Jump to content

ପାଣ୍ଟୋପ୍ରାଜୋଲ

ଉଇକିପିଡ଼ିଆ‌ରୁ
ପାଣ୍ଟୋପ୍ରାଜୋଲ
Clinical data
Trade namesProtonix, others[]
AHFS/Drugs.commonograph
MedlinePlusa601246
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    By mouth and intravenous
    Drug classproton pump inhibitor
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability77%
    MetabolismLiver (CYP2C19)
    Elimination half-life1-2 hours
    ExcretionUrine, Feces
    Identifiers
    • (RS)-6-(Difluoromethoxy)-2-[(3,4-dimethoxypyridin-2-yl)methylsulfinyl]-1H-benzo[d]imidazole
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.111.005 Edit this at Wikidata
    Chemical and physical data
    FormulaC16H15F2N3O4S
    Molar mass383.371 g/mol
    3D model (JSmol)
    ChiralityRacemic
    • FC(F)Oc1ccc2[nH]c(nc2c1)S(=O)Cc3nccc(OC)c3OC
    • InChI=1S/C16H15F2N3O4S/c1-23-13-5-6-19-12(14(13)24-2)8-26(22)16-20-10-4-3-9(25-15(17)18)7-11(10)21-16/h3-7,15H,8H2,1-2H3,(H,20,21) checkY
    • Key:IQPSEEYGBUAQFF-UHFFFAOYSA-N checkY
      (verify)

    ପାଣ୍ଟୋପ୍ରାଜୋଲ (ଇଂରାଜୀ ଭାଷାରେ Pantoprazole, ପ୍ରଥମ ବିକ୍ରୟ ନାମ ପ୍ରୋଣ୍ଟୋନିକ୍ସ/ Protonix) ଏକ ଔଷଧ ଯାହା ପାକସ୍ଥଳୀ ଘାଆ (stomach ulcer), ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଯୋଗୁ ହେଉଥିବା ଇରୋସିଭ ଏସୋଫେଜାଇଟିସ (erosive esophagitis) ରୋଗର ସ୍ୱଳ୍ପକାଳୀନ ଚିକିତ୍ସା, ଏସୋଫେଜାଇଟିସ ରୋଗ ଶୁଖିବା ନିମନ୍ତେ ଓ ଅତ୍ୟଧିକ ଅମ୍ଳସ୍ରାବୀ ଜୋଲିଞ୍ଜର ଏଲିସନ ସିଣ୍ଡ୍ରୋମ (Zollinger–Ellison syndrome) ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[] ହେଲିକୋବ୍ୟାକ୍ଟର ପାଇଲୋରି (Helicobacter pylori) ରୋଗ ଭଲ ହେବା ନିମନ୍ତେ ଅନ୍ୟାନ୍ୟ ଔଷଧ ସ‌ହିତ ପାଣ୍ଟୋପ୍ରାଜୋଲ ଦିଆଯାଇପାରେ ।[] ଏହା ପାଟିରେ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଇପାରେ । []

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା, ବାନ୍ତିମ ପେଟ ଯନ୍ତ୍ରଣା ଓ ଗଣ୍ଠି ଯନ୍ତ୍ରଣା arthralgia ହୋଇପାରେ ।[] ସାଂଘାତିକ ପ୍ରତିକ୍ରିୟା ହେଲେ ଆନାଫାଇଲାକ୍‌ସିସ, ଆଟ୍ରୋଫିକ ଗାସ୍ଟ୍ରାଇଟିସ (atrophic gastritis), ସ୍ୱଳ୍ପ ମ୍ୟାଗନେସିଅମ (low magnesium) ଓ ଭିଟାମିନ ବି୧୨ ଅଭାବ ହୋଇପାରେ ।[] ପାଣ୍ଟୋପ୍ରାଜୋଲ ଏକ ପ୍ରୋଟିନ-ପମ୍ପ ଇନହିବିଟର (proton pump inhibitor) ଯାହା ଗ୍ୟାସ୍ଟ୍ରିକ ଏସିଡ ସ୍ରାବ କମେଇଦିଏ ।[] ଏହା ପାକସ୍ଥଳୀରେ ହାଇଡ୍ରୋଜେନ ପୋଟାସିଅମ ଏଟିପେଜର ((H+/K+)-ATPase) କାର୍ଯ୍ୟକୁ ଅଣସକ୍ରିୟ କରିଦିଏ ।[][]

    ପାଣ୍ଟୋପ୍ରାଜୋଲ ଅନୁଶୀଳନ ସନ ୧୯୮୫ରେ ଆରମ୍ଭ ହେଲା ଓ ସନ ୧୯୯୪ରେ ଜର୍ମାନୀରେ ଡାକ୍ତରୀ ବ୍ୟବ‌ହାରରେ ଆରମ୍ଭ କରାଗଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୦ ଆମେରିକୀୟ ଡଲାରରୁ କମ୍ ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୦.୦୫ ପାଉଣ୍ଡ କିନ୍ତୁ ଏକ ଡୋଜ ଇଞ୍ଜେକସନର ମୂଲ୍ୟ ୫ ପାଉଣ୍ଡ ।[]

    1. ଆଧାର ଭୁଲ: ଅଚଳ <ref> ଚିହ୍ନ; brands ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    2. 1 2 3 4 5 6 7 "Pantoprazole Sodium Monograph for Professionals - Drugs.com". Drugs.com. American Society of Health-System Pharmacists. Retrieved 28 October 2018.
    3. 1 2 British national formulary : BNF 74 (74 ed.). British Medical Association. 2017. p. 79. ISBN 978-0857112989.
    4. Richardson, P; Hawkey, CJ; Stack, WA (September 1998). "Proton pump inhibitors. Pharmacology and rationale for use in gastrointestinal disorders". Drugs. 56 (3): 307–35. doi:10.2165/00003495-199856030-00002. PMID 9777309.
    5. Fischer, János; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 130. ISBN 9783527607495.
    6. "NADAC as of 2018-10-24". Centers for Medicare and Medicaid Services (in ଇଂରାଜୀ). Archived from the original on 2019-06-24. Retrieved 28 October 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]