଜ[୩]

Image Gallery[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Zones & Division". www.indianrailways.gov.in. indian railways. Retrieved 17 July 2019.
  2. Mr. Ramandeep Singh (11 April 2019). Monthly Current Affairs GK Digest: March 2019: Monthly GK Digest. BankExamsToday. pp. 8–. GGKEY:RR9X8ZW470Q.
  3. "ଆର୍କାଇଭ୍ କପି". Archived from the original on 2011-06-16. Retrieved 2012-04-04. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ[ସମ୍ପାଦନା]