ପାସିରିଓଟାଇଡ
Clinical data | |
---|---|
Trade names | Signifor, Signifor LAR |
Synonyms | SOM230 |
AHFS/Drugs.com | monograph |
data |
|
Pregnancy category | |
Routes of administration | Subcutaneous injection, intramuscular injection |
Legal status | |
Legal status | |
Identifiers | |
| |
ECHA InfoCard | 100.211.883 |
Chemical and physical data | |
Formula | C58H66N10O9 |
Molar mass | ୧,୦୪୭.୨୩ g·mol−1 |
3D model (JSmol) | |
| |
| |
(verify) |
ପାସିରିଓଟାଇଡ (ଇଂରାଜୀ ଭାଷାରେ Pasireotide), ସାଇନିଫୋର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କୁସିଂ ରୋଗ ଏବଂ ଆକ୍ରୋମେଗାଲି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] କୁସିଂ ରୋଗରେ ଅସ୍ତ୍ରୋପଚାର ପ୍ରଭାବଶାଳୀ ନ ହେଲେ ଏବଂ ଆକ୍ରୋମେଗାଲିରେ ଅସ୍ତ୍ରୋପଚାର କିମ୍ବା ଅନ୍ୟ ଏକ ସୋମାଟୋଷ୍ଟାଟିନ୍ ପ୍ରଭାବଶାଳୀ ନ ହେଲେ ପାସିରିଓଟାଇଡ ବ୍ୟବହାର କରାଯାଏ । ଚର୍ମ ତଳେ କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଅଇ, ପିତ୍ତାସ୍ମରୀ, ଇଞ୍ଜେକସନ୍ ଦିଆହୋଇଥିବା ସ୍ଥାନରେ ପ୍ରତିକ୍ରିୟା ଏବଂ ଥକ୍କାପଣ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ କର୍ଟିସୋଲ୍, ମନ୍ଥର ହୃଦସ୍ପନ୍ଦନ ଏବଂ ଯକୃତ ସମସ୍ୟା ହୋଇପାରେ | [୩] ଏହା ଏକ ସୋମାଟୋଷ୍ଟାଟିନ ଆନାଲଗ ଯାହା ଅଭିବୃଦ୍ଧି ହରମୋନ ଏବଂ କର୍ଟିସୋଲ ମୋଚନକୁ ଅବରୋଧ କରିଥାଏ ।
୨୦୧୨ ମସିହାରେ ୟୁରୋପ ଓ ଯୁକ୍ତରାଷ୍ଟ୍ରରେ ପାସିରିଓଟାଇଡ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ୨୩୦୦ ରୁ ୩୨୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫୩୦୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ BNF 81: March-September 2021. BMJ Group and the Pharmaceutical Press. 2021. p. 995. ISBN 978-0857114105.
- ↑ ୨.୦ ୨.୧ "Signifor EPAR". European Medicines Agency (EMA). Archived from the original on 12 November 2020. Retrieved 13 May 2020.
- ↑ ୩.୦ ୩.୧ "Pasireotide Monograph for Professionals". Drugs.com (in ଇଂରାଜୀ). Archived from the original on 21 August 2021. Retrieved 26 October 2021.
- ↑ "Signifor Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 26 October 2021.