ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ

ଉଇକିପିଡ଼ିଆ‌ରୁ
Neuroendocrine tumor
Micrograph of a neuroendocrine tumor. H&E stain
ଲକ୍ଷଣPain, high or low blood sugar, weight loss, carcinoid syndrome[୧]
ବିପଦ କାରକMultiple endocrine neoplasia syndrome (MEN), neurofibromatosis, tuberous sclerosis[୧]
ରୋଗ ନିର୍ଣ୍ଣୟ ପଦ୍ଧତିLab tests, medical imaging, tissue biopsy[୧]
ଚିକିତ୍ସାSurgery, somatostatin analogues, interferon, chemotherapy, targeted therapy[୧]
ପୁନଃପୌନିକ8 per 100,000 per year[୧]

ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ (ଇଂରାଜୀ ଭାଷାରେ Neuroendocrine tumors/ NET ) ହେଉଛି ଏକ ଅର୍ବୁଦ ଗୋଷ୍ଠୀ ଯେଉଁଗୁଡ଼ିକ ସ୍ନାୟୁ ଇମ୍ପଲ୍ସ ଗ୍ରହଣ କରୁଥିବା ଜୀବକୋଷ ହରମୋନ୍ ମୋଚନ କରନ୍ତି ।[୧] ପ୍ରାୟ ଦୁଇ ତୃତୀୟାଂଶ ରୋଗ ଅନ୍ତନଳୀରେ ଘଟିଥାଏ ଯେଉଁଠାରେ ସେମାନଙ୍କୁ କାର୍ସିନଏଡ୍ ଅର୍ବୁଦ କୁହାଯାଏ, କିନ୍ତୁ ସେଗୁଡ଼ିକ ଅଗ୍ନାଶୟ, ଫୁସଫୁସ, ଥାଇମସ୍ ଏବଂ ଏଣ୍ଡୋକ୍ରାଇନ୍ ସିଷ୍ଟମର ଅନ୍ୟାନ୍ୟ ଅଂଶରୁ ମଧ୍ୟ ସୃଷ୍ଟି ହୋଇପାରନ୍ତି ।[୧] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଉଚ୍ଚ କିମ୍ବା ନିମ୍ନ ରକ୍ତ ଶର୍କରା ଏବଂ ଓଜନ ହ୍ରାସ ହୋଇପାରେ ।[୧] କେତେକ କ୍ଷେତ୍ରରେ କାର୍ସିନଏଡ ସିଣ୍ଡ୍ରୋମ ହୋଇପାରେ ଯେଉଁଥିରେ ତରଳ ଝାଡ଼ା ଓ ମୁହଁ ଲାଲ ପଡ଼ିଯାଏ ।[୧]

ନ୍ୟୁରୋଫାଇବ୍ରୋମାଟୋସିସ, ମଲ୍ଟିପ୍ଲ ଏଣ୍ଡୋକ୍ରାଇନ ନିଓପ୍ଲାସିଆ ସିଣ୍ଡ୍ରୋମ ଏବଂ ଟ୍ୟୁବରସ ସ୍କ୍ଲେରୋସିସ୍ ଭଳି ଅନେକ ଜେନେଟିକ୍ ଅବସ୍ଥା ଏହି ରୋଗ ସଙ୍କଟ ସୃଷ୍ଟି କରିଥାଏ ।[୧] ଏହି ଅର୍ବୁଦଗୁଡିକ ଏକ ଗୋଷ୍ଠୀ ଭାବରେ ଗ୍ରହଣ କରାଯାଏ କାରଣ ଜଡିତ କୋଷଗୁଡ଼ିକର କିଛି ସମାନତା ଦେଖାଯାଏ ଯେଉଁଗୁଡ଼ିକ ବାୟୋଜେନିକ୍ ଆମିନ ଏବଂ ପଲିପେପ୍ଟାଇଡ ହରମୋନ୍ ଉତ୍ପାଦନ କରନ୍ତି।[୨] ସେମାନେ ସାଧାରଣତ ଧୀରେ ଧୀରେ ବଢ଼ନ୍ତି । [୧] ଲ୍ୟାବ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଏବଂ ତନ୍ତୁ ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୋଇପାରେ। [୧]

ପ୍ରାରମ୍ଭିକ ରୋଗ ଅସ୍ତ୍ରୋପଚାରଦ୍ୱାରା ଭଲ ହୋଇପାରେ ।[୧] ଅଧିକ ଉନ୍ନତ ରୋଗ ପାଇଁ ସୋମାଟୋଷ୍ଟାଟିନ୍ ଆନାଲୋଗ, ଇଣ୍ଟରଫେରନ୍, କେମୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ବ୍ୟବହାର କରାଯାଇପାରେ ।[୧] ବର୍ଷକୁ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୮ ଜଣ ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[୧] ୫୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କଠାରେ ସେଗୁଡିକ ଅଧିକ ଦେଖାଯାଏ ।[୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହେଉଥିବା ପରି ଦେଖାଯାଏ ।[୧] ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ ପ୍ରଥମେ ୧୮୬୭ ମସିହାରେ ଥିଓଡର୍ ଲାଙ୍ଗହାନ୍ସଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Yalcin, Suayib (2015). "1. Introduction to neuroendocrine tumours". In Yalcin, Suayib; Öberg, Kjell (eds.). Neuroendocrine Tumours: Diagnosis and Management (in ଇଂରାଜୀ). Heidelberg: Springer. pp. 1–6. ISBN 978-3-662-45214-1. Archived from the original on 2022-02-06. Retrieved 2022-02-06.
  2. Ramage JK, Davies AH, Ardill J, et al. (June 2005). "Guidelines for the management of gastroenteropancreatic neuroendocrine (including carcinoid) tumours". Gut. 54. 54 (Suppl 4): iv1–iv16. doi:10.1136/gut.2004.053314. PMC 1867801. PMID 15888809.