ପଞ୍ଜାବୀ ଶେଖ

ଉଇକିପିଡ଼ିଆ‌ରୁ
ପଞ୍ଜାବୀ ଶେଖ
କିତାବ-ଇତାସରିହ ଅଲ-ଅକଭାମରେ ଖତ୍ରୀ ପୁରୁଷ, ୧୭୭୮-୧୮୪୧ରେ କଲୋନେଲ ଜେମସ୍ ସ୍କିନରଙ୍କଦ୍ୱାରା
ସମୁଦାୟ ଜନସଂଖ୍ୟା
10 million
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
 Pakistan Europe United States Canada Australia Dubai Saudi Arabia United Kingdom India
ଭାଷାସମୂହ
ପଞ୍ଜାବୀଇଂରାଜୀଉର୍ଦ୍ଦୁ
ଧର୍ମ
ଇସଲାମ ୧୦୦%
ସମ୍ବନ୍ଧିତ ସମ୍ପ୍ରଦାୟ
ଦକ୍ଷିଣ ଏସିଆରେ ଶେଖଖତ୍ରୀମାନେଲାମ୍ବୋଜ/କାମ୍ବୋହ/କାମ୍ବୋଜାମୁସଲିମ ରାଜପୁତମାନେଲୋହାରଆରେନ

ପଞ୍ଜାବୀ ଶେଖ (ଉର୍ଦ୍ଦୁ: پنجابی شيخ) ଦକ୍ଷିଣ ଏସିଆରେ ଶେଖମାନଙ୍କର ଏକ ମୁଖ୍ୟ ଶାଖା

ନାମ[ସମ୍ପାଦନା]

ଶେଖ (ଆରବୀୟପଞ୍ଜାବୀ: شيخ ), ହେଉଛି ଏକ ଆରବୀୟ ଶବ୍ଦ, ଯାହାର ଅର୍ଥ ଏକ ଜାତିରେ ଯେ ବଡ଼, ଭଗବାନ, ପୂଜ୍ୟ ବୟସ୍କ ବ୍ୟକ୍ତି କିମ୍ବା ମୁସଲିମ ଜ୍ଞାନୀ ବ୍ୟକ୍ତି ।ଦକ୍ଷିଣ ଏସିଆରେ ଏହା ମୁସଲିମ ପରିବାରମାନଙ୍କରେ ସମ୍ମାନଜନକ ଆଖ୍ୟା ହିସାବରେ ବ୍ୟବହାର କରାଯାଏ । ୭୧୩ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଏସିଆରେ ମୁସଲିମ ଶାସନ ଆରମ୍ଭ ହେବା ପରେ, ମୁସଲିମ ପ୍ରବକ୍ତା, ଶାସକ, ସୈନ୍ୟ, ବ୍ୟବସାୟୀ, ନିର୍ମାତା, ଶିକ୍ଷକ, ଧର୍ମତତ୍ତ୍ୱବିତ, ଓ ସୁଫି ଭ୍ରମଣକାରୀ, ପୃଥିବୀର ଅନ୍ୟ ମୁସଲିମ ଅଞ୍ଚଳରୁ ଦକ୍ଷିଣ ଏସିଆର ମୁସଲିମ ଶାସିତ ଅଞ୍ଚଳକୁ ଆସିଥିଲେ ଓ ସେଠାରେ ସ୍ଥାୟୀ ଭାବେ ବସବାସ କରିଥିଲେ ।

ଦକ୍ଷିଣ ଏସିଆରେ, ମୁସଲିମ ଆଗମନ ପରେ ପଞ୍ଜାବ ଅଞ୍ଚଳରେ କିଛି ଉଚ୍ଚ ଜାତି (ବ୍ରାହ୍ମଣକ୍ଷତ୍ରିୟ) ମୁସଲିମ ଧର୍ମକୁ ପରିବର୍ତ୍ତିତ ହୋଇଥିଲେ ଓ ଏହି ଆଖ୍ୟା ଧାରଣ କରିଥିଲେ । ସେମାନଙ୍କୁ ପଞ୍ଜାବୀ ଶେଖ କୁହାଯାଉଥିଲା (ପଞ୍ଜାବୀରେ) پنجابی شيخ । ପଞ୍ଜାବୀ ଶେଖ ମୁଖ୍ୟତଃ ସହରବାସୀ ଓ କୃଷକ ଶ୍ରେଣୀର ନୁହଁ, ମାତ୍ର ପଶ୍ଚିମ ଜିଲ୍ଲାରେ କେତେକ ପରିବାର ନିଜ ଜମି ଚାଷ କରୁଥିଲେ । ସେମାନଙ୍କର ମୁଖ୍ୟ ପେଶା ଥିଲା ବ୍ୟବସାୟ ଓ ସାମାଜିକ କାର୍ଯ୍ୟ । ପଞ୍ଜାବରେ ସେମାନେ ଧରାବନ୍ଧା ଭାବେ ବ୍ୟବସାୟରେ ସୂକ୍ଷ୍ମଦର୍ଶିତା ଲାଭ କରିଥିଲେ । ବହୁ ରାଜପୁତ ବଂଶ ୧୨ଶ ଶତାବ୍ଦୀରେ ଇସଲାମକୁ ପରିବର୍ତ୍ତିତ ହୋଇଥିଲେ ଓ ଆରବ ଶାସକ ବା ପିରଙ୍କଦ୍ୱାରା ଶେଖ ଆଖଜ୍ୟା ପାଇଥିଲେ । ଶେଖ ରାଜପୁତ ଇସଲାମ ଗ୍ରହଣ କରିବାରେ ସବୁଠାରୁ ପୁରୁଣା ରାଜପୁତ ଥିଲେ । ଅନ୍ୟ ଏକ ଉଦାହରଣ ଭାବେ ଖ୍ୱାଜା ଶେଖ, ତାଙ୍କର ଚିନିଓତିସ ପ୍ରଦେଶ ସହ ଓ କାନୁଙ୍ଗୋ ଶେଖ ଅନ୍ୟ ଦୁଇ ଜାତି ଭାବେ ଇସଲାମ ଗ୍ରହଣ କରିଥିଲେ ।

୧୯୪୭ରେ ପାକିସ୍ତାନ ସ୍ୱାଧୀନତା ପାଇବା ପୂର୍ବରୁ, ଖତ୍ରୀମାନେ ପଞ୍ଜାବର ସମସ୍ତ ଅଞ୍ଚଳରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମ ଜିଲ୍ଲାରେ ରହୁଥିଲେ । ସମସ୍ତ ଶ୍ରେଣୀର ଲୋକ ଯଥା: ଖତ୍ରୀ, ରାଜପୁତ, ଗୁଜ୍ଜର, ଗଖର, ପ୍ରଭୃତି; ଇସଲାମକୁ ପରିବର୍ତ୍ତିତ ହୋଇଥିଲେ । ସିଦ୍ଦିକୀ ଶେଖ, କ୍ୟୁରେଶୀ ଶେଖ, ଆବାସୀ ଏହି ପରିବର୍ତ୍ତିତ ମୁସଲିମମାନଙ୍କର ଉତ୍ତରାଧିକାରୀ । ସେମାନେ ପଞ୍ଜାବରେ ପଞ୍ଜାବୀ କହୁଥିବା ଶେଖ ଓ ସିନ୍ଧରେ ସିନ୍ଧୀ କହୁଥିବା ଶେଖ ଭାବେ ପରିଚିତ । ସିଦ୍ଦିକୀ ଶେଖ ଏବେ ନ୍ଧ୍ୟ ଉତ୍ତର ଭାରତ ବିଶେଷ ଭାବରେ ଉତ୍ତରପ୍ରଦେଶ, ହରିୟାଣା ଓ ବିହାର, ପଶ୍ଚିମ୍ବଙ୍ଗ, ହାଇଦ୍ରାବାଦର କିଛି ଅଞ୍ଚଳରେ ଦେଖାଯାଆନ୍ତି ।

ଇସମାଇଲି ଇସଲାମକୁ ଉଚ୍ଚ ଜାତି ପରିବର୍ତ୍ତନ ବେଳେ, ମୋହୟାଲ ସହ ସାରସ୍ୱତ ବ୍ରାହ୍ମଣ ଶେଇଖ ଆଖ୍ୟା ଗ୍ରହଣ କରିଥିଲେ ।

ଇସଲାମ ଗ୍ରହଣ କରିଥିବା ସମସ୍ତ ମୁସଲିମ ରାଜପୁତଙ୍କୁ ଶେଖ କୁହାଗଲା ଓ ମୋଗଲମାନଙ୍କ ପୂର୍ବଜଙ୍କ କଥା ଖିଲା ବେଳେ ଏହି ଜାତି କଥା ଉଲ୍ଲେଖ କରାଯାଏ, ଯେପରି କି ଜାହିର ଉଦ୍ ଦିନ ବାବରଙ୍କ ପିତା । ସେମାନେ ରାଜକୀୟ ନାମ ଅନୁସାରେ ମୋଗଲ ନାମ ବ୍ୟବହାର କରୁଥିଲେ, ମାତ୍ର ସେମାନେ ପ୍ରକୃତରେ ଶେଖ ଥିଲେ । ଏହି ନାମ ମଧ୍ୟ ପୂର୍ବର ଅଧୀନସ୍ଥ ରାଜ୍ୟର ରାଜାମାନଙ୍କ ପାଇଁ ଆରବୀୟ ଭାଷାରେ ବ୍ୟବହାର କରାଯୌଥିଲା ।

ଇସମାଇଲି ଶେଖ[ସମ୍ପାଦନା]

ହିନ୍ଦୁ ବ୍ରାହ୍ମଣ, କ୍ଷତ୍ରୀୟ, ଭାନୁଶଳୀ କଟରୀୟ (କଟରମଲ ଭାବେ ମଧ୍ୟ ଜଣାଶୁଣା) ଠାକୁର, ରାଣା, ରାଠୋର, ଭାଟି, ଚୌହାନ ଓ ଅନ୍ୟ ରାଜପୁତ ଶ୍ରେଣୀ ବିଭିନ୍ନ ଇସମାଇଲି ପୀରଙ୍କଦ୍ୱାରା ଇସଲାମକୁ ପରିବର୍ତ୍ତିତ ହୋଇଥିଲେ । ଯେଉଁମାନେ ପଞ୍ଜାବରେ ପହଞ୍ଚିଲେ, ସେମାନେ ତାଙ୍କୁ ତଥା ପୂର୍ବରୁ ପଞ୍ଜାବରେ ରହିଥିବା ଆରବ ଓ ପର୍ସିଆର ମୁସଲିମମାନଙ୍କୁ ଶେଖ ଉପାଧି ଦେଇଥିଲେ । ଇସମାଇଲିଙ୍କ ସହ କଥାବାର୍ତ୍ତା ପରେ ସୟିଦଙ୍କୁ ନିଜର ଜାତି ପରିବର୍ତ୍ତନ କରିବାକୁ ପଡ଼ୁଥିଲା, କାରଣ ବିଶ୍ୱାସ ଥିଲା ଯେ, ସୟିଦ ହିଁ କେବଳ ଇସମାଇଲି । ତେଣୁ ଶତାବ୍ଦୀ ଧରି ଶେଖମାନେ ଉଭୟ ମୁସଲିମ ଓ ହିନ୍ଦୁମାନଙ୍କଠାରୁ ସମ୍ମାନ ପାଉଥିଲେ । ପଞ୍ଜାବର ଇସମାଇଲି ଶେଖ ନିଜର ସିନ୍ଧ ଓ ଗୁଜରାଟ ସଦୃଶ ପଦାଧିକାରୀ ଖୋଜା ଜାତିଙ୍କ ଅପେକ୍ଷା କମ୍ ଜଣାଶୁଣା ଥିଲେ ।

ଖ୍ୱାଜା ଶେଖ[ସମ୍ପାଦନା]

ଖ୍ୱାଜା ଜାତିର ସଭ୍ୟମାନେ, ଇସଲାମକୁ ପରିବର୍ତ୍ତିତ ହେବା ପରେ ଖ୍ୱାଜା ଶେଖ (ଆରବୀ: خواجہ شيخ‎ ) ଉପାଧି ଧାରଣ କରୁଥିଲେ ଏବଂ ଦକ୍ଷିଣ ଏସିଆର ମୁସଲିମ ବଣିଜ ପରିବାର ଏହି ଜାତିରୁ ଥିଲେ । ଅରୋରାଖୁଖରୈନ ନାମକ ଏକ ଛୋଟ ବଣିକ ଜାତି ନିଜକୁ କ୍ଷତ୍ରୀୟ ବୋଲି ମାନୁଥିଲେ ମାତ୍ର ସେମାନଙ୍କ ଉତ୍ପତ୍ତି, ଇତିହାସ, ସଂସ୍କୃଟି ଓ ଭାଷା ଭିନ୍ନ ଥିଲା ।

ଅରୋରା ଓ ଖୁଖରୈନ ମୁଲତାନୀ ବା ସେରୈକି ଭାଷା କହୁଥିଲେ ।

କାନୁନ୍‌ଗୋ ଶେଖ[ସମ୍ପାଦନା]

କାନୁନ୍‌ଗୋ ଶେଖ (ଛାଞ୍ଚ:Lang-fa) ପଞ୍ଜାବର ସମସ୍ତ ଜିଲ୍ଲାରେ ଦେଖାଯାଆନ୍ତି । ମୁସଲିମ ରାଜତ୍ୱରେ ସେମାନଙ୍କର ଭିନ୍ନ ବଂଶ ଓ କାନୁନ୍‌ଗୋ (ଆଇନ ପାଠକ) କାର୍ଯ୍ୟକ୍ଷେତ୍ରକୁ ବଂଶାନୁକ୍ରମେ ସମ୍ଭାଳଥିବା ପରିବାରର ଥିଲେ ।

ଏହି ପଦବୀ ପଞ୍ଜାବ ଓ ଭାରତ ଓ ପାକିସ୍ତାନର ଅନ୍ୟାନ୍ୟ ଅଞ୍ଚଳରେ କୌଣସି ଜିଲ୍ଲାର ସବ୍‌ଡ଼ିଭିଜନ୍‌ରେ ଭୂମି ସମ୍ପତ୍ତିର ଅନୁମୋଦନରେ ବ୍ୟବହାର ହେଉଥିଲା ।

(ନାସିର ଶେଖ, ଅଜାଜ୍ ଓ ଓମାର ଶେଖଙ୍କ ପିତା, ଜ୍ଞାନୀ କାନୁନ୍‌ଗୋ ଶେଖଙ୍କ ନେତା ଥିଲେ)

ସିଦ୍ଦିକି ଓ କ୍ୟୁରେଶୀ ଶେଖ[ସମ୍ପାଦନା]

ସିଦ୍ଦିକି ଓ କ୍ୟୁରେଶୀ ପଞ୍ଜାବରେ ଦେଖାଯାଉଥିବା ଶେଖମାନଙ୍କର ଜାତିର ଅଟନ୍ତି । ଏମାନେ ମଧ୍ୟ ଉତ୍ତର ଭାରତ ଯଥା: ଉତ୍ତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ ଓ ହରିୟାଣାରେ ଦେଖାଯାଆନ୍ତି । ସେମାନେ ସାଧାରଣତଃ ଉର୍ଦ୍ଦୁ ଭାଷୀ । ଅଳ୍ପ କେତେଜଣ ମଧ୍ୟ ପଞ୍ଜାବୀ କୁହନ୍ତି ।

କାଶ୍ମୀରୀ ଶେଖ[ସମ୍ପାଦନା]

ମହମ୍ମଦ ଇକବାଲ୍, ପାକିସ୍ତାନର ଜାତୀୟ କବି

କାଶ୍ମୀରୀ ଶେଖ କାଶ୍ମୀର ଓ ପଞ୍ଜାବର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଅନ୍ୟ ଏକ ଜାତି । ସେମାନେ ୧୯ଶ ଓ ୨୦ଶ ଶତାବ୍ଦୀରେ କାଶ୍ମୀରରୁ ଆସିଥିଲେ । ଅଲ୍ଲାମା ଶେଖ ମହମ୍ମଦ ଇକବାଲ୍ ଏହି ଜାତିର ଅଟନ୍ତି । ମହମ୍ମଦ ଇକବାଲଙ୍କ ଜେଜେ ବାପା ୧୯ଶ ଶତାବ୍ଦୀର ଆରମ୍ଭରେ [[ସିଆଲକୋଟ]କୁ ଚାଲି ଆସିଥିଲେ ।

  • ଅବଦୁଲ୍ ହଫିଜ୍ ଶେଖ, ସିଇଓ, ବିସ୍‌ମିଲ୍ହା ଗ୍ରୁପ୍ ଏଣ୍ଡ ବିଏନ୍‌ପି
  • ଅଲ୍ଲାମା ଏହସାନ୍ ଇଲାହୀ ଜାହିର, ମୁସଲିମ ପଣ୍ଡିତ
  • ଖ୍ୱାଜା ମହମ୍ମଦ ଶରିଫ, ଲାହୋର ଉଚ୍ଚ ନ୍ୟାୟାଳୟ, ପଞ୍ଜାବ (୨୦୦୯)ର ମୁଖ୍ୟ ନ୍ୟାୟାଧୀଶ

ଆଧାର[ସମ୍ପାଦନା]

  1. Denzil Ibbetson, Edward MacLagan, H. A. Rose, " A Glossary of The Tribes & Casts of The Punjab & North West Frontier Province", 1911, pp 502 Vol II
  2. Wendy Doniger, tr. "The Law of Manu", (Penguin Books, 1991 ) Verses 43-44, Chapter 10.
  3. A.L. Basham " The Wonder That Was India", ( Sidgwick & Jackson, 1967)
  4. D. Ibbetson, E.MacLagan, H.A. Rose, pp 58, Vol I
  5. Abu Fazal, "Ain-i-Akbari", translated by H.Blocmann & H.S. Jarrett, (Calcutta, 1873–94) 3 Vols., a gazetteer of the Mughal Empire compiled in 1590 AD.
  6. D. Ibbetson, E.MacLagan, H.A. Rose, pp 513–514 Vol II

ବାହ୍ୟ ଲିଙ୍କ[ସମ୍ପାଦନା]

ଛାଞ୍ଚ:Ethnic groups, tribes and clans of the Punjab