Jump to content

ପାୟୋଡର୍ମା ଗାଙ୍ଗ୍ରିନୋସମ

ଉଇକିପିଡ଼ିଆ‌ରୁ
Pyoderma gangrenosum
Pyoderma gangrenosum on the leg of a person with ulcerative colitis.
ବିଭାଗDermatology
ଲକ୍ଷଣA small bump that expands into a painful ulcer and progressively grows[][]
ଆକ୍ରାନ୍ତ ସମୟ20s to 50s[]
ଅବଧିMonths[]
କାରଣUnknown[]
ବିପଦ କାରକAutoimmune disorders, cancer[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other causes[]
ସଠିକ ରୋଗ ନିର୍ଣ୍ଣୟPyogenic granuloma, Sweet syndrome, sporotrichosis[][]
ଚିକିତ୍ସାCorticosteroids, ciclosporin, infliximab, canakinumab[]
ପୁନଃପୌନିକ1 in 100,000 per year[]

ପାୟୋଡର୍ମା ଗାଙ୍ଗ୍ରିନୋସମ ( PG ) ହେଉଛି ଏକ ପ୍ରକାର ଚର୍ମ ରୋଗ ଯାହା ସାଧାରଣତଃ ଏକ ଛୋଟ ଫୁଲା ପରି ଆରମ୍ଭ ହୁଏ ଯାହା ଧୀରେ ଧୀରେ ବିସ୍ତାର ହୋଇ ଏକ ଏକ ଅଲସରରେ ପରିଣତ ହୁଏ । [] ଅଲସରଗୁଡିକ ସୀମା ସ୍ପଷ୍ଟ ଥାଏ ଏବଂ ଅନେକ ସମୟରେ ଯନ୍ତ୍ରଣାଦାୟକ ଅଟେ । [] ଗୋଡ଼ ମୂଖ୍ୟତଃ ପ୍ରଭାବିତ ହେଉଥିଲେ ମଧ୍ୟ ଯେ କୌଣସି ସ୍ଥାନରେ କ୍ଷତ ସୃଷ୍ଟି ହୋଇପାରେ । [] ଏହା ସାମାନ୍ୟ ଆଘାତ ହୋଇଥିବା ସ୍ଥାନରେ ମଧ୍ୟ ଆରମ୍ଭ ହୋଇପାରେ । []

ଏହାର କାରଣ ଅଜ୍ଞାତ ଅଟେ, ଯଦିଓ ଏହା ସ୍ୱତଃ ପ୍ରଦାହଶୀଳ ବୋଲି ବିଶ୍ୱାସ କରାଯାଏ । [] [] ଏହା ଅଟୋଇମ୍ୟୁନ ବ୍ୟାଧି ସହିତ ଜଡିତ ହୋଇପାରେ ଯେପରିକି ରିଉମାଟଏଡ ଆର୍ଥ୍ରାଇଟିସ, ଇନଫ୍ଲାମେଟୋରୀ ବାୱେଲ ରୋଗ (ଆଇବିଡି), ଲ୍ୟୁକେମିଆ ସହିତ କର୍କଟ ଏବଂ କେତେକ ଔଷଧ ଯୋଗୁ ମଧ୍ୟ ହୋଇପାରେ । [] [] ଏହା ସଂକ୍ରାମକ ନୁହେଁ। [] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ । []

ଚିକିତ୍ସାରେ କର୍ଟିଷ୍ଟିରଏଡ, ସିକ୍ଲୋସ୍ପୋରିନ, ଇନଫ୍ଲିକ୍ସିମାବ, କିମ୍ବା କାନାକିନୁମାବ ଦିଆଯାଇପାରେ । [] ଥରେ ଆରୋଗ୍ୟ ହେବା ଆରମ୍ଭ ହୋଇଗଲେ ଚର୍ମ ଗ୍ରାଫ୍ଟ କରାଯାଇପାରେ । [] ଚିକିତ୍ସା ନ କଲେ ଅଲସର ବଢ଼ିପାରେ, ସ୍ଥିର ରହିପାରେ କିମ୍ବା ଧୀରେ ଧୀରେ ସୁସ୍ଥ ହୋଇପାରେ ।[] ଚିକିତ୍ସା ସତ୍ତ୍ୱେ ଆରୋଗ୍ୟ ହେବାକୁ କିଛି ମାସ ସମୟ ଲାଗିପାରେ ଏବଂ ଏକ ଦାଗ ରହିପାରେ । []

ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣେ ନୂତନ ଭାବରେ ପ୍ରଭାବିତ ହୁଅନ୍ତି । [] ଆଇବିଡି ଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୨% ପ୍ରଭାବିତ ହୁଅନ୍ତି । [] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [] ୨୦ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି । [] [] ଏହି ରୋଗ ପ୍ରଥମେ ୧୯୩୦ ମସିହାରେ ଚିହ୍ନଟ ହୋଇଥିଲା।

  1. 1 2 3 4 5 6 7 8 9 "Pyoderma Gangrenosum". NORD (National Organization for Rare Disorders). Archived from the original on 22 January 2021. Retrieved 14 May 2021.
  2. 1 2 3 4 5 "Pyoderma gangrenosum". dermnetnz.org (in ଇଂରାଜୀ). DermNet NZ. Archived from the original on 11 April 2021. Retrieved 14 May 2021.
  3. 1 2 3 4 5 Schmieder, SJ; Krishnamurthy, K (January 2021). "Pyoderma Gangrenosum". PMID 29489279. {{cite journal}}: Cite journal requires |journal= (help)
  4. Partridge AC, Bai JW, Rosen CF, Walsh SR, Gulliver WP, Fleming P (August 2018). "Effectiveness of systemic treatments for pyoderma gangrenosum: a systematic review of observational studies and clinical trials". The British Journal of Dermatology. 179 (2): 290–295. doi:10.1111/bjd.16485. PMID 29478243. S2CID 3504429.
  5. 1 2 3 "Pyoderma Gangrenosum". NORD (National Organization for Rare Disorders). Archived from the original on 22 January 2021. Retrieved 14 May 2021.
  6. 1 2 3 4 "Pyoderma gangrenosum". dermnetnz.org (in ଇଂରାଜୀ). DermNet NZ. Archived from the original on 11 April 2021. Retrieved 14 May 2021.
  7. Schmieder, SJ; Krishnamurthy, K (January 2021). "Pyoderma Gangrenosum". PMID 29489279. {{cite journal}}: Cite journal requires |journal= (help)
  8. Partridge AC, Bai JW, Rosen CF, Walsh SR, Gulliver WP, Fleming P (August 2018). "Effectiveness of systemic treatments for pyoderma gangrenosum: a systematic review of observational studies and clinical trials". The British Journal of Dermatology. 179 (2): 290–295. doi:10.1111/bjd.16485. PMID 29478243.
  9. Ruocco E, Sangiuliano S, Gravina AG, Miranda A, Nicoletti G (September 2009). "Pyoderma gangrenosum: an updated review". Journal of the European Academy of Dermatology and Venereology. 23 (9): 1008–17. doi:10.1111/j.1468-3083.2009.03199.x. PMID 19470075.