Jump to content

ନନ୍ଦ ବଂଶ

ଉଇକିପିଡ଼ିଆ‌ରୁ
ଖ୍ରୀଷ୍ଟ ପୂର୍ବ ୩୨୩ ମସିହାର ଏହି ଚିତ୍ରରେ ନନ୍ଦ ସାମ୍ଭ୍ରାଜ୍ୟର ପରିସୀମା ସହ ଆଲେକଜାଣ୍ଡାରଙ୍କ ସାମ୍ଭ୍ରାଜ୍ୟ ଓ ନିକଟବର୍ତୀ ଇଲାକା ଦର୍ଶାଯାଇଛି 

ନନ୍ଦ ରାଜବଂଶ, ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ପ୍ରାଚୀନ ଭାରତର ମଗଧ ଅଞ୍ଚଳରୁ ଉପତ୍ତି ହୋଇ ତାହା ଖ୍ରୀଷ୍ଟପୂର୍ବ ୩୪୫-୩୨୧ ଯାଏ ରାଜୁତି କରିଥିବାର ତଥ୍ୟ ରହିଛି । ଶିଖର ସମୟରେ ଏହା ପୂର୍ବ ଭାରତର ବଙ୍ଗଠାରୁ ଉତ୍ତରରେ ପଞ୍ଜାବ ଅଞ୍ଚଳ ଓ ଦକ୍ଷିଣରେ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । .[] ଏହି ବଂଶର ରାଜାମାନେ ଖୁବ ବିତ୍ତଶାଳୀ ଥିଲେ ।ପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦ ସମ୍ରାଟଙ୍କୁ ପରାଜିତ କରି ମୌର୍ଯ୍ୟ ସାମ୍ଭ୍ରାଜ୍ୟର ସ୍ଥାପନା କରିଥିଲେ ।  

ନନ୍ଦା ରାଜବଂଶର ସ୍ଥାପନା 

[ସମ୍ପାଦନା]

ପୂରାଣ ବର୍ଣିତ 'ମହାପ୍ରସାଦ ନନ୍ଦ , ଯାହାଙ୍କୁ ' କ୍ଷ୍ଯାତ୍ରିୟମାନଙ୍କ ବିନାଶକାରୀ' ଆଖ୍ୟା ଦିଅ ଯାଇଥିଲା ,  ପାଞ୍ଚାଳ , କାଶୀ , କଳିଙ୍ଗ , ଅସ୍ମକ, କୁରୁ , ମୈଥିଲା , ସୁରସେନା , ବିତିହୋତ୍ର  ଆଦି ରାଜ୍ୟ ଜୟ କରି ନନ୍ଦ ସମ୍ଭ୍ରାଜ୍ୟର ଅବତାରଣା କରିଥିଲେ । []ସେ ତାଙ୍କ ସମ୍ଭ୍ରାଜ୍ୟର ବିସ୍ତାର କରି ଦକ୍ଷିଣରେ ବିନ୍ଧ୍ୟ ପର୍ବତାଞ୍ଚଳ ଓ ଡେକାନ ଅବବାହିକା ମଧ୍ୟ ଅକ୍ତିଆର କରିଥିଲେ । [][][]ଖୃଷ୍ଟପୂର୍ବ ୩୪୫ ମସିହାରେ ନନ୍ଦ ରାଜା ଶିଶୁନାଗ ରାଜବଂଶର ସାମ୍ଭ୍ରାଜ୍ୟ  କୁ ମଧ୍ୟ ନିଜ ଅକ୍ତିଆରକୁ ନେଇଯାଇଥିଲେ । 

ସାମରିକ ଶକ୍ତି 

[ସମ୍ପାଦନା]

ହରୟାଙ୍କ ଓ ଶିଶୁନାଗ ସମ୍ଭ୍ରାଜ୍ୟ ଏକ ବିଶାଳ ଉତ୍ତର ଭାରତ ସମ୍ଭ୍ରାଜ୍ୟ ସ୍ଥାପନର ଯେଉଁ ମୂଳଦୁଆ ପକେଇଥିଲେ , ନନ୍ଦ ରାଜାମାନେ ତାହାକୁ ହିଁ ସାକାର କରିବାକୁ ଯୋଜନା କରିଥିଲେ । .[] ଏହା ହାସଲ କରିବାକୁ ସେମାନେ ଏକ ବିଶାଳ ସେନା ବାହିନୀ ଗଠନ କରିଥିଲେ , ଯହିଁରେ ୨୦,୦୦୦ ଘୋଡ଼ା ସବାର ସୈନ୍ୟ ସହ ୨,୦୦,୦୦୦ ସମୁଦାୟ ବାହିନୀ , ୨୦୦୦ ଯୁଦ୍ଧ ରଥ ଓ ୩,୦୦୦ ଯୁଦ୍ଧହ ହସ୍ତୀ ରଖିଥିଲେ । .[][] ଗ୍ରୀକ ଇତିହାସ ବିଶାରଦ ପ୍ଳୁତର୍ଚଙ୍କ ମତରେ ନନ୍ଦା ରାଜାଙ୍କ ସେନା ବାହିନୀର ସମୁଦାୟ ସଂଖ୍ୟା ୨,୦୦,୦୦୦ , ଯହିଁରେ ୮୦,୦୦୦ ଘୋଡ଼ା ସବାର ସୈନ୍ୟ ,୮,୦୦୦ ଯୁଦ୍ଧ ରଥ , ୬,୦୦୦ ଯୁଦ୍ଧ ହସ୍ତୀ ସାମିଲ ଥିଲେ ।   .[][] କିନ୍ତୁ ନନ୍ଦଙ୍କ ସେନା ଆଲେକଜାଣ୍ଡାରଙ୍କ ସେନା ସହ ଯୁଦ୍ଧ କରିବାର ଅବସର ପାଇନଥିଲେ । ଆଲେକଜାଣ୍ଡାର ଉତ୍ତର ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ନିଜକୁ ସୀମିତ ରଖିଥିଲେ । କାରଣ ତାଙ୍କ ସେନା ବିଅସ ନଦୀ ତଟରେ ପହଞ୍ଚିବା ପରେ ଆଉ ଆଗକୁ ଯାଇ ନନ୍ଦଙ୍କ ୪,୦୦୦ ସୁପ୍ରସ୍ତୁତ ସେନାକୁ ସମ୍ମୁଖୀନ ହେବାକୁ  ଅମଙ୍ଗ ହେଇ ବିଦ୍ରୋହ କଲେ । .[][୧୦]

ହାତିଗୁମ୍ଫାର ସିଲାଲେଖଦ୍ୱାରା ନନ୍ଦ ସମ୍ଭ୍ରାଜ୍ୟ କଳିଙ୍ଗ ରାଜ୍ୟକୁ ମଧ୍ୟ କରାଗତ କରିଥିବାର ପ୍ରମାଣ ଦିଏ। .[]

ନନ୍ଦଙ୍କ ସମ୍ପଦ ଓ କାର୍ଜ୍ୟାବଳି 

[ସମ୍ପାଦନା]

ଅମାପ ସମ୍ପତ୍ତିର ଅଧିକାରୀ ଥିବା ନନ୍ଦ ରାଜାମାନେ ଜନସେଚନ ସୁବିଧା , ନିୟନ୍ତ୍ରିତ ବାଣିଜ୍ୟ ପରି ଲୋକ ହିତକର କାର୍ଯ୍ୟ ମଧ୍ୟ କରିଥିଲେ । ଶାସନ କାର୍ଯ୍ୟ ମଧ୍ୟ ଶୃଙ୍ଖଳିତ କରିବା ପାଇଁ ଅନେକ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ । .[] ତେବେ ଅତ୍ୟଧିକ ଟିକସ ଅସୁଲି ପାଇଁ ନନ୍ଦ ରାଜାମାନେ ଅପ୍ରିୟ ହେଇ ପଡିଥିଲେ । .[]

ସାହିତ୍ୟରେ ନନ୍ଦ 

[ସମ୍ପାଦନା]

କଥାସାରିତସାଗରରେ ନନ୍ଦ ରାଜୁତି ବିଷୟରେ ଉଲ୍ଲେଖ ଅଛି । [୧୧]

  1. Radha Kumud Mookerji, Chandragupta Maurya and His Times, 4th ed.
  2. 1 2 3 Kalinga (India) formed part of the Nanda Empire but subsequently broke free until it was re-conquered by Ashoka Maurya, c. 260 BCE.
  3. http://www.forumancientcoins.com/india/earliest/nanda.html
  4. https://books.google.com/books?id=f1XMtc2Q97IC&pg=PA28
  5. Kumar, Raj (2008). Encyclopaedia of untouchables ancient, medieval and modern. Delhi: Kalpaz Publications. p. 151. ISBN 8178356643.
  6. 1 2 Singh 2008, p. 273.
  7. 1 2 3 Sastri 1988, p. 16.
  8. Gabriel, Richard A. (30 November 2002), The great armies of antiquity (1.udg. ed.), Westport, Conn. [u.a.]: Praeger, ISBN 9780275978099 {{citation}}: More than one of |ISBN= and |isbn= specified (help)
  9. (Raychaudhuri & Mukherjee 1996, pp. 204-210)
  10. Kaushik, Roy (2015), Military Manpower, Armies and Warfare in South Asia "Warfare, Society and Culture", Routledge, ISBN 1317321286 {{citation}}: More than one of |ISBN= and |isbn= specified (help)
  11. Sastri 1988, p. 17.

ଆଧାର 

[ସମ୍ପାଦନା]