ପକ୍ ପ୍ରଣାଳୀ

Coordinates: 10°00′N 79°45′E / 10.000°N 79.750°E / 10.000; 79.750
ଉଇକିପିଡ଼ିଆ‌ରୁ
ପକ୍ ପ୍ରଣାଳୀ
ମନ୍ନାର ଉପସାଗର, ରାମସେତୁ, ପକ୍ ପ୍ରଣାଳୀ
ପକ୍ ପ୍ରଣାଳୀ is located in India
ପକ୍ ପ୍ରଣାଳୀ
ପକ୍ ପ୍ରଣାଳୀ
ଅବସ୍ଥାନଲାକ୍ଷାଦ୍ୱୀପ ସାଗର–ବଙ୍ଗୋପସାଗର
ଦିଗବାରେଣି10°00′N 79°45′E / 10.000°N 79.750°E / 10.000; 79.750
Typeପ୍ରଣାଳୀ
Native name[பாக்கு நீரிணை (ପାକୁ ନୀରିନାଇ)] Error: {{Native name}}: unrecognized language tag: ତାମିଲ (help)  (language?)
Etymologyସାର୍ ରବର୍ଟ୍ ପକ୍‍ଙ୍କ ନାମାନୁସାରେ
Part ofଭାରତ ମହାସାଗର
ନିଷ୍କାସନ କ୍ଷେତ୍ରସ୍ଥ  ଦେଶଭାରତ, ଶ୍ରୀଲଙ୍କା
ସର୍ବାଧିକ ଓସାର୮୨ କି.ମି.
ସର୍ବନିମ୍ନ ଓସାର୫୩ କି.ମି.
କ୍ଷେତ୍ରଫଳ୨୫୦୦ କି.ମି.
ସର୍ବାଧିକ ତାପମାତ୍ରା୩୫ ଡିଗ୍ରୀ ସେଲ୍‍ସିୟସ୍
ସର୍ବନିମ୍ନ ତାପମାତ୍ରା୧୫ ଡିଗ୍ରୀ ଫାରେନ୍‍ହାଇଟ୍
Islandsଶ୍ରୀଲଙ୍କା
ପକ୍ ପ୍ରଣାଳୀ ଓ ମନ୍ନାର ଉପସାଗର ମଧ୍ୟରେ ରାମସେତୁ

ପକ୍ ପ୍ରଣାଳୀ ବା ପକ୍ ପ୍ରଣାଳିକା (ଇଂରାଜୀରେ Palk Strait, ତାମିଲ ସ୍ଥାନୀୟ ନାମ பாக்கு நீரிணை, ସିଂହଳୀ ଭାଷାରେ පෝක් සමුද්‍ර සන්ධිය ପୋକ୍ ସମୁଦ୍ର ସାନ୍ଧ୍ୟା) ଭାରତର ତାମିଲନାଡ଼ୁ ଏବଂ ଶ୍ରୀଲଙ୍କାର ଉତ୍ତର ପ୍ରୋଭିନ୍ସର ମନ୍ନାର ଜିଲ୍ଲା ମଧ୍ୟରେ ରହିଥିବା ଏକ ପ୍ରଣାଳୀ ବା ପ୍ରଣାଳିକା । ବଙ୍ଗୋପସାଗର ଓ ପକ୍ ଉପସାଗର ମଧ୍ୟରେ ଏହି ପ୍ରଣାଳୀ ରହିଛି ।[୧] ଏହି ପ୍ରଣାଳୀ ୫୩-୮୨ କିଲୋମିଟର୍ ଓସାର ବିଶିଷ୍ଟ ।[୨] ତାମିଲନାଡ଼ୁର ୱାଇଗାଇ ନଦୀ ସମେତ ଅନ୍ୟ ବହୁ ନଦୀ ପକ୍ ପ୍ରଣାଳୀକୁ ପ୍ରବାହିତ ହୋଇଥାନ୍ତି । ଭାରତରେ ଇଂରେଜ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ଶାସନକାଳରେ ୧୭୫୫ରୁ ନେଇ ୧୭୬୩ ପର୍ଯ୍ୟନ୍ତ ମାଡ୍ରାସ୍ ପ୍ରେସିଡେନ୍ସିର ଗଭର୍ଣ୍ଣର ରହିଥିବା ରବର୍ଟ୍ ପକ୍‍ଙ୍କ ନାମାନୁସାରେ ଏହି ପ୍ରଣାଳୀକୁ ପକ୍ ପ୍ରଣାଳୀ ବୋଲି ନାମିତ କରାଯାଇଥିଲା ।[୩]

ଜେମିନି-୧୧ ମହାକାଶଯାନରୁ ପକ୍ ପ୍ରଣାଳି ଓ ରାମସେତୁ

ଭୂଗୋଳ[ସମ୍ପାଦନା]

ପକ୍ ଉପସାଗରରେ ଶିଳାଭିତ୍ତି, ଅଗଭୀର ପଠା ତଥା କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପପୁଞ୍ଜର ସମାହାର ରହିଛି ଯାହାକୁ ରାମସେତୁ (ଇଂରାଜୀରେ Adam's Bridge) ବୋଲି କୁହନ୍ତି ।[୩] ସମୁଦ୍ରରେ ନିମଜ୍ଜିତ ଏହି ପଠା, ଶିଳାଭିତ୍ତି ଓ ଦ୍ୱୀପସମୂହ ଭାରତରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଏକ ପୋଲ ବା ସେତୁ ପରି । ରାମାୟଣରେ ରାମ ଲଙ୍କା ଯିବା ପାଇଁ ନିର୍ମାଣ କରିଥିବା ସେତୁ ଏହି ସ୍ଥାନ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।[୪] ଅନେକ ଛୋଟବଡ଼ କ୍ଷୁଦ୍ର ନିମଜ୍ଜିତ ଦ୍ୱୀପର ଏହି କଡ଼ି ତାମିଲନାଡ଼ୁସ୍ଥିତ ପମ୍ବନ ଦ୍ୱୀପ (ବା ରାମେଶ୍ୱର ଦ୍ୱୀପ)ର ଧନୁଷ୍କୋଡ଼ିରୁ ନେଇ ଶ୍ରୀଲଙ୍କାର ମନ୍ନାର ଦ୍ୱୀପ ପର୍ଯ୍ୟନ୍ତ ବ୍ୟାପ୍ତ । ପମ୍ବନ ସେତୁ ରାମେଶ୍ୱର ଦ୍ୱୀପକୁ ଭାରତୀୟ ଭୂଖଣ୍ଡ ସହ ସଂଯୁକ୍ତ କରିଥାଏ ।

ଇତିହାସ[ସମ୍ପାଦନା]

୧୯୧୪ ମସିହାରୁ ମାଡ୍ରାସ୍ ସହରରୁ ଧନୁଷ୍କୋଡ଼ିକୁ ନିୟମିତ ରେଳଗାଡ଼ି ଚଳାଚଳର ବ୍ୟବସ୍ଥା ଥିଲା । ତାହା ପରେ ଧନୁଷ୍କୋଡ଼ିରୁ ଶ୍ରୀଲଙ୍କାର ମନ୍ନାର ଦ୍ୱୀପର ତଲାଇମନ୍ନାର ପର୍ଯ୍ୟନ୍ତ ନୌକା-ଜାହାଜ ଚାଲୁଥିଲା ଏବଂ ସେଠାରୁ ଶ୍ରୀଲଙ୍କାର ଆଧୁନିକ ରାଜଧାନୀ କଲମ୍ବୋ ପର୍ଯ୍ୟନ୍ତ ରେଳପଥ ରହିଥିଲା । ୧୯୬୪ ମସିହାରେ ଆସିଥିବା ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡ଼ି ସହର, ପକ୍ ଉପସାଗର ଓ ପକ୍ ପ୍ରଣାଳୀର ଉପକୂଳବର୍ତ୍ତୀ ଅନେକ ସ୍ଥାନ ଧ୍ୱଂସ ହୋଇଯାଇଥିଲା ।[୫] ରେଳ ଭିତ୍ତିଭୂମିର ପ୍ରବଳ କ୍ଷୟକ୍ଷତି ଯୋଗୁଁ ସେହି ସମୟରୁ ଧନୁଷ୍କୋଡ଼ିକୁ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଛି । ଧନୁଷ୍କୋଡ଼ି ସହରକୁ ପରେ ପୁନଃ ନିର୍ମାଣ କରାଗଲା ନାହିଁ । ଶ୍ରୀଲଙ୍କା ପଟେ ତଲାଇମନ୍ନାରରୁ ମହାୱିଲଛିଆ ପର୍ଯ୍ୟନ୍ତ ରହିଥିବା ରେଳପଥ ଗୃହଯୁଦ୍ଧ ବେଳେ ପରିତ୍ୟକ୍ତ ହୋଇଥିଲା (କିନ୍ତୁ ପରେ ଏହାର ପୁନଃ ନିର୍ମାଣ କରାଗଲା) । ପୂର୍ବେ ରାମେଶ୍ୱରମରୁ ତଲାଇମନ୍ନାର ପର୍ଯ୍ୟନ୍ତ ରହିଥିବା ନୌକା ଚଳାଚଳ ସେବା ବହୁ ବର୍ଷ ଧରି ବନ୍ଦ ଥିଲା ।[୬]

ପ୍ରସ୍ତାବିତ କେନାଲ୍[ସମ୍ପାଦନା]

ପକ୍ ପ୍ରଣାଳୀରେ ଥିବା ନିମଜ୍ଜିତ ଅଗଭୀର ସ୍ଥଳଭାଗ (ରାମସେତୁ) ଯୋଗୁଁ ଏହା ନିକଟରୁ ବଡ଼ ବଡ଼ ଜାହାଜ ଯାଇପାରିବେ ନାହିଁ । ତେବେ ଅନେକ ଶତାବ୍ଦୀ ଧରି ସ୍ଥାନୀୟ ଛୋଟ ମାଛଧରା ଓ ଯାତ୍ରୀବାହୀ ନୌକା ଏହି ପ୍ରଣାଳୀ ମଧ୍ୟରେ ଗମନାଗମନ କରିଆସୁଛନ୍ତି । ବଡ଼ ଜାହାଜମାନଙ୍କୁ ଶ୍ରୀଲଙ୍କା ଉପକୂଳ ପଟରୁ ବୁଲି ଆସିବାକୁ ପଡ଼ିଥାଏ । ୧୮୬୦ ମସିହାରେ ଭାରତରେ ଶାସନ କରୁଥିବା ଇଂରେଜ ସରକାର ପ୍ରଥମେ ପକ୍ ପ୍ରଣାଳୀ ମଧ୍ୟରେ ବଡ଼ ଜାହାଜ ଚଳାଚଳ ନିମନ୍ତେ ଏକ କେନାଲ୍ ଖନନ କରିବାର ପ୍ରସ୍ତାବ ରଖିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସମିତି ଏହି ପୁରୁଣା ପ୍ରସ୍ତାବର ଅନୁଶୀଳନ କରିଆସିଛନ୍ତି । ବର୍ତ୍ତମାନ ସମୟରେ “ସେତୁସମୁଦ୍ରମ୍ ଜାହାଜ କେନାଲ୍ ପ୍ରକଳ୍ପ” (Sethusamudram Shipping Canal Project) ନାମରେ ଚାଲିଥିବା ଏହି ପ୍ରକଳ୍ପ ତାମିଲନାଡ଼ୁ ସରକାରଙ୍କଦ୍ୱାରା ୨୦୦୪ ମସିହାରେ ଆରମ୍ଭ କରାଯାଇଥିଲା ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖନନ ଯୋଗୁଁ ପରିବେଶ ଉପରେ ସମ୍ଭାବ୍ୟ ପ୍ରଭାବ ଏବଂ କେନାଲ୍ ଖନନ ସମ୍ଭବପର ନା ନାହିଁ ତାହାର ବୈଜ୍ଞାନିକ ଯାଞ୍ଚ କରିବା ।[୭]

କିନ୍ତୁ ଏହି ପ୍ରକଳ୍ପକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନମାନଙ୍କ ବିରୋଧର ଶିକାର ହେବାକୁ ପଡ଼ିଛି । ସହସ୍ର ବର୍ଷ ତଳେ ସଂସ୍କୃତ ଭାଷାରେ ଲିଖିତ ମହାକାବ୍ୟ ରାମାୟଣ ହିନ୍ଦୁମାନଙ୍କ ଧାର୍ମିକ ବିଶ୍ୱାସ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ମହତ୍ତ୍ୱପୂର୍ଣ୍ଣ ହିନ୍ଦୁ ଧର୍ମକାବ୍ୟରେ ଅସୁରରାଜ ରାବଣ ଦେବୀ ସୀତାଙ୍କୁ ଅପହରଣ କରି ଲଙ୍କାରେ ବନ୍ଦୀ କରି ରଖିଥିବା, ବାନର ସେନା ସହାୟତାରେ ପ୍ରଭୁ ଶ୍ରୀରାମ ଲଙ୍କା ଯିବାପାଇଁ ସେତୁ ନିର୍ମାଣ କରିଥିବା – ପ୍ରଭୃତି ପ୍ରସଙ୍ଗର ଉଲ୍ଲେଖ ଓ ବର୍ଣ୍ଣନା ରହିଛି । ନାସାର ଉପଗ୍ରହ ରାମସେତୁର ଯେଉଁ ଚିତ୍ରମାନ ନେଇଥିଲା ତାହା ରାମାୟଣର ଏହି ପୁରାତନ କାହାଣୀର ଧାର୍ମିକ ବିଶ୍ୱାସ ବୃଦ୍ଧି କରିଥିଲା । ଜାହାଜ ଚଳାଚଳ କେନାଲ୍ ଏହି ଧାର୍ମିକ ଐତିହ୍ୟକୁ ନଷ୍ଟ କରିବ ଦାବୀ କରି ଏହା ବିରୋଧରେ ରାମ କର୍ମଭୂମି ଆନ୍ଦୋଳନ ଆରମ୍ଭ ହୋଇଥିଲା ।[୮]

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସମୁଦ୍ର ତଳେ ରେଳ ଚଳାଚଳ ବ୍ୟବସ୍ଥାର ପ୍ରସ୍ତାବ ଆସିଥିଲା ଯାହାର ପଥ ପକ୍ ପ୍ରଣାଳୀ ମଧ୍ୟ ଦେଇ ରହିଛି ।[୯]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Map of Sri Lanka with Palk Strait and Palk Bay
  2. Distances measured on Google Earth
  3. ୩.୦ ୩.୧ Chisholm, Hugh, ed. (1911). "Palk Straits" . Encyclopædia Britannica Eleventh Edition. Vol. 20 (11th ed.). Cambridge University Press. p. 635.
  4. "Adam's bridge". Encyclopædia Britannica. 2007. Retrieved 2007-09-14.
  5. "Land's end". Archived from the original on 2004-10-14. Retrieved 2019-12-01.
  6. Sri Lanka, India to relaunch ferry service after three decades
  7. Harnessing the Troubled Waters: Sethusamudram Canal Project
  8. "Hanuman bridge is myth: Experts". Times of India. October 19, 2002. Archived from the original on 2011-08-11. Retrieved 2011-04-25.
  9. Hegadekatti, Kartik (6 January 2016). "THE TUNNEL FROM INDIA TO SRI LANKA". Archived from the original on 9 January 2019. Retrieved 9 January 2019.


ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]