ପୁନର୍ନବୀ ଭୂପଲାମ

ଉଇକିପିଡ଼ିଆ‌ରୁ
ପୁନର୍ନବୀ ଭୂପଲାମ
୨୦୧୭ରେ ପୁନର୍ନବୀ ଭୂପଲାମ
ଜନ୍ମ (1996-05-28) ୨୮ ମଇ ୧୯୯୬ (ବୟସ ୨୭)[୧]
ବୃତ୍ତିଭାରତ
ସକ୍ରିୟ ବର୍ଷ୨୦୧୩ - ଏବେଯାଏଁ

ପୁନର୍ନବୀ ଭୂପଲାମ (ଜନ୍ମ: ୨୮ ମଇ ୧୯୯୬) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ୨୦୧୩ ମସିହାରେ ଉୟାଲା ଜମ୍ପାଲ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାର (ତେଲୁଗୁ) ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପୁନର୍ନବୀ ଭୂପଲାମ ୧୯୯୬ ମସିହାର ମଇ ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ତେନାଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ନାମ ଭାଗ୍ୟ ଲକ୍ଷ୍ମୀ ଏବଂ ବାପାଙ୍କ ନାମ ନାଗେଶ କୁମାର । ତାଙ୍କର ଜେଜେବାପା ଭୂପଲାମ ସୁବାରାୟୁଡୁ ସେଟ୍ଟି ଆନ୍ଧ୍ରପ୍ରଦେଶର କୁଡାପା ଜିଲ୍ଲାର ଜାମ୍ମାଲାମାଦୁଗୁର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତାଙ୍କ ପରିବାର ହାଇଦ୍ରାବାଦରେ ବସବାସ କରନ୍ତି । ସେ ବିଜୟୱାଡ଼ାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବା ପରେ ହାଇଦ୍ରାବାଦରେ ମନୋବିଜ୍ଞାନ ଏବଂ ସାମ୍ବାଦିକତାରେ ସ୍ନାତକ ହାସଲ କରିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ଭୂପଲାମ ଜଣେ ଥିଏଟର ଛାତ୍ରୀ ଭାବରେ ଅଭିନୟ ଆରମ୍ଭ ହୋଇଥିଲେ ଏବଂ ୧୭ ବର୍ଷ ବୟସରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୩ ଉୟାଲା ଜମ୍ପାଲ ସୁନୀତା ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ [୪]
୨୦୧୫ ମଲ୍ଲୀ ମଲ୍ଲୀ ଇଦି ରାନୀ ରୋଜୁ ପାର୍ବତୀ [୫]
ଇ ସିନେମା ସୁପରହିଟ୍ ଗ୍ୟାରେଣ୍ଟି ସିରିଶା [୬]
୨୦୧୬ ପିଟ୍ଟାଗୋଡ଼ା ଦିବ୍ୟା [୭]
୨୦୧୮ ମାନସୁକୁ ନାଚିଣ୍ଡି ଲାଲୀ [୮]
ଏନ୍ଦୁକୋ ଇମୋ ହାରିକା [୯]
୨୦୨୦ ଓକା ଚିନ୍ନା ବିରାମମ ମାୟା [୧୦]
ସାଇକଲ ଚରିତା

ଦୂରଦର୍ଶନ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା ଚେନାଲ ମନ୍ତବ୍ୟ ଆଧାର
୨୦୧୯ ବିଗ୍ ବସ୍ (ତେଲୁଗୁ) - ୩ ପ୍ରତିଯୋଗୀ ଷ୍ଟାର୍ ମା ରିଆଲିଟି ଶୋ [୧୧]
ଆଲିଥୋ ସରଦାଗା ଅତିଥି ଇଟିଭି ତେଲୁଗୁ ସାକ୍ଷାତକାର [୧୨]
୨୦୨୦ ୨୦୨୦ ଅନୁକୁନ୍ନାଡ଼ି ଓକାଟି

ଆୟିନାଡ଼ି ଓକାଟି

ଟେଲିଫିଲ୍ମ

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ଓଟିଟି ଭାଷା ଆଧାର
୨୦୨୦ କମିଟ୍‌ମେଣ୍ଟାଲ୍ ଅନୁ ଆହା ତେଲୁଗୁ [୧୩]

ଆଧାର[ସମ୍ପାଦନା]

  1. Vyas (2020-05-30). "'Bigg Boss' Punarnavi turns 24 and pens a note to self!". The Hans India (in ଇଂରାଜୀ). Retrieved 2020-10-21.{{cite web}}: CS1 maint: url-status (link)
  2. ୨.୦ ୨.୧ "పున్నమి వెన్నెల పునర్నవి". Sakshi (in ତେଲୁଗୁ). 2019-11-03. Retrieved 2020-10-21.
  3. "61st Idea Filmfare Awards (South) Nomination list". filmfare.com (in ଇଂରାଜୀ). Retrieved 2020-10-21.
  4. "Interview with the alluring Punarnavi Bhupalam". Telugu360. 25 August 2015. Retrieved 18 December 2019.{{cite web}}: CS1 maint: url-status (link)
  5. "Malli Malli Idhi Rani Roju". Film Beat. 6 February 2015. Retrieved 18 December 2019.{{cite web}}: CS1 maint: url-status (link)
  6. "Ee Cinema Superhit Guarantee Movie Audio Release". Ragalahari. Retrieved 18 December 2019.{{cite web}}: CS1 maint: url-status (link)
  7. "Vishwadev Rachakonda, Punarnavi Bhupalam's Pitta Goda first look poster". Ibtimes. 26 November 2016. Retrieved 18 December 2019.{{cite web}}: CS1 maint: url-status (link)
  8. "'Manasuku Nachindi' to release on Jan 26". Telangana Today. 5 January 2018. Retrieved 18 December 2019.{{cite web}}: CS1 maint: url-status (link)
  9. "'Enduko Emo' is all set to release on the occasion of Vinayaka Chaturthi". Times of India. 3 September 2018. Retrieved 18 December 2019.{{cite web}}: CS1 maint: url-status (link)
  10. Oka Chinna Viramam Movie Review: A decent thriller, retrieved 2021-01-18
  11. "Bigg Boss Telugu 3 evicted contestant Punarnavi Bhupalam". Times of India. 10 October 2019. Retrieved 18 December 2019.{{cite web}}: CS1 maint: url-status (link)
  12. "Alitho Saradaga: Bigg Boss 3 Rahul, Punarnavi reveal secrets of personal lives". ap7am.com (in ଇଂରାଜୀ). Retrieved 2020-11-06.[permanent dead link]
  13. "అభిమానుల‌కు షాకిచ్చిన పున్నూ బేబీ". Sakshi (in ତେଲୁଗୁ). 2020-10-30. Retrieved 2020-11-06.

ବାହାର ଲିଙ୍କ୍[ସମ୍ପାଦନା]