ପିତମ ପାଢ଼ୀ
ଦେଖଣା
ପିତମ ପାଢ଼ୀ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ପ୍ରଫୁଲ୍ଲ କୁମାର ପାଙ୍ଗୀ |
ନିର୍ବାଚନ ମଣ୍ଡଳୀ | ପଟ୍ଟାଙ୍ଗି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଫେବୃଆରୀ ୧୯୭୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୁଶୀଳା ପାଢ଼ୀ |
ସନ୍ତାନ | ୩ |
ବାପା/ବୋଉ | ଦଶରଥ ପାଢ଼ୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପିତମ ପାଢ଼ୀ (ଜନ୍ମ: ୪ ଫେବୃଆରୀ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପିତମ ପାଢ଼ୀ ୧୯୭୨ ମସିହାର ଫେବୃଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶରଥ ପାଢ଼ୀ ଓ ପତ୍ନୀଙ୍କ ନାମ ସୁଶୀଳା ପାଢ଼ୀ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ପିତମ ପାଢ଼ୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ଆଧାର
[ସମ୍ପାଦନା]- ↑ "Pottangi Assembly Election Results 2019 Live: Pottangi Constituency (Seat) Election Results, Live News". News18. Retrieved 25 February 2022.
- ↑ ୨.୦ ୨.୧ "Shri Pitam Padhi". odishaassembly.nic.in. Odisha Assembly. Retrieved 25 February 2022.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Pitam Padhi-ସମ୍ପର୍କିତ ମିଡ଼ିଆ