ପୁରୀ ବେଳାଭୂମି
ଦେଖଣା
(ପୁରୀ ସମୁଦ୍ର କୂଳରୁ ଲେଉଟି ଆସିଛି)
19°49′N 85°50′E / 19.81°N 85.83°E
ପୁରୀ ବେଳାଭୂମି ଓଡ଼ିଶାର ପୁରୀଠାରେ ଥିବା ବଙ୍ଗୋପ ସାଗର ତଟବର୍ତ୍ତୀ ଗୋଟିଏ ବିସ୍ତୃତ ବେଳାଭୂମି [୧]। ଏହା ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗଦ୍ୱାରା ଚିହ୍ନିତ ଏକ ପର୍ଯ୍ୟଟନ ସ୍ଥଳୀ । ଏହାର ମରାମତି ଓ ପରିଚାଳନା ଭାର ପୁରୀ ନଗରପାଳିକା (ପିଏମସି) ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଉପରେ ନ୍ୟସ୍ତ । ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଥିବା ତୀର୍ଥଯାତ୍ରୀମାନେ ଏଠାରେ ସ୍ନାନ ନିମନ୍ତେ ଆସିଥାନ୍ତି ।[୨]
ଅବସ୍ଥିତି
[ସମ୍ପାଦନା]ପୁରୀ ବେଳାଭୂମି ପୁରୀ ସହରରେ ଚକ୍ରତୀର୍ଥ ରୋଡ଼ ଧାରରେ ଅବସ୍ଥିତ । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୬୦ କିମି ଦୂର ଏବଂ କୋଣାର୍କଠାରୁ ୩୫ କିମି ଦୂରରେ ଅବସ୍ଥିତ ।
ଯାତାୟତ ସୁବିଧା
[ସମ୍ପାଦନା]ପୁରୀ ବେଳାଭୂମିଠାରୁ ନିକଟବର୍ତ୍ତୀ ଷ୍ଟେସନ ପୁରୀ ରେଳ ଷ୍ଟେସନ ୨ କିମି ଏବଂ ନିକଟବର୍ତ୍ତୀ ବିମାନବନ୍ଦର ଭୁବନେଶ୍ୱର ୬୫ କିମି ଦୂର । ଏହା ବ୍ୟତୀତ ଜଗନ୍ନାଥ ସଡ଼କ (ଜାତୀୟ ରାଜପଥ ୩୧୬) ଯାତାୟତ ନିମନ୍ତେ ବ୍ୟବହୃତ ହୋଇଥାଏ ।
ମୁଖ୍ୟ ଆକର୍ଷଣ
[ସମ୍ପାଦନା]- ସୁଦର୍ଶନ ପଟ୍ଟନାୟକ ତଥା ଅନ୍ୟାନ୍ୟ ବାଲୁକା ଶିଳ୍ପୀମାନଙ୍କଦ୍ୱାରା ବାଲୁକା ଶିଳ୍ପକଳା ପ୍ରଦର୍ଶନ
- ପର୍ଯ୍ୟଟକମାନଙ୍କ ସୂର୍ଯ୍ୟସ୍ନାନ ଏବଂ ସମୁଦ୍ର ମନୋରଞ୍ଜନ ସ୍ନାନ।
- ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କଦ୍ୱାରା ଶୁଖିଲା ଘାସ ଓ ନଡ଼ାରେ ତିଆରି ତିନିକୋଣିଆ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଏଠାରେ ବସି ଦର୍ଶକଗଣ ବେଳାଭୂମି ଉପଭୋଗ କରିଥାନ୍ତି ।
- ବେଳାଭୂମିରେ ରଖାଯାଇଥିବା କାଠରେ ତିଆରି ଡଙ୍ଗା ଦର୍ଶକମାନଙ୍କୁ ସୂର୍ଯ୍ୟାସ୍ତ ଦର୍ଶନ ନିମନ୍ତେ ସମୁଦ୍ର ମଝିକୁ ନେବପାଇଁ ବ୍ୟବହୃତ ହୋଇଥାଏ ।
- ଚକ୍ରତୀର୍ଥ ଦିଗରେ ଥିବା ଚରାବାଲିରେ ପର୍ଯ୍ୟଟକମାନେ ଚାଲିଚାଲି ବୁଲିଥାନ୍ତି ।
- ବାର୍ଷିକ ପୁରୀ ବେଳାଭୂମି ମହୋତ୍ସବ ଉଭୟ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିଥାଏ ।
- ବତୀଘର।
- ବେଳାଭୂମି ଉପରେ ଥିବା ଅସ୍ଥାୟୀ ଦୋକାନ ବଜାର।
- ଏହା ମନ ଶାନ୍ୱୀ ପାଇ ଏକ ଭଲ ସ୍ଥାନ ।
ଛବି ସଙ୍କଳନ
[ସମ୍ପାଦନା]-
ପୁରୀ ବେଳାଭୂମି ବିଚରଣ ପଥ
-
ପୁରୀ ବେଳାଭୂମି ଦୃଶ୍ୟ
-
ପୁରୀ ବେଳାଭୂମି ଖାଦ୍ୟ ବଜାର
-
ପୁରୀ ବେଳାଭୂମି ମହୋତ୍ସବ
-
ବାଲୁକା ଶିଳ୍ପ କଳା
-
ବେଳାଭୂମି ଦୃଶ୍ୟ୧
-
ବେଳାଭୂମି ଦୃଶ୍ୟ୨
-
ବେଳାଭୂମିରେ ଥିବା ତିନିକୋଣିଆ ଆଶ୍ରୟସ୍ଥଳୀ
-
ବେଳାଭୂମି ଦୃଶ୍ୟ୩
-
ପୁରୀ ସମୁଦ୍ର ଢେଉ
-
ଦିଗବାରେଣୀ ଛକ
ଆଧାର
[ସମ୍ପାଦନା]- ↑ "Visit Puri Beach Odisha | ArrestedWorld". arrestedworld.com (in ଆମେରିକୀୟ ଇଂରାଜୀ). Archived from the original on 2021-08-26. Retrieved 2021-08-26.
- ↑ "Puri beach". Orissa tourism. Retrieved 16 August 2015.