ପାଓଣ୍ଟା ସାହିବ୍
ପାଓଣ୍ଟା ସାହିବ୍
| |
---|---|
ସହର | |
Paonta Sahib | |
ଦେଶ | ଭାରତ |
ରାଜ୍ୟ | ହିମାଚଳ ପ୍ରଦେଶ |
ଜିଲ୍ଲା | ସିରମୌର |
ମୁନିସିପାଲିଟି | ସିରମୌର |
Elevation | 389 m (1,276 ft) |
Population (2011) | |
• Total | ୨୫,୧୭୨[୧] |
ଭାଷା | |
Time zone | UTC+5:30 (IST) |
ପାଓଣ୍ଟା ସାହିବ୍ (ହିନ୍ଦୀ : पाओण्टा साहिब, ପଞ୍ଜାବୀ: ਪਾਂਉਟਾ ਸਾਹਿਬ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ମୁଖ୍ୟ ଶିଳ୍ପାଞ୍ଚଳ। ଏହା ସିରମୌର ଜିଲ୍ଲାର ଉତ୍ତର ଦିଗରେ ଜାତୀୟ ରାଜପଥ ୭ରେ ଅବସ୍ଥିତ। ଏଠାରେ ସିମେଣ୍ଟ, ବିଜୁଳି ଶକ୍ତି, କାର୍ପାସ ବସ୍ତ୍ର, ଔଷଧ, ରସାୟନ, ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ଶିଳ୍ପ ସବୁ ରହିଛି। ଏହା ବ୍ୟତୀତ ଏସିଆ ମହାଦେଶର ସର୍ବବୃହତ ଚୂନପଥର ବାଣିଜ୍ୟ ଏଠାରେ ହେଇଥାଏ। ଏଠାରେ ଯମୁନା ନଦୀ କୁଳରେ ଥିବା ପାଓଣ୍ଟା ସାହିବ୍ ଗୁରୁଦ୍ୱାରା ଶିଖ ସଂପ୍ରଦାଯ ପାଇଁ ଏକ ମୁଖ୍ୟ ତୀର୍ଥ ସ୍ଥଳୀ।
ଇତିହାସ
[ସମ୍ପାଦନା]ଏହି ସହର ଶିଖ ଗୁରୁ ଗୋବିନ୍ଦ ସିଂହଙ୍କଦ୍ୱାରା ସ୍ଥାପିତ ହେଇଥିଲା[୨] ଏଠାରେ ରହିଥିବା ଗୁରୁଦ୍ୱାରା ଶିଖ ସଂପ୍ରଦାଯର ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂହ ଓ ଶିଖ ନେତା ବନ୍ଦା ବାହାଦୁରଙ୍କ ସହ ସଂପୃକ୍ତ। ଏଠାକାର ପ୍ରଥମ ନାମ "ପାଓଣ୍ଟିକା" ରହିଥିଲା| କୁହାଯାଏ ଯେ ଶିଖ ଗୁରୁ ଗୋବିନ୍ଦ ସିଂହ ଅଶ୍ୱାରୋହଣ କରି ଯାଉଥିବା ବେଳେ ଏହି ସ୍ଥାନରେ ସ୍ଥିର ହେଇ ରହିଥିଲେ । ତେଣୁ ହିନ୍ଦୀ ଶବ୍ଦ "ପାଓ" ଅର୍ଥାତ "ପାଦ" ଓ " ଟୀକା" ଅର୍ଥାତ "ସ୍ଥିର"କୁ ନେଇ ଏହି ସ୍ଥାନର ନାମକରଣ ହେଇଥିଲା। କୌଣସି ସ୍ଥାନରେ ବେଶୀ କାଳ ରହୁ ନ ଥିବା ଶିଖ ଗୁରୁ ଗୋବିନ୍ଦ ସିଂହ ଏହି ସ୍ଥଳରେ ସାଢେ ଚାରି ବର୍ଷ କାଳ ଅବସ୍ଥାନ କରି ଅନେକ ଶିଖ ଧାର୍ମିକ ପୁସ୍ତକ ରଚନା କରିଥିଲେ। ଏଠାରୁ ସେ ଆନନ୍ଦପୁର ସାହିବ ଗମନ କରି ସେଠାରେ ଖାଲସା ପନ୍ଥ ସ୍ଥାପନ କରିଥିଲେ। ଗୁରୁଦ୍ୱାରାରେ ଏକ ମିଉଜିଆମରେ ଗୁରୁ ଗୋବିନ୍ଦ ସିଂହ ଦ୍ୱାରାଙ୍କ ଏଠାରେ ବ୍ୟବହୃତ ହେଇଥିବା ଅସ୍ତ୍ର ଓ ପ୍ରାଚୀନ ବସ୍ତୁ ସବୁ ରହିଛି।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ପାଓଣ୍ଟା ସାହିବ୍ 30°26′17″N 77°37′26″E / 30.438°N 77.624°E.[୩] ଏହା ସମୁଦ୍ର ପତ୍ତନଠାରୁ ୧,୨୭୬ ଫୁଟ ଉପରେ ଓ ଯମୁନା ନଦୀ କୁଳରେ ରହିଛି। ଏହା ନିକଟରେ ହିମାଚଳ ପ୍ରଦେଶର ନାହାନ୍, ହରିଆଣାର ଯମୁନାନଗର, ଉତ୍ତରପ୍ରଦେଶର ସହାରନପୁର ଓ ଉତ୍ତରାଖଣ୍ଡର ଡେରାଡୁନ ସହର ଅବସ୍ଥିତ। ପ୍ରସିଦ୍ଧ କଳେସର ଜାତୀୟ ପାର୍କ ଏଠାରୁ ୧୪ କିଲୋମିଟର ଦୁରବର୍ତୀ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ମସିହା ଜନଗଣନା ଅନୁସାରେ ଏଠାକାର ୧,୫୮,୨୬୮ ଜନସଂଖ୍ୟା ଥିଲା। ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୫୩% ହେଇଥିବା ବେଳେ ମହିଳା ସଂଖ୍ୟା ୪୭ % ଥିଲା। ଏଠାରେ ସାକ୍ଷ୍ୟରତା ହାର ୭୬ % ଥିଲା ଯାହା ଜାତୀୟ ହାରଠାରୁ ଅଧିକ ରହିଥିଲା। ୬ ବର୍ଷରୁ କମ ସଂଖ୍ୟା ୧୩ % ରହିଥିଲା। ଏଠାରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ୭୮.୬୩ % ରହିଥିବା ବେଳେ ୧୫.୦୧ % ଶିଖ ଧର୍ମାବଲମ୍ବୀ ଓ ୫.୦୪ % ମୁସଲିମ ରହିଥିଲେ।
ଶିକ୍ଷା
[ସମ୍ପାଦନା]ଏଠାରେ ଯଥେଷ୍ଟ ସଂଖ୍ୟକ ହାଇ ସ୍କୁଲ , ବେସରକାରୀ ଇଂରାଜୀ ମିଡିଆମ ସ୍କୁଲଗୁଡ଼ିକ ରହିଛି ।
References
[ସମ୍ପାଦନା]- ↑ http://www.censusindia.gov.in/PopulationFinder/Population_Finder.aspx
- ↑ "ଆର୍କାଇଭ୍ କପି". Archived from the original on 2017-05-10. Retrieved 2017-01-17.
{{cite web}}
: Cite has empty unknown parameter:|1=
(help) - ↑ Falling Rain Genomics, Inc – Paonta Sahib