ଧନୁଷ୍କୋଡ଼ି

ଉଇକିପିଡ଼ିଆ ରୁ
Jump to navigation Jump to search
ଧନୁଷ୍କୋଡ଼ି
ପରିତ୍ୟକ୍ତ ଜନବସତି
Dhanushkodi
ଆକାଶରୁ ନିଆଯାଇଥିବା ଧନୁଷ୍କୋଡ଼ିର ଚିତ୍ର
Nickname(s): 
ରାମସେତୁ
ତାମିଲନାଡ଼ୁ ମାନଚିତ୍ରରେ ଧନୁଷ୍କୋଡ଼ି
ତାମିଲନାଡ଼ୁ ମାନଚିତ୍ରରେ ଧନୁଷ୍କୋଡ଼ି
ଧନୁଷ୍କୋଡ଼ି
ଧନୁଷ୍କୋଡ଼ିର ଅବସ୍ଥିତି
ତାମିଲନାଡ଼ୁ ମାନଚିତ୍ରରେ ଧନୁଷ୍କୋଡ଼ି
ତାମିଲନାଡ଼ୁ ମାନଚିତ୍ରରେ ଧନୁଷ୍କୋଡ଼ି
ଧନୁଷ୍କୋଡ଼ି
ଧନୁଷ୍କୋଡ଼ି (India)
ଅବସ୍ଥାନ : 9°09′07″N 79°26′45″E / 9.152011°N 79.445851°E / 9.152011; 79.445851Coordinates: 9°09′07″N 79°26′45″E / 9.152011°N 79.445851°E / 9.152011; 79.445851
ଦେଶଭାରତ
ରାଜ୍ୟତାମିଲନାଡ଼ୁ
ଜିଲ୍ଲାରାମନାଥପୁରମ୍
ବିଧ୍ୱସ୍ତ୧୯୬୪
ସମୟ ମଣ୍ଡଳUTC+୦୫ ଘଣ୍ଟା ୩୦ ମିନିଟ୍ (ଭାରତୀୟ ମାନକ ସମୟ)
ଦୂରଭାଷ କ୍ରମାଙ୍କ+୦୪୫୬୭

ଧନୁଷ୍କୋଡ଼ି (ଇଂରାଜୀ ଉଚ୍ଚାରଣ Dhanushkodi) ଭାରତର ତାମିଲନାଡ଼ୁ ରାଜ୍ୟର ପମ୍ବନ୍ ଦ୍ୱୀପର ଦକ୍ଷିଣ-ପୂର୍ବର ଶେଷ ଭାଗରେ ରହିଥିବା ଏକ ପରିତ୍ୟକ୍ତ ପୁରାତନ ଜନବସତି ବା ସହର ।[୧] ଧନୁଷ୍କୋଡ଼ି ଶ୍ରୀଲଙ୍କାର ତଲାଇମନ୍ନାରଠାରୁ ପଶ୍ଚିମ ପଟକୁ ୨୪ କିଲୋମିଟର୍ ଦୂରରେ ଅବସ୍ଥିତ । ୧୯୬୪ ମସିହାର ରାମେଶ୍ୱରମରେ ହୋଇଥିବା ଏକ ଭୟାବହ ଝଡ଼ରେ ଏହି ସହର ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତ ହୋଇଯାଇଥିଲା ଓ ସେହି ସମୟରୁ ଲୋକେ ଏହି ସହର ପରିତ୍ୟାଗ କରିଥିଲେ ।

ଭୂଗୋଳ[ସମ୍ପାଦନା]

ପମ୍ବନ୍ ଦ୍ୱୀପ (ବା ରାମେଶ୍ୱରମ ଦ୍ୱୀପ)ର ଶେଷାଗ୍ରରେ ଧନୁଷ୍କୋଡ଼ିର ଅବସ୍ଥିତି ଓ ପକ୍ ପ୍ରଣାଳୀ ଯୋଗୁଁ ଏହା ମୁଖ୍ୟ ଭୂଭାଗଠାରୁ ବିଚ୍ଛିନ୍ନ । ପକ୍ ପ୍ରଣାଳୀ ମଧ୍ୟରେ ଥିବା ଧନୁଷ୍କୋଡ଼ି ଭାରତଶ୍ରୀଲଙ୍କା ମଧ୍ୟର ସ୍ଥଳସୀମା ପରି ଓ ଏହା ବିଶ୍ୱର କ୍ଷୁଦ୍ରତମ ସ୍ଥଳସୀମା (୪୫ ମିଟର୍) ।[ଆଧାର ଲୋଡ଼ା]

ଯାତାୟତ[ସମ୍ପାଦନା]

ଧନୁଷ୍କୋଡ଼ି ରେଳଷ୍ଟେସନର ଅବଶେଷ

ମୁକୁନ୍ଦରୟାର ଚତିରମଠାରୁ ଧନୁଷ୍କୋଡ଼ି ପର୍ଯ୍ୟନ୍ତ ୫ କିଲୋମିଟର୍ ରାସ୍ତା ଏବଂ ଧନୁଷ୍କୋଡ଼ିରୁ ଅରିଚାମୁନାଇ ପର୍ଯ୍ୟନ୍ତ ୪.୫ କିଲୋମିଟର୍ ଜାତୀୟ ରାଜପଥର ଶେଷ ଅଂଶ ।[୨] ପର୍ଯ୍ୟଟକମାନେ ଆପଣା ଗାଡ଼ି ନେଇ ଧନୁଷ୍କୋଡ଼ିର ଅଶୋକ ସ୍ତମ୍ଭ ପର୍ଯ୍ୟନ୍ତ ଯାଇପାରିବେ । ୨୦୧୬ ମସିହା ପର୍ଯ୍ୟନ୍ତ ସମୁଦ୍ର କୂଳରେ ଚାଲି ବା ଜିପ୍ ମାଧ୍ୟମରେ ଧନୁଷ୍କୋଡ଼ିରେ ପହଞ୍ଚି ହେଉଥିଲା ।[୩] ୨୦୧୬ ମସିହାରେ ମୁକୁନ୍ଦରୟାର ଚତିରମ ଗ୍ରାମରୁ ରହିଥିବା ରାସ୍ତାର କାର୍ଯ୍ୟ ଶେଷ ହୋଇଥିଲା ।[୪][୫]

ଭାରତୀୟ ଭୂଖଣ୍ଡରେ ଥିବା ମଣ୍ଡପମ୍ ନାମକ ସ୍ଥାନରୁ ଧନୁଷ୍କୋଡ଼ି ପର୍ଯ୍ୟନ୍ତ ଏକ ମିଟର୍ ଗଜ୍ ରେଳ ବ୍ୟବସ୍ଥା ରହିଛି ।[୬] ୧୯୬୪ ମସିହା ପର୍ଯ୍ୟନ୍ତ ଚେନ୍ନାଇ ଏଗମୋର୍ ଷ୍ଟେସନରୁ ଧନୁଷ୍କୋଡ଼ି ପର୍ଯ୍ୟନ୍ତ “ବୋଟ୍ ମେଲ୍ ଏକ୍ସପ୍ରେସ୍” ରେଳଗାଡ଼ି ଚାଲୁଥିଲା । ୧୯୬୪ ମସିହାରେ ପମ୍ବନରୁ ଧନୁଷ୍କୋଡ଼ିକୁ ପଡ଼ିଥିବା ମିଟର ଗଜ୍ ରେଳପଥ ଏକ ଭୟଙ୍କର ବାତ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିଲା ।[୭][୮] ୨୦୦୩ ମସିହାରେ ରାମେଶ୍ୱରମରୁ ଧନୁଷ୍କୋଡ଼ିକୁ ପୂର୍ବରୁ ରହିଥିବା ୧୬ କିଲୋମିଟର୍ ଲମ୍ବ ମିଟର୍ ଗଜ୍ ରେଳପଥର ପୁନଃସ୍ଥାପନା ପାଇଁ ଦକ୍ଷିଣ ରେଳ ବିଭାଗ କେନ୍ଦ୍ର ରେଳ ମନ୍ତ୍ରାଳୟକୁ ଜଣାଇଥିଲା । ଯୋଜନା ଆୟୋଗ ୨୦୧୦ ମସିହାରେ ଧନୁଷ୍କୋଡ଼ି ଓ ରାମେଶ୍ୱରମ ମଧ୍ୟରେ ରେଳ ଚଳାଚଳର ସମ୍ଭାବ୍ୟତା ବିଚାର କରିଥିଲା ।[୯][୧୦]

୧୯୬୪ ମସିହାର ବାତ୍ୟା[ସମ୍ପାଦନା]

ରାମେଶ୍ୱରମ ପାଖ ଅଞ୍ଚଳ ଭୂ-ଆକୃତି ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକଳାପ ଦୃଷ୍ଟିରୁ ଯଥେଷ୍ଟ ସକ୍ରିୟ । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣଦ୍ୱାରା ହୋଇଥିବା ଏକ ବୈଜ୍ଞାନିକ ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ୧୯୪୮ ଓ ୧୯୪୯ ମସିହାରେ ଧନୁଷ୍କୋଡ଼ିର ଦକ୍ଷିଣାଂଶ ଆଉ ୫ ମିଟର୍ ଗଭୀରତା ପର୍ଯ୍ୟନ୍ତ ମନ୍ନାର ଉପସାଗର ତଳକୁ ପଶିଯାଇଥିଲା ବା ବୁଡ଼ିଯାଇଥିଲା । ଉପକୂଳକୁ ସମାନ୍ତରାଳ ଭାବେ ଥିବା ଭୂମିର ଅଭିଲମ୍ବ ଟେକ୍ଟୋନିକ୍ ସଞ୍ଚଳନ ଯୋଗୁଁ ଏପରି ଘଟିଥିଲା । ଏହି କାରଣରୁ ଉତ୍ତର-ଦକ୍ଷିଣ ଦିଗରେ ରହିଥିବା ୭ କିଲୋମିଟର୍ ଲମ୍ବା ଓ ୦.୫ କିଲୋମିଟର୍ ଓସାରିଆ ଏକ ଭୂଭାଗ ସମୁଦ୍ର ମଧ୍ୟରେ ନିମଜ୍ଜିତ ହୋଇଯାଇଥିଲା ।[୧୧]

୧୯୬୪ ମସିହା ଡିସେମ୍ବର ୧୭ ତାରିଖ ଦିନ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ୫°ଉତ୍ତର ୯୩°ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ୧୯ ଡିସେମ୍ବର ବେଳକୁ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା । ୨୧ ଡିସେମ୍ବର ବେଳକୁ ଏହା ପଶ୍ଚିମାଭିମୁଖୀ ହୋଇ ପ୍ରତିଦିନ ୪୦୦-୫୫୦ କିଲୋମିଟର୍ ସରଳରୈଖିକ ଭାବେ ଆଗେଇବାକୁ ଲାଗିଲା । ୨୨ ଡିସେମ୍ବର ଦିନ ଶ୍ରୀଲଙ୍କାର ଭାଭୁନିଆ ଅତିକ୍ରମ କରିବା ପରେ ୨୨-୨୩ ଡିସେମ୍ବରକୁ ଏହି ବାତ୍ୟା ଧନୁଷ୍କୋଡ଼ିଠାରେ ସ୍ଥଳଭାଗରେ ପ୍ରବେଶ କରିଥିଲା । ଏହି ସମୟରେ ପବନର ବେଗ ଆନୁମାନିକ ୨୮୦ କି.ମି. ପ୍ରତି ଘଣ୍ଟା ଥିଲା ଏବଂ ସମୁଦ୍ରରେ ୭ ମିଟର୍ ଉଚ୍ଚ ଜୁଆର ବା ଲହଡ଼ି ସୃଷ୍ଟି ହୋଇଥିଲା ।[୧୨]

୨୨ ଡିସେମ୍ବର ଦିନ ବାତ୍ୟାରେ ପ୍ରାୟ ୧୮୦୦ ଲୋକ ମୃତ୍ୟୁବରଣ କରିଥିଲେ । ପମ୍ବନରୁ ଧନୁଷ୍କୋଡ଼ି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ରେଳଗାଡ଼ିର ଯାତ୍ରୀମାନେ ମଧ୍ୟ ବାତ୍ୟା ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥିଲେ ।[୧୩][୧୪][୧୫] ତତ୍କାଳୀନ ମାଡ୍ରାସ୍ ସରକାର ଏହି ସମ୍ପୂର୍ଣ୍ଣ ସହରକୁ ଖାଲି କରାଇଥିଲେ ଏବଂ ତାହା ପରଠାରୁ ଧନୁଷ୍କୋଡ଼ି ଏକ “ଭୂତ ସହର”ରେ ପରିଣତ ହେଲା ।[୧୬]

୨୦୦୪ ମସିହା ଡିସେମ୍ବର ମାସରେ (ବାତ୍ୟାର ୪୦ ବର୍ଷ ପରେ) ଧନୁଷ୍କୋଡ଼ି ନିକଟରେ ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର୍ ଦୂରକୁ ହଟି ଯାଇଥିଲା ଓ ବାତ୍ୟାରେ ବୁଡ଼ିଯାଇଥିବା ପୁରୁଣା ଧନୁଷ୍କୋଡ଼ିର କିଛି ଅବଶେଷ ଦୃଶ୍ୟମାନ ହୋଇଥିଲା । ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମିରେ ଏସବୁ ଅଞ୍ଚଳ ପୁଣିଥରେ ଜଳମଗ୍ନ ହୋଇଯାଇଥିଲା ।[୧୭][୧୮]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Did you know? Dhanushkodi is the place where you can see the origin of the Ram Setu!".
  2. http://www.thehindu.com/news/cities/Madurai/modi-to-inaugurate-dhanushkodi-road/article19360792.ece
  3. "Dhanushkodi still attracts tourists". The Hindu. 28 June 2010.
  4. D.J. Walter Scot (4 February 2016). "Road to Dhanushkodi may be opened by month-end". The Hindu.
  5. "Four-lane road planned for Dhanushkodi". The Hindu.
  6. Jethwa, Raja Pawan (2007). "Section II: Mileage wise available Details of Railway lines laid". Shree Kutch Gurjar Kshatriya Samaj: A brief History & Glory of our fore-fathers. pp. 63–70.
  7. Saqaf, Syed Muthahar (11 June 2010). "'Boat Mail' to run on main line from August 1". The Hindu.
  8. Jaishankar, C (17 July 2006). "Their sentiment to metre gauge train is unfathomable". The Hindu.
  9. C. Jaishankar (26 February 2010). "Railway budget may put Dhanushkodi back on track". The Hindu.
  10. "Poll-bound TN, Kerala will get more trains". The Asian Age. 26 February 2011.
  11. G. G. Vaz; M. Hariprasad; B. R. Rao; V. Subba Rao (10 March 2007). "Subsidence of southern part of erstwhile Dhanushkodi township, Tamil Nadu". Current Science. 92: 671–672.
  12. Shashi M Kulshreshta; Madan G Gupta (June 1966). "Satellite Study of the Rameswaram Cyclonic Storm of 20–23 December 1964". Journal of Applied Meteorology and Climatology. 5 (3): 373–376. doi:10.1175/1520-0450(1966)005<0373:ssotrc>2.0.co;2. ISSN 0021-8952.
  13. "India Train, 150 Aboard, Swept Away By Big Wave". St. Petersburg Times. UPI. 26 December 1964. p. 3A.
  14. "1,800 Asians Feared Dead After Cyclone and Tidal Wave". Reading Eagle. UPI. 28 December 1964. p. 4.
  15. "Ships, Planes Search for Survivors". The Age. A.A.P.-Reuters. 28 December 1964. p. 4.
  16. "Eye-witness account of the cyclone". The Hindu.
  17. "Submerged temple tower visible in Dhanushkodi". Zee news.
  18. G. G. Vaz; M. Hariprasad; B. R. Rao & V. Subba Rao (March 2007). "Subsidence of southern part of erstwhile Dhanushkodi township, Tamil Nadu – evidences from bathymetry, side scan and underwater videography" (PDF). Current Science (PDF). 92 (5): 671–675.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]