ପୀତାମ୍ବର ଆଚାର୍ଯ୍ୟ
ପୀତାମ୍ବର ଆଚାର୍ଯ୍ୟ (ଜନ୍ମ: ଜାନୁଆରୀ ୧୫, ୧୯୬୫) ହେଉଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ଜଣେ ବରିଷ୍ଠ ଆଇନଜୀବୀ ଏବଂ ବର୍ତ୍ତମାନ ଓଡିଶାର ଆଡଭୋକେଟ ଜେନେରାଲ ।[୧][୨][୩]
ଶିକ୍ଷା ଓ ସଂକ୍ଷିପ୍ତ ଜୀବନ
[ସମ୍ପାଦନା]ସେ ୧୯୮୭ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର (MA) ଶିକ୍ଷା ହାସଲ କରିଥିଲେ । କଲେଜ ଜୀବନରେ ସେ ୧୯୮୪ ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୧୯୮୭ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ଆଇନ କଲେଜ ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୮୨ ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ସାଧାରଣ ସଚିବ ଭାବେ ନିର୍ବାଚିତ ହୋଇଥିଲେ ।[୪].
ଓଡିଶା ହାଇକୋର୍ଟ ବାରରେ ଏକ ଅଧିକୃତ ଆଇନଜୀବୀ ଭାବେ ଯୋଗଦେଇ ଓଡିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଗଙ୍ଗାଧର ରଥଙ୍କ ମାର୍ଗଦର୍ଶନରେ ସେ ତାଙ୍କର ଓକିଲାତି ଜୀବନ ୧୯୯୧ ମସିହାରେ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଡଭୋକେଟ ଭାବେ ତାଙ୍କୁ ମାନ୍ୟତା ମିଳିଥିଲା । ଓକିଲାତି ଜୀବନରେ ସେ ଦେୱାନୀ , ଫୌଜଦାରୀ, ସାଂବିଧାନିକ, ସୂଚନା ଅଧିକାର ଏବଂ ନିର୍ବାଚନ ସଂପର୍କିତ ୧୦,୦୦୦ ରୁ ଅଧିକ ମାମଲା ପରିଚାଳନା କରିଥିଲେ । ପୁରୀର ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବା ମାମଲାରେ ସେ ଅଭିଯୋଗକାରୀ ତରଫେ ଆଇନଜୀବୀ ଭାବେ ଲଢିଥିଲେ ।[୫]
ଶ୍ରୀ ଆଚାର୍ଯ୍ୟ ଓଡିଶା ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶା ବିଧାନସଭା ସହ ଅନେକ ସଂସ୍ଥା ସପକ୍ଷରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ସେ ଭାରତ ପେଟ୍ରୋଲିଅମ କର୍ପୋରେସନ, ହିନ୍ଦୁସ୍ତାନ ପେଟ୍ରୋଲିଅମ, ଭାରତ ଗ୍ୟାସ ଆଦି ସଂସ୍ଥାମାନଙ୍କ ପକ୍ଷରେ ମାମଲା ପରିଚାଳନା କରିଥିଲେ । ସେ ୨୦୧୯ର ସାଧାରଣ ନିର୍ବାଚନରେ ହିଂଜିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇ ନବୀନ ପଟ୍ଟନାୟକ ବିରୁଦ୍ଧରେ ଲଢିଥିଲେ । ୨୦୦୮ରୁ ୨୦୧୩ ଯାଏଁ ସେ ଓଡିଶା ବାର କାଉନ୍ସିଲରେ ସଦସ୍ୟ ଥିଲେ । ସେ ୧୬ ଜୁଲାଇ ୨୦୨୪ରେ ଓଡିଶାର ଆଡଭୋକେଟ ଜେନେରାଲ ପଦରେ ନିଯୁକ୍ତ ହୋଇଥିଲେ ।[୬][୭]
ସମ୍ମାନ
[ସମ୍ପାଦନା]- ବକ୍ତୃତାରେ ତାଙ୍କର ବିଶେଷ ଦକ୍ଷତା ପାଇଁ "ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ" ସ୍ଵର୍ଣ୍ଣ ପଦକ ଓ ଉତ୍କଳ ବିଶ୍ୱବିଦ୍ୟାଳୟର "ଭାଇସ ଚାନସେଲର କପ୍" ଲାଭ କରିଥିଲେ ।[୧]
- ୨୦୦୮ରେ ସେ "ଉତ୍କଳ କେଶରୀ ସମ୍ମାନ" ରେ ସମ୍ମାନିତ ହୋଇଥିଲେ ।
- ଆଇନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୧୨ରେ "ନ୍ୟାୟଜ୍ୟୋତି ସମ୍ମାନ" ରେ ସେ ସମ୍ମାନିତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Error Page" (PDF). advgenodisha.nic.in. Retrieved 30 December 2024.
- ↑ NETWORK, LIVELAW NEWS (2024-07-20). "Senior Lawyer Pitambar Acharya Appointed As New Advocate General Of Odisha". www.livelaw.in (in ଇଂରାଜୀ). Retrieved 2024-12-30.
- ↑ "Pitambar Acharya takes charge as AG of Odisha". The Times of India. 2024-07-23. ISSN 0971-8257. Retrieved 2024-12-30.
- ↑ "Press Trust Of India". www.ptinews.com. Retrieved 2024-12-30.
- ↑ "Samir Mohanty vs State Of Odisha And Others on 29 September, 2023". indiankanoon.org. Retrieved 2024-12-30.
- ↑ Bench, Bar & (2024-07-20). "Senior Advocate Pitambar Acharya is new Advocate General for Odisha". Bar and Bench - Indian Legal news (in ଇଂରାଜୀ). Retrieved 2024-12-30.
- ↑ Sahoo, Akshaya Kumar (2024-07-20). "Pitambar Acharya appointed Advocate General of Odisha". www.deccanchronicle.com (in ଇଂରାଜୀ). Retrieved 2024-12-30.