ପାଓନ୍ତା ସାହିବ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପାଓନ୍ତା ସାହିବ
पांवटा साहिब
ਪਾਂਉਟਾ ਸਾਹਿਬ
City
CountryIndia
StateHimachal Pradesh
DistrictSirmour
MunicipalitySirmaur
Elevation
389 m (1,276 ft)
Population
 (2011)
 • Total୨୫,୧୭୨[୧]
Languages
Time zoneUTC+5:30 (IST)

ପାଓନ୍ତା ସାହିବ (पांवटा साहिब, ਪਾਂਉਟਾ ਸਾਹਿਬ)ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ମୁଖ୍ୟ ଶିଳ୍ପାଞ୍ଚଳ । ଏହା ଶିର୍ମୌର ଜିଲ୍ଲାର ଉତ୍ତର ଦିଗରେ ଜାତୀୟ ରାଜପଥ ୭ରେ ଅବସ୍ଥିତ । ଏଠାରେ ସିମେଣ୍ଟ , ବିଜୁଳି ଶକ୍ତି , କାର୍ପାସ ବସ୍ତ୍ର , ଔଷଧ , ରସାୟନ , ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ଶିଳ୍ପ ସବୁ ରହିଛି । ଏହା ବ୍ୟତୀତ ଏସିଆ ମହାଦେଶର ସର୍ବବୃହତ ଚୂନପଥର ବାଣିଜ୍ୟ ଏଠାରେ ହେଇଥାଏ । ଏଠାରେଯମୁନା ନଦୀ କୁଳରେ ଥିବା ପାଓନ୍ତା ସାହିବ ଗୁରୁଦ୍ୱାରା ଶିଖ ସଂପ୍ରଦାଯ ପାଇଁ ଏକ ମୁଖ୍ୟ ତୀର୍ଥ ସ୍ଥଳୀ । 

ଇତିହାସ [ସମ୍ପାଦନା]

ଏହି ସହର ଶିଖ ଗୁରୁ ଗୋବିନ୍ଦ ସିଂହଙ୍କଦ୍ୱାରା ସ୍ଥାପିତ ହେଇଥିଲା । [୨] ଏଠାରେ ରହିଥିବା ଗୁରୁଦ୍ୱାରା ଶିଖ ସଂପ୍ରଦାଯର ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂହ ଓ ଶିଖ ନେତା ବନ୍ଦା ବାହାଦୁରଙ୍କ  ସହ ସଂପୃକ୍ତ । ଏଠାକାର ପ୍ରଥମ ନାମ "ପାଓନ୍ତିକା " ରହିଥିଲା । କୁହାଯାଏ ଯେ ଶିଖ ଗୁରୁ ଗୋବିନ୍ଦ ସିଂହ ଅଶ୍ୱାରୋହଣ କରି ଯାଉଥିବା ବେଳେ ଏହି ସ୍ଥାନରେ ସ୍ଥିର ହେଇ ରହିଥିଲେ । ତେଣୁ ହିନ୍ଦୀ ଶବ୍ଦ "ପାଓ" ଅର୍ଥାତ "ପାଦ" ଓ " ଟୀକା" ଅର୍ଥାତ "ସ୍ଥିର "କୁ ନେଇ ଏହି ସ୍ଥାନର ନାମକରଣ ହେଇଥିଲା । କୌଣସି ସ୍ଥାନରେ ବେଶି କାଳ ରହୁ ନ ଥିବା ଶିଖ ଗୁରୁ ଗୋବିନ୍ଦ ସିଂହ ଏହି ସ୍ଥଳରେ ସାଢେ ଚାରି ବର୍ଷ କାଳ ଅବସ୍ଥାନ କରି ଅନେକ ଶିଖ ଧାର୍ମିକ ପୁସ୍ତକ ରଚନା କରିଥିଲେ । ଏଠାରୁ ସେ ଆନନ୍ଦପୁର ସାହିବ ଗମନ କରି ସେଠାରେ ଖାଲସା ପନ୍ଥ ସ୍ଥାପନ କରିଥିଲେ । ଗୁରୁଦ୍ୱାରାରେ ଏକ ମିଉଜିଆମରେ ଗୁରୁ ଗୋବିନ୍ଦ ସିଂହ ଦ୍ୱାରାଙ୍କ ଏଠାରେ ବ୍ୟବହୃତ ହେଇଥିବା  ଅସ୍ତ୍ର ଓ ପ୍ରାଚୀନ ବସ୍ତୁ ସବୁ ରହିଛି । 

ଉତ୍ତରଖଣ୍ଡ ଓ ହିମାଚଳର ସିମାଞ୍ଚଳରୁ ପାଓନ୍ତା ସାହିବର ଦୃଶ୍ୟ 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ପାଓନ୍ତା s 30°26′17″N 77°37′26″E / 30.438°N 77.624°E / 30.438; 77.624.[୩] ଏହା ସମୁଦ୍ର ପତ୍ତନଠାରୁ ୧,୨୭୬ ଫୁଟ ଉପରେ ଓ ଯମୁନା ନଦୀ କୁଳରେ ରହିଛି । ଏହା ନିକଟ ରେହିମାଚଳ ପ୍ରଦେଶର ନାହାନ , ହରିଆଣାର ଯମୁନାନଗର , ଉତ୍ତରପ୍ରଦେଶର ଶାହରଣପୁର ଓ ଉତ୍ତରାଖଣ୍ଡର ଡେହେରାଦୁନ ସହର ଅବସ୍ଥିତ ।ପ୍ରସିଦ୍ଧ କଳେସର ଜାତୀୟ ପାର୍କ ଏଠାରୁ ୧୪ କିଲୋମିଟର ଦୁରବର୍ତୀ ।  

ଜନସଂଖ୍ୟା [ସମ୍ପାଦନା]

୨୦୧୧ ମସିହା ଜନଗଣନା ଅନୁସାରେ ଏଠାକାର ୧,୫୮,୨୬୮ ଜନସଂଖ୍ୟା ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୫୩% ହେଇଥିବା ବେଳେ ମହିଳା ସଂଖ୍ୟା  ୪୭ % ଥିଲା । ଏଠାରେ ସାକ୍ଷ୍ୟରତା ହାର ୭୬ % ଥିଲା ଯାହା ଜାତୀୟ ହାରଠାରୁ ଅଧିକ ରହିଥିଲା । ୬ ବର୍ଷରୁ କମ ସଂଖ୍ୟା ୧୩ % ରହିଥିଲା । ଏଠାରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ୭୮.୬୩ % ରହିଥିବା ବେଳେ ୧୫.୦୧ % ଶିଖ ଧର୍ମାବଲମ୍ବୀ ଓ ୫.୦୪ % ମୁସଲିମ ରହିଥିଲେ ।

ଶିକ୍ଷା[ସମ୍ପାଦନା]

ଏଠାରେ ଯଥେଷ୍ଟ ସଂଖ୍ୟକ ହାଇ ସ୍କୁଲ , ବେସରକାରୀ ଇଂରାଜୀ ମିଡିଆମ ସ୍କୁଲଗୁଡ଼ିକ ରହିଛି । 

References[ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]