ପୁରୀ ବେଳାଭୂମି ମହୋତ୍ସବ
ଉପକ୍ରମ- ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଓ ଲୋକପ୍ରିୟ ପର୍ବ ।[୧] ପ୍ରତିବର୍ଷ ନଭେମ୍ବର ମାସ ୨୩ଠାରୁ ୨୭ ତାରିଖ ଯାଏ ଏହା ପାଳିତ ହୋଇଥାଏ । ଠିକ୍ ୫ ଦିନ ଯାଏ ଖୁବ୍ ନିଷ୍ଠା ଓ ଆଡମ୍ବର ସହକାରେ ଏ ପର୍ବଟି ପାଳିତ ହୋଇଥାଏ । ଏହି ସମୟରେ ପୁରୀ ବେଳାଭୂମି ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସ୍ଥଳୀ ପାଲଟିଯାଏ । ଓଡ଼ିଶାର ପ୍ରଥମ ବେଳାଭୂମି ମହୋତ୍ସବ "୨୯ ଅକ୍ଟୋବର ୧୯୯୩" ମସିହାରେ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ୍ ବିଜୁ ପଟ୍ଟନାୟକଙ୍କଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା ।[୨] ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟ, ପରମ୍ପରା ଓ କ୍ରୀଡ଼ାକୁ ଗୋଟିଏ ମଞ୍ଚରେ ବିଶ୍ୱ ଦରବାର ସମ୍ମୁଖରେ ପରିଚିତ କରାଇବା । ପୁରୀ ଘରୋଈ ହୋଟେଲ୍ ସଙ୍ଗଠନ(ଏଚ୍ ଏ ପି), ଅନ୍ୟ ଆୟୋଜକ(ଯଥା-ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭାରତ ସରକାର)ଙ୍କ ସହାୟତାରେ ଏହାର ଆୟୋଜନ କରିଥାଏ ।[୩]
ବିଶେଷତ୍ୱ
[ସମ୍ପାଦନା]ପୁରୀ ବେଳାଭୂମି ମହୋତ୍ସବ ସମସ୍ତ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ନିଜର ସାଂସ୍କୃତିକ ସଂଧ୍ୟା ଓ ବିଭିନ୍ନ କଳା ପ୍ରଦର୍ଶନୀଦ୍ୱାରା ମନ୍ତ୍ରମୁଗ୍ଢ କରିଥାଏ ।[୪] ସମବେତ ସାଂସ୍କୃତିକ କାର୍ଯ୍ୟକ୍ରମ ଠରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ, ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରଦର୍ଶନୀ, ବାଲୁକା ଶିଳ୍ପକଳା ପ୍ରଦର୍ଶନୀ, ଫେସନ୍ ଶୋ, ବେଳାଭୂମି କ୍ରୀଡା ପ୍ରତିଯୋଗିତା ଇତ୍ୟାଦି ପର୍ଯ୍ୟନ୍ତ, ବିଭିନ୍ନ ବର୍ଗ ଓ ସମୂଦାୟର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବିବିଦ୍ଧତା ରୂପି କର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥାଏ । ଏହି ମହୋତ୍ସବ କେବଳ ଲୋକଙ୍କ ମନୋରଞ୍ଜନ କରେ ତାହା ନୁହଁ, ବରଂ ବିଭିନ୍ନତା ଭିତରେ ଏକତା କେମିତି ବଜାୟ ରଖାଯାଇ ପାରେ ତାହାର ସନ୍ଦେଶ ବିଶ୍ୱକୁ ଦେଇଥାଏ ।
ମୁଖ୍ୟ ଆକର୍ଷଣ
[ସମ୍ପାଦନା]ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ସ୍ଥାନୀୟ ଲୋକ ଓ ସଂସ୍କୃତି ବିଷୟରେ ଜାଣିବା ନିମନ୍ତେ, ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଥାଏ । ପୁରୀ ବେଳାଭୂମି ମହୋତ୍ସବ ସମୟରେ ଦର୍ଶକ ଓ ପର୍ଯ୍ୟଟକମାନଙ୍କ ଆମୋଦ ଓ ପ୍ରମୋଦ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ହେଲା:-[୫]
- ଜାତୀୟ ଓ ଆନ୍ତର୍ଯାତୀୟ ସ୍ତରର ସାଂସ୍କୃତିକ କାର୍ଯ୍ୟକ୍ରମ
- ଶାସ୍ତ୍ରୀୟ ସଙ୍ଗୀତ
- ଲୋକ ସଙ୍ଗୀତ
- ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ
- ଖାଦ୍ୟ ପ୍ରଦର୍ଶନୀ
- ବାଲୁକା ଶିଳ୍ପକଳା ପ୍ରଦର୍ଶନୀ
- ଫେସନ୍ ଶୋ
- ବେଳାଭୂମି କ୍ରୀଡା ପ୍ରତିଯୋଗିତା(ଭଲିବଲ୍, କବାଡି, ମାଲ୍ ଖମ୍ବ, ନୌକା ସନ୍ତରଣ ପ୍ରତିଯୋଗିତା ଇତ୍ୟାଦି)
ଛବି ସଂକଳନ
[ସମ୍ପାଦନା]-
ପୁରୀ ବେଳାଭୂମି ବିଚରଣ ପଥ
ଆଧାର
[ସମ୍ପାଦନା]- ↑ "Puri beach festival". Odisha tourism. Retrieved 20 August 2015.
- ↑ "First Puri Beach Festival". Maps of India. Retrieved 20 August 2015.
- ↑ "Beach Festival Information". Shrikhetra. Retrieved 20 August 2015.
- ↑ "Odisha Tourism". Tourism of Odisha. Archived from the original on 4 November 2015. Retrieved 20 August 2015.
- ↑ "Festivals of India". Pan India Internet Private Limited (PIIPL). Archived from the original on 13 January 2016. Retrieved 20 August 2015.