ପାୟୋଡର୍ମା ଗାଙ୍ଗ୍ରିନୋସମ

ଉଇକିପିଡ଼ିଆ‌ରୁ
Pyoderma gangrenosum
Pyoderma gangrenosum on the leg of a person with ulcerative colitis.
ବିଭାଗDermatology
ଲକ୍ଷଣA small bump that expands into a painful ulcer and progressively grows[୧][୨]
ଆକ୍ରାନ୍ତ ସମୟ20s to 50s[୧]
ଅବଧିMonths[୨]
କାରଣUnknown[୧]
ବିପଦ କାରକAutoimmune disorders, cancer[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other causes[୩]
ସଠିକ ରୋଗ ନିର୍ଣ୍ଣୟPyogenic granuloma, Sweet syndrome, sporotrichosis[୩][୧]
ଚିକିତ୍ସାCorticosteroids, ciclosporin, infliximab, canakinumab[୪]
ପୁନଃପୌନିକ1 in 100,000 per year[୧]

ପାୟୋଡର୍ମା ଗାଙ୍ଗ୍ରିନୋସମ ( PG ) ହେଉଛି ଏକ ପ୍ରକାର ଚର୍ମ ରୋଗ ଯାହା ସାଧାରଣତଃ ଏକ ଛୋଟ ଫୁଲା ପରି ଆରମ୍ଭ ହୁଏ ଯାହା ଧୀରେ ଧୀରେ ବିସ୍ତାର ହୋଇ ଏକ ଏକ ଅଲସରରେ ପରିଣତ ହୁଏ । [୫] ଅଲସରଗୁଡିକ ସୀମା ସ୍ପଷ୍ଟ ଥାଏ ଏବଂ ଅନେକ ସମୟରେ ଯନ୍ତ୍ରଣାଦାୟକ ଅଟେ । [୧] ଗୋଡ଼ ମୂଖ୍ୟତଃ ପ୍ରଭାବିତ ହେଉଥିଲେ ମଧ୍ୟ ଯେ କୌଣସି ସ୍ଥାନରେ କ୍ଷତ ସୃଷ୍ଟି ହୋଇପାରେ । [୧] ଏହା ସାମାନ୍ୟ ଆଘାତ ହୋଇଥିବା ସ୍ଥାନରେ ମଧ୍ୟ ଆରମ୍ଭ ହୋଇପାରେ । [୬]

ଏହାର କାରଣ ଅଜ୍ଞାତ ଅଟେ, ଯଦିଓ ଏହା ସ୍ୱତଃ ପ୍ରଦାହଶୀଳ ବୋଲି ବିଶ୍ୱାସ କରାଯାଏ । [୫] [୬] ଏହା ଅଟୋଇମ୍ୟୁନ ବ୍ୟାଧି ସହିତ ଜଡିତ ହୋଇପାରେ ଯେପରିକି ରିଉମାଟଏଡ ଆର୍ଥ୍ରାଇଟିସ, ଇନଫ୍ଲାମେଟୋରୀ ବାୱେଲ ରୋଗ (ଆଇବିଡି), ଲ୍ୟୁକେମିଆ ସହିତ କର୍କଟ ଏବଂ କେତେକ ଔଷଧ ଯୋଗୁ ମଧ୍ୟ ହୋଇପାରେ । [୭] [୨] ଏହା ସଂକ୍ରାମକ ନୁହେଁ। [୩] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ । [୩]

ଚିକିତ୍ସାରେ କର୍ଟିଷ୍ଟିରଏଡ, ସିକ୍ଲୋସ୍ପୋରିନ, ଇନଫ୍ଲିକ୍ସିମାବ, କିମ୍ବା କାନାକିନୁମାବ ଦିଆଯାଇପାରେ । [୮] ଥରେ ଆରୋଗ୍ୟ ହେବା ଆରମ୍ଭ ହୋଇଗଲେ ଚର୍ମ ଗ୍ରାଫ୍ଟ କରାଯାଇପାରେ । [୬] ଚିକିତ୍ସା ନ କଲେ ଅଲସର ବଢ଼ିପାରେ, ସ୍ଥିର ରହିପାରେ କିମ୍ବା ଧୀରେ ଧୀରେ ସୁସ୍ଥ ହୋଇପାରେ ।[୨] ଚିକିତ୍ସା ସତ୍ତ୍ୱେ ଆରୋଗ୍ୟ ହେବାକୁ କିଛି ମାସ ସମୟ ଲାଗିପାରେ ଏବଂ ଏକ ଦାଗ ରହିପାରେ । [୨]

ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣେ ନୂତନ ଭାବରେ ପ୍ରଭାବିତ ହୁଅନ୍ତି । [୫] ଆଇବିଡି ଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୨% ପ୍ରଭାବିତ ହୁଅନ୍ତି । [୬] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୧] ୨୦ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି । [୧] [୯] ଏହି ରୋଗ ପ୍ରଥମେ ୧୯୩୦ ମସିହାରେ ଚିହ୍ନଟ ହୋଇଥିଲା।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Pyoderma Gangrenosum". NORD (National Organization for Rare Disorders). Archived from the original on 22 January 2021. Retrieved 14 May 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Pyoderma gangrenosum". dermnetnz.org (in ଇଂରାଜୀ). DermNet NZ. Archived from the original on 11 April 2021. Retrieved 14 May 2021.
  3. ୩.୦ ୩.୧ ୩.୨ ୩.୩ ୩.୪ Schmieder, SJ; Krishnamurthy, K (January 2021). "Pyoderma Gangrenosum". PMID 29489279. {{cite journal}}: Cite journal requires |journal= (help)
  4. Partridge AC, Bai JW, Rosen CF, Walsh SR, Gulliver WP, Fleming P (August 2018). "Effectiveness of systemic treatments for pyoderma gangrenosum: a systematic review of observational studies and clinical trials". The British Journal of Dermatology. 179 (2): 290–295. doi:10.1111/bjd.16485. PMID 29478243. S2CID 3504429.
  5. ୫.୦ ୫.୧ ୫.୨ "Pyoderma Gangrenosum". NORD (National Organization for Rare Disorders). Archived from the original on 22 January 2021. Retrieved 14 May 2021.
  6. ୬.୦ ୬.୧ ୬.୨ ୬.୩ "Pyoderma gangrenosum". dermnetnz.org (in ଇଂରାଜୀ). DermNet NZ. Archived from the original on 11 April 2021. Retrieved 14 May 2021.
  7. Schmieder, SJ; Krishnamurthy, K (January 2021). "Pyoderma Gangrenosum". PMID 29489279. {{cite journal}}: Cite journal requires |journal= (help)
  8. Partridge AC, Bai JW, Rosen CF, Walsh SR, Gulliver WP, Fleming P (August 2018). "Effectiveness of systemic treatments for pyoderma gangrenosum: a systematic review of observational studies and clinical trials". The British Journal of Dermatology. 179 (2): 290–295. doi:10.1111/bjd.16485. PMID 29478243.
  9. Ruocco E, Sangiuliano S, Gravina AG, Miranda A, Nicoletti G (September 2009). "Pyoderma gangrenosum: an updated review". Journal of the European Academy of Dermatology and Venereology. 23 (9): 1008–17. doi:10.1111/j.1468-3083.2009.03199.x. PMID 19470075.