ପାଣିନି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସପ୍ତଦଶ ଶତାବ୍ଦୀ ରେ ପାଣିନିଙ୍କଦ୍ୱାରା ଗଛର ବକଳରେ ଲେଖାଯାଇଥିବା, କାଶ୍ମୀର୍ ଠାରେ ଥିବା, ବ୍ୟାକରଣ ଗ୍ରନ୍ଥ ର   ପାଣ୍ଡୁଲିପି।

ପାଣିନି (IPA:  [pɑːɳin̪i]; ପୈତୃକ ଅର୍ଥ "ପାଣିଙ୍କ ବଂଶଧର"; fl. ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀ[୧][2] [୨]) ପ୍ରାଚୀନ ଭାରତ ର ମହାଜନପଦ ଯୁଗ ର ଜଣେ ବିଶିଷ୍ଟ ବ୍ୟାକରଣବିତ୍ ଥିଲେ। [୩] ସେ ପୁଶ୍କଳବତୀ, ଗାନ୍ଧାର (ବର୍ତ୍ତମାନ ର ଚର୍ସଦ୍ଦା, ଖିବେର୍ ପାଖ୍‌ଟୁଙ୍ଖ୍ୱା, ପାକିସ୍ତାନର ଉପାନ୍ତ)ଠାରେ ଜ‌ନ୍ମଗ୍ରହଣ କରିଥିଲେ।[୧][୨]

ପାଣିନି ତାଙ୍କର ସଂସ୍କୃତ ବ୍ୟାକରଣ, ବିଶେଷତଃ ତାଙ୍କଦ୍ୱାରା ପ୍ରଣ‌ୟନ କରାଯାଇଥିବା ସଂସ୍କୃତ ରୂପତ‌ତ୍ତ୍ୱ ର ୩,୯୫୯ ଟି ନିୟମ[୨], ବ୍ୟାକରଣ ରେ ଅଷ୍ଟାଧ୍ୟାୟି (ଅର୍ଥାତ୍ "ଆଠଟି ଅଧ୍ୟାୟ") କୁହାଯାଉଥିବା ପଦ ବିନ୍ୟାସ ଏବଂ ଅର୍ଥ ବିନ୍ୟାସ, ବେଦାଙ୍ଗରେ ଥିବା ବ୍ୟାକରଣିକ ଶାଖାର ମୂଳ ପାଠ୍ୟ, ଐତିହାସିକ ବୈଦିକ ସଂସ୍କୃତିର ବିଦ୍ୟାର୍ଥୀ ସ‌ହାୟକ ଶୃଙ୍ଖଳା ଗୁଡ଼ିକ ପାଇଁ ପ୍ରସିଦ୍ଧ।

ଯଦିଓ ପାଣିନି ପୁରାତନ ଗ୍ରନ୍ଥ, ଯଥା ଊଣାଦିସୂତ୍ର, ଧାତୁପଥ ଏବଂ ଗଣପଥ ଇତ୍ୟାଦିଦ୍ୱାରା ପ୍ରେରିତ ହୋଇଥିଲେ; ତ‌ଥାପି ଅଷ୍ଟାଧ୍ୟାୟି ସଂସ୍କୃତ ବ୍ୟାକରଣ ସମ୍ବନ୍ଧରେ ଲେଖାଯାଇଥିବା ପୁରାତନ ଗ୍ରନ୍ଥମାନଙ୍କ ମଧ୍ୟରୁ ଅନ୍ୟତମ।[୨] ଏହା ଭାଷାତ‌ତ୍ତ୍ୱ ବର୍ଣ୍ଣନାର ସର୍ବପୁରାତନ ରଚନା। ପାଣିନିଙ୍କ ପୂର୍ବଜମାନଙ୍କର ରଚନା (ଯଥା ନିରୁକ୍ତ, ନିଘଣ୍ଟୁ, ଏବଂ ପ୍ରତିଶାକ୍ୟ) ଗୁଡ଼ିକ ଭଳି ଏହା ମଧ୍ୟ ଭାଷାତ‌ତ୍ତ୍ୱ ଇତିହାସରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଂଶ ଶତାବ୍ଦୀର ମଧ୍ୟଭାଗ ପୂର୍ବରୁ ଦିଆଯାଇଥିବା ଅନ୍ୟାନ୍ୟ ସମାସ୍କନ୍ଦ ସିଦ୍ଧାନ୍ତ ଗୁଡ଼ିକ ତୁଳନାରେ ତାଙ୍କର ରୂପତ‌ତ୍ତ୍ୱ ବିଶ୍ଳେଷଣ ସିଦ୍ଧାନ୍ତ ଉନ୍ନତ‌ତର।[୪] ତାଙ୍କର ଯୌଗିକ ଶବ୍ଦ ବିଶ୍ଳେଷଣ ଏ ପର୍ଯ୍ୟନ୍ତ ମଧ୍ୟ ମିଶ୍ରଣ ସମ୍ବନ୍ଧୀୟ ଆଧୁନିକ ଭାଷାତ‌ତ୍ତ୍ୱ ସିଦ୍ଧାନ୍ତର ପୃଷ୍ଠଭୂମି। ଏହି ଭାଷାତ‌ତ୍ତ୍ୱ ସିଦ୍ଧାନ୍ତ ରେ କେତେକ ସଂସ୍କୃତ ଶବ୍ଦ, ଯଥା ବ‌ହୁବ୍ରିହୀ ଏବଂ ଦ୍ୱନ୍ଦ୍ୱ ଇତ୍ୟାଦି ମଧ୍ୟ ବ୍ୟବ‌ହୃତ ହୁଏ।

ବ୍ୟାକରଣ ସମ୍ବନ୍ଧ ରେ ପାଣିନିଙ୍କର ବିସ୍ତୃତ ଏବଂ ବୈଜ୍ଞାନି‌କ ସିଦ୍ଧାନ୍ତ କୁ ପରମ୍ପରାଗତ ଭାବରେ ବୈଦିକ ସଂସ୍କୃତର ଅନ୍ତ ଏବଂ ଶାସ୍ତ୍ରୀୟ ସଂସ୍କୃତର ଆରମ୍ଭ କାଳ ଭାବରେ ବିବେଚନା କରାଯାଏ।

ତ‌‌ଥ୍ୟ ଏବଂ ପୃଷ୍ଠଭୂମି[ସମ୍ପାଦନା]

ପାଣିନି କେଉଁ ସମ‌ୟ ତ‌ଥା କେଉଁ ଶତାବ୍ଦୀ ର ଲୋକ ଥିଲେ, ସେ ସମ୍ପର୍କ ରେ ଏ ପର୍ଯ୍ୟନ୍ତ କୌଣସି ପକ୍କା ତ‌ଥ୍ୟ ମିଳିପାରି ନାହିଁ। ଏହା କୁହାଯାଏ ଯେ ସେ ଗାନ୍ଧାର ଠାରେ ଥିବା ପୁଶ୍କଳବତୀ ର ଲୋକ ଥିଲେ। କେତେକ ଗବେଷକଙ୍କ ମତ ରେ ସେ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀ (ପୁଶ୍କଳବତୀର ପ୍ରତ୍ନତା‌ତ୍ତ୍ୱିକ ବିଭାଗ ଅନୁସାରେ) ର ଲୋକ ଥିଲେ ଏବଂ ଭାରତର ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳ (Indo-Gangetic Plain) ରେ ଶାସନ କରୁଥିବା ନନ୍ଦ ବଂଶ ର ସମସାମୟିକ ଥିଲେ। ପାଣିନି ଙ୍କ ବ୍ୟାକରଣ ଶାସ୍ତ୍ରୀୟ ସଂସ୍କୃତ ର ପୃଷ୍ଠଭୂମି। ତେଣୁ ଏହା ନଶ୍ଚିତ ଯେ ପାଣିନି ବୈଦିକ ଯୁଗର ଶେଷ ଭାଗର ଲୋକ  ଥିଲେ। ସେ ବେଦ ମାନଙ୍କରେ ବ୍ୟବ‌ହାର କରାଯିବା ପାଇଁ କେତେକ ବିଶେଷ ନିୟମ ପ୍ରଣୟନ କରିଥିଲେ। ଏହି ନିୟମ ଗୁଡ଼ିକୁ ଛନ୍ଦ କୁହାଯାଏ। ଛନ୍ଦ ସାଧାରଣତଃ ପଦ୍ୟ ଅଥବା ଶ୍ଳୋକ ଏବଂ ସ୍ତୁତି ମାନଙ୍କରେ ବ୍ୟବ‌ହୃତ ହୁଏ। ସେ ସମ‌ୟ ରେ ମୌଖିକ ଭାଷା ରୁ ବେଦ  ଧିରେ ଧିରେ ଲୋପ ପାଇଯିବାକୁ ବସିଥିଲା। ଛନ୍ଦର ବ୍ୟବ‌ହାର ଯୋଗୁଁ ବେଦ ଗୁଡ଼ିକୁ ମୌଖିକ ଭାଷାରେ ପ୍ରକାଶ କରିବା ଏବଂ ବୁଝିବା ସ‌ହଜ ହେଲା। ଏଥିରୁ ଜଣାଯାଏ ଯେ ବୈଦିକ ସଂସ୍କୃତ ପୁରାତନ ହୋଇଯାଇଥିବା ସତ୍ତ୍ୱେ ମଧ୍ୟ ବୁଝିବା ଯୋଗ୍ୟ ଥିଲା।

ଯବନାନି  (୪.୧.୪୯ ରେ "ଗ୍ରୀକ୍ ମହିଳା" କିମ୍ବା "ଗ୍ରୀକ୍ ଅକ୍ଷର")[୫] ଶବ୍ଦଟି ପାଣିନିଙ୍କ ଅସ୍ତିତ୍ତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ଖ୍ରୀଷ୍ଟପୂର୍ବ ୩୩୦[୬]ରେ ଆଲେକ୍‌ଜାଣ୍ଡର୍ ମହାନ (Alexander the Great)ଙ୍କ ବିଜୟ ପୂର୍ବରୁ କେତେକ ଗ୍ରୀକ୍ ନାଗରିକ, ଯଥା ପର୍ସିଆର ନୌସେନାଧ୍ୟକ୍ଷ Scylax of Caryanda ପର୍ସିଆ (Persian Empire)ର ନାଗରିକ ଭାବେ ଗାନ୍ଧାରଠାରେ ବସବାସ କରୁଥିଲେ। ଯବନାନି ନାମଟି ପୁରାତନ ପର୍ସିଆର ଯୌନ (yauna) ଏବଂ ପ୍ରଶାସନିକ ଭାଷା  Elamite କିମ୍ବା Aramaicରୁ ମଧ୍ୟ ଆସିପାରି ଥାଏ।

ପାଣିନି ନିଜ ରଚନା ଏବଂ ପ୍ରଣୟନ ଗୁଡ଼ିକ ର ସଂଜୋଯନା ପାଇଁ ଲେଖୁଥିଲେ କି ନା ତାହା ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ପାଣିନି ଶବ୍ଦ ଗୁଡ଼ିକର ଅନୁବାଦ ଉପରେ ପର୍ଯ୍ୟବେସିତ ଏକ ଲିଖନ ପ୍ରଣାଳି ସମ୍ପର୍କ ରେ ଜାଣିଥିଲେ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ଏହି ଲିଖନ ପ୍ରଣାଳିକୁ ସେ ତାଙ୍କ ଅଷ୍ଟାଧ୍ୟାୟି[୭] ରେ "ହସ୍ତଲିପି" ବା "ଲିପି" ବୋଲି କ‌ହିଛନ୍ତି। ତାଙ୍କ ଲେଖା ଗୁଡ଼ିକ ଆରାମାଇକ୍ (Aramaic) କିମ୍ବା ପୁରାତନ ଖରୋସ୍ଥି[citation needed] (ପୁରାତନ  ଗାନ୍ଧାରରେ ବ୍ୟବ‌ହାର କରାଯାଉଥିବା ଏକ ପୁରାତନ ଲିପି) ଲିପି ରୁ  ଅନୁବାଦ କରାଯାଇଛି। କେତେକ ବିଶ୍ୱାସ କରନ୍ତି ଯେ କୌଣସି ଲିଖିତ ତ‌ଥ୍ୟ ବିନା ଏଭଳି ଜଟିଳ କାର୍ଯ୍ୟକୁ କରିବା ଅତ୍ୟନ୍ତ କଷ୍ଟ। ଯଦିଓ ସେ ଏହି ତ‌ଥ୍ୟ ଗୁଡ଼ିକୁ ନିଜ ଶିଷ୍ୟ ମାନ‌ଙ୍କର ସ୍ମୃତି ଶକ୍ତି ସାହାଯ୍ୟ ରେ (ବୈଦିକ ଶିକ୍ଷା ବ୍ୟବସ୍ଥାରେ ବିଦ୍ୟାର୍ଥିମାନେ ବେଦ ଗୁଡ଼ିକୁ ଶୁଣି ଶୁଣି ମନେ ରଖୁଥିଲେ। ତେଣୁ ବେଦକୁ ଶ୍ରୁତି ମଧ୍ୟ କୁହାଯାଏ।) ସଂଗ୍ରହ କରୁଥିବାର ଆଉ କେତେକ ଯୁକ୍ତି ବାଢ଼ନ୍ତି। ଭାରତ ରେ ପ୍ରଥମ କରି ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଅଶୋକଙ୍କ ଶିଳାଲେଖଦ୍ୱାରା ବ୍ରାହ୍ମୀ ଲିପି ଭାବରେ ଲିଖିତ ଭାଷାର ପୁନର୍ବ୍ୟବ‌ହାର[citation needed] ହୋଇଥିଲା।

ପାଣିନି ଙ୍କ ଲେଖା ସମ୍ପୂର୍ଣ୍ଣ ରୂପେ ବ୍ୟାକରଣିକ ଏବଂ ଆଭିଧାନିକ  ଅଟେ। ସେ ତାଙ୍କର ଉଦାହରଣ ଗୁଡ଼ିକରେ ବ୍ୟବ‌ହାର କରୁଥିବା ଶବ୍ଦାବଳୀରୁ ସେ ସମୟର ସାଂସ୍କୃତିକ ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କରେ ସହଜରେ ଅନୁମାନ କରାଯାଇ ପାରେ। ତାଙ୍କର ଅନ୍ୟ ସ‌ହଚର ବ୍ୟାକରଣବିତ୍ ମାନ‌ଙ୍କୁ ଅନୁସରଣ କରିବା ପ୍ରଣାଳୀରୁ ଜଣାଯାଏ ଯେ ସେ ଜଣେ ପଶ୍ଚିମୋତ୍ତରୀୟ ବ୍ୟକ୍ତି ଥିଲେ। ତାଙ୍କ ଲେଖା ରେ ବର୍ଣ୍ଣନା କରାଯାଇଥିବା ଦେବତା ମାନଙ୍କ ମଧ୍ୟରେ ବାସୁଦେବ (୪.୩.୯୮) ଅନ୍ୟତମ। ତାଙ୍କ ଉଦାହରଣ (୪.୪.୪୧), ଧର୍ମମ୍ କରୋତି, ଅର୍ଥାତ୍ "ସେ ଧର୍ମକୁ ଦେଖନ୍ତି" (ତୈତ୍ରିୟ ଉପନିଷଦ ୧.୧୧)ରେ ସେ ଧର୍ମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।

ପରବର୍ତ୍ତୀ ଜୀବନ[ସମ୍ପାଦନା]

ପାଣିନିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କୌଣସି ପକ୍କା ‌ତଥ୍ୟ ନାହିଁ। ପତଞ୍ଜଳୀ ଙ୍କ ଦ୍ୱାରା ରଚିତ ମହାଭାଷ୍ୟ ଅନୁସାରେ ତାଙ୍କ ମାତା ଙ୍କ ନାମ ଦାକ୍ଷୀ[୮] ଥିଲା। ମହାଭାଷ୍ୟ[୮]ରେ ବିଭିନ୍ନ ସ୍ଥାନରେ ପତଞ୍ଜଳୀ ପାଣିନିଙ୍କୁ ଦାକ୍ଷୀପୁତ୍ର (ଅର୍ଥାତ୍ ଦାକ୍ଷୀଙ୍କର ପୁତ୍ର) ବୋଲି କ‌ହିଛନ୍ତି। ପରବର୍ତ୍ତୀ ସମୟ ର ଲିଖନ ଗୁଡ଼ିକ ରୁ ମିଳିଥିବା ତ‌ଥ୍ୟ ଅନୁଯାୟୀ ତାଙ୍କ ମାମୁଁ ଙ୍କ ନାମ ବ୍ୟାଦି[୯] ଥିଲା। କେତେକ ଗବେଷକଙ୍କ ମତରେ ତାଙ୍କ ଭାଇଙ୍କ ନାମ ପିଙ୍ଗଳ[୧୦] ଥିଲା। କେତେକଙ୍କ ମତରେ ତାଙ୍କ ପିତାଙ୍କ ନାମ ପାଣି[citation needed] ଥିଲା। କିନ୍ତୁ ଅଧିକାଂଶ ଗବେଷକ ଏହି ମତକୁ ଅସ୍ୱୀକାର କରନ୍ତି।[citation needed] ସ୍ୱାମୀ ରାମ‌ଭଦ୍ରାଚାର୍ଯ୍ୟଙ୍କ ମତ ରେ ତାଙ୍କ ପିତାଙ୍କ ନାମ ପାଣିନ ଥିଲା ଏବଂ ପାଣିନ ନାମରୁ ହିଁ ପାଣିନି ନାମଟି ଆସିଛି।[୮]

ପାଣିନି ଗାନ୍ଧାରଠାରେ ଜନ୍ମଗ୍ରହଣ କରିଥିବାର ବିଶ୍ୱାସ କରାଯାଏ। ମହାଭାଷ୍ୟ ଅନୁସାରେ ଶଳାତୁର ହେଉଛି ପାଣିନି ଙ୍କ ଜନ୍ମସ୍ଥାନ। ଅଷ୍ଟାଧ୍ୟାୟିରେ ମଧ୍ୟ ଶଳାତୁର ସମ୍ପର୍କରେ ଲେଖାଯାଇଛି।[୮] ଜୁଆନ‌ଜଙ୍ଗ୍ (Xuanzang) ଙ୍କ ମତ ରେ, ପାଣିନି ଙ୍କ ଜନ୍ମସ୍ଥାନ ଶଳାତୁର ଠାରେ ତାଙ୍କର ଏକ ମୂର୍ତ୍ତି ଅଛି।[୧୧] କେତେକ ଲେଖକ ତକ୍ଷଶୀଳା ବା ବର୍ତମାନର ପାକିସ୍ତାନ ଅଧିକୃତ ପଞ୍ଜାବ ନିକଟରେ ଥିବା ଶଳାତୁର ଗ୍ରାମକୁ ହିଁ ପାଣିନିଙ୍କ ଜନ୍ମସ୍ଥାନ ବୋଲି କୁହନ୍ତି।[୧୨]

ତାଙ୍କ ମୃତ୍ୟୁ ର ପ୍ରାୟ ଏକ ହଜାର ରୁ ଅଧିକ ବର୍ଷ ପରେ ପଞ୍ଚତନ୍ତ୍ରରୁ ଜଣାଗଲା ଯେ ପାଣିନି ଏକ ସିଂହଦ୍ୱାରା ନିହତ ହୋଇଥିଲେ।[୧୩]

୨୦୦୪ ମସିହା ରେ ପ୍ରକାଶିତ ହୋଇଥିବା ଭାରତୀୟ ଡାକ ଟିକଟ ରେ ପାଣିନି ଙ୍କୁ ଚିତ୍ରିତ କରାଯାଇଥିଲା।[୧୪]

ଅଷ୍ଟାଧ୍ୟାୟି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Frits Staal, Euclid and Pāṇini, Philosophy East and West, 1965
  2. ୨.୦ ୨.୧ ୨.୨ ୨.୩ Sanskrit Literature The Imperial Gazetteer of India, v. 2 (1909), p. 263.
  3. "Panini (Indian Grammarian)". www.britannica.com. Encyclopedia Britannica. 2013. Retrieved 24 January 2014. 
  4. Staal, Frits (୧୯୮୮). Universals: studies in Indian logic and linguistics. University of Chicago Press. p. ୪୭. 
  5. Cardona, George (1998), Pāṇini: A Survey of Research, Motilal Banarsidass, ISBN 978-81-208-1494-3, http://books.google.com/?id=adWXhQ-yHQUC&pg=PA261&dq=yavana 
  6. "Aside from the more abstract considerations of long-distance artistic or philosophical influence, the concrete evidence we have for direct contact between Greeks and Indians is largely limited to the period between the third century BCE and first century CE."
  7. Hartmut Scharfe (2002).
  8. ୮.୦ ୮.୧ ୮.୨ ୮.୩ Mishra, Giridhar (1981).
  9. Shripad Krishna Belvalkar (1915).
  10. Bhavánráv A. Pingle (1898).
  11. Singh, Nagendra Kr., ed. (1997), written at New Delhi, Encyclopaedia of Hinduism, Centre for International Religious Studies : Anmol Publications, ISBN 978-81-7488-168-7, http://books.google.com/?id=Vl8_VgikeLcC&pg=PA1988&dq=statue 
  12. Dwivedi, Bhanwar Lal (୧୯୯୪). Evolution of educational thought in India. Northern Book Centre. p. ୫୬. ISBN ୯୭୮୮୧୭୨୧୧୦୫୯୮. 
  13. George Cardona (1997).
  14. "Stamps 2004". Indian Department of Posts, Ministry of Communications & Information Technology. 23 April 2015. Retrieved 3 June 2015. 

ଗ୍ରନ୍ଥ ସୂଚୀ[ସମ୍ପାଦନା]

ବାହ୍ୟ ଆଧାର[ସମ୍ପାଦନା]