ଧବଳ ଛଉ

ଉଇକିପିଡ଼ିଆ ରୁ
Jump to navigation Jump to search
ଧବଳ ଛଉ/ ଭିଟିଲିଗୋ
Vitiligo2.JPG
ହାତର ନନ୍‌ସେଗମେଣ୍ଟାଲ ଭିଟିଲିଗୋ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ /ˌvɪtɪˈlɡ/
ସ୍ପେଶାଲିଟି ଚର୍ମରୋଗ ବିଜ୍ଞାନ
ଆଇସିଡ଼ି-୧୦ L80.
ଆଇସିଡ଼ି-୯-ସିଏମ୍ 709.01
ଓଏମ୍‌ଆଇଏମ୍ 193200
ରୋଗ ଡାଟାବେସ 13965
ମେଡ଼ିସିନ-ପ୍ଲସ 000831
ଇ-ମେଡ଼ିସିନ derm/453
Patient UK ଧବଳ ଛଉ/ ଭିଟିଲିଗୋ
MeSH D014820

ଧବଳ ଛଉ (ପ୍ରତିଶବ୍ଦ: ଧବଳ କୁଷ୍ଠ, ଧଳା ଛଉ, ଭିଟିଲିଗୋ; ସଂସ୍କୃତ ଭାଷାରେ ଶ୍ୱେତ ଲାଞ୍ଛନ, ଇଂରାଜୀ ଭାଷାରେ Vitiligo) ଏକ ପ୍ରକାର ଚର୍ମ ରୋଗ ଯେଉଁଥିରେ ଚର୍ମର କିଛି ଅଂଶ ଫିକା ବା ବିବର୍ଣ୍ଣ (losing their pigment) ହୋଇଯାଏ ।[୧] ଚର୍ମର କିଛି ଅଂଶ ଧଳା ଦେଖାଯାଏ ଯାହାର ପରିସୀମା ତୀକ୍ଷ୍ଣ ଥାଏ । ସେହି ଅଂଶରେ ଥବା ଲୋମ ମଧ୍ୟ ଧଳା ହୋଇଯାଇପାରେ ।[୧] ପାଟି ଓ ନାକରେ ମଧ୍ୟ ଏ ରୋଗ ହୋଇପାରେ ।[୨] ଶରୀରର ଉଭୟ ପାଖରେ ରୋଗ ହୁଏ ।[୧] ଅଧିକାଂଶ ସମୟରେ ସୂର୍ଯ୍ୟ ଦିଗକୁ ଖୋଲା ରହିଥିବା ସ୍ଥାନରେ ଦାଗ ହୁଏ । କଳା ରଙ୍ଗର ଲୋକଙ୍କ ଦେହରେ ଏହି ଦାଗ ଅଧିକ ସ୍ପଷ୍ଟ ଦେଖାଯାଏ ।[୨] ଧବଳ ଛଉ ହେବାଦ୍ୱାରା ମାନସିକ ଚାପ (psychological stress) ବଢ଼ିଯାଏ ଓ ସେ ସ୍ଥାନ କେହି ଛୁଇଁବାକୁ (ସାମାଜିକ କଳଙ୍କ ବା stigmatized) ଇଚ୍ଛା କରନ୍ତି ନାହିଁଁ । [୧]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] ପରିବେଶ କାରକଦ୍ୱାରା ଜେନେଟିକ ସମ୍ବେଦନଶୀଳ ହୋଇ ଅଟୋଇମ୍ମ୍ୟୁନ (autoimmune disease) ରୋଗ ଭାବରେ ସୃଷ୍ଟି ହେଉଥିବା ବିଶ୍ୱାସ କରାଯାଏ ।[୨][୧] ଏହା ଫଳରେ ମେଲାନୋସାଇଟ ବା ପିଗମେଣ୍ଟ ଜୀବକୋଷ (skin pigment cells) ନଷ୍ଟ ହୋଇଯାଏ । ଏହି ରୋଗର ପାରିବାରିକ ଇତିହାସ ଅଥବା ହାଇପରଥାଇରଏଡିଜମ, ଆଲୋପେସିଆ ଏରିଏଟା (alopecia areata) ଓ ପର୍ନିସିଅସ ଆନିମିଆ (pernicious anemia) ଇତ୍ୟାଦି ଭଳି ଅନ୍ୟ କୌଣସି ଅଟୋଇମ୍ମ୍ୟୁନ ରୋଗମାନଙ୍କର ଇତିହାସ ଥିଲେ ଏହି ରୋଗ ବାହାରିବା ସମ୍ଭାବନା ରହେ ।[୨] ଧବଳ ଛଉ ମୁଖ୍ୟତଃ ଦୁଇ ପ୍ରକାର ଦେଖାଯାଏ: ସେଗମେଣ୍ଟାଲ ଓ ନନ୍-ସେଗମେଣ୍ଟାଲ । ଅଧିକାଂଶ କେଶ୍ ନନ୍-ସେଗମେଣ୍ଟାଲ ଥାଆନ୍ତି ଯେଉଁଥିରେ ଦେହର ଦୁଇ ପାଖ ପ୍ରଭାବିତ ହୁଅନ୍ତି ଓ ସମୟ କ୍ରମେ ଅବସ୍ଥା ଖରାପ ଦିଗକୁ ଗତି କରେ । ପ୍ରାୟ ୧୦% କେଶ୍ ସେଗମେଣ୍ଟାଲ ଥାଏ ଯେଉଁଥିରେ ଦେହର ଏକ ପାଖରେ ରୋଗ ହୁଏ ଓ ଖରାପ ଦିଗକୁ ଗତି କରେନାହିଁଁ ।[୧] ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୨]

ଧବଳ ଛଉ ଆରୋଗ୍ୟ ହେଲା ଭଳି କୌଣସି ଚିକିତ୍ସା ନାହିଁଁ । ସନ୍‌ସ୍କ୍ରୀନ ଓ ମେକଅପ ସାହାଯ୍ୟରେ ଫିକା ଚର୍ମ ଚିକିତ୍ସା କରାଯାଏ ।[୧] ଗ୍ଲୁକୋକର୍ଟିକଏଡ (steroid|) କ୍ରିମ ବା ଫୋଟୋଥେରାପି (phototherapy) ଦେଇ ଫିକା ପ୍ୟାଚକୁ ଗାଢ଼ କରାଯାଏ । ଅନ୍ୟ ପକ୍ଷରେ ଭଲ ଥିବା ଚର୍ମକୁ ହାଲୁକା କରିବା ନିମନ୍ତେ ହାଇଡ୍ରୋକୁଇନୋନ (hydroquinone) ଦେଇ ଚେଷ୍ଟା କରାଯାଏ । ଏହି ଚିକିତ୍ସାରେ ଉନ୍ନତି ନ ହେଲେ ଅନେକ ପ୍ରକାର ଅପରେଶନ କରାଯାଇପାରେ ।[୨] ମିଶ୍ରିତ ଚିକିତ୍ସାରେ ସୁଫଳ ମିଳେ ।[୩] କାଉନସେଲିଙ୍ଗଦ୍ୱାରା (Counselling) ଭାବାବେଗକୁ ନିୟନ୍ତ୍ରଣ କରାଯାଇପାରେ ।[୧]

ସାରା ପୃଥିବୀରେ ୧% ଲୋକ ଧବଳ ଛଉ ରୋଗରେ ଆକ୍ରାନ୍ତ ହୁଅନ୍ତି ।[୩] କେତେକ ଜନସଂଖ୍ୟାରେ ଏହା ୨ରୁ ୩% ଦେଖାଯାଏ ।[୪] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ପ୍ରାୟ ଅର୍ଧେକ ଲୋକଙ୍କର ୨୦ ବର୍ଷ ବୟସ ପୂର୍ବରୁ ଓ ଅଧିକାଂଶ ଲୋକଙ୍କର ୪୦ ବର୍ଷ ବୟସ ପୂର୍ବରୁ ରୋଗ ହୋଇଥାଏ । ପୁରାତନ ଗ୍ରୀସ (ancient history) ସମୟରୁ ଏହି ରୋଗ ବର୍ଣ୍ଣନା ରହିଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ Ezzedine, K; Eleftheriadou, V; Whitton, M; van Geel, N (4 July 2015). "Vitiligo". Lancet (London, England). 386 (9988): 74–84. PMID 25596811. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Questions and Answers about Vitiligo". NIAMS. June 2014. Retrieved 11 August 2016. 
  3. ୩.୦ ୩.୧ Whitton, M; Pinart, M; Batchelor, JM; Leonardi-Bee, J; Gonzalez, U; Jiyad, Z; Eleftheriadou, V; Ezzedine, K (May 2016). "Evidence-based management of vitiligo: summary of a Cochrane systematic review". The British journal of dermatology. 174 (5): 962–9. PMID 26686510. 
  4. Krüger C, Schallreuter KU (October 2012). "A review of the worldwide prevalence of vitiligo in children/adolescents and adults". Int J Dermatol. 51 (10): 1206–12. doi:10.1111/j.1365-4632.2011.05377.x. PMID 22458952.