ନୃସିଂହ ଗୁରୁ
ନୃସିଂହ ଗୁରୁ | |
---|---|
ଜନ୍ମ | ଗୁରୁପାଲୀ, ସମ୍ବଲପୁର | ମାର୍ଚ୍ଚ ୨୪, ୧୯୦୨
ମୃତ୍ୟୁ | ୧୯୮୪ |
ଜାତୀୟତା | ଭାରତୀୟ |
ନୃସିଂହ ଗୁରୁ (୧୯୦୨-୧୯୮୪) ଓଡ଼ିଶାର ଜଣେ ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୧] ତାଙ୍କୁ ପଶ୍ଚିମ ଓଡ଼ିଶାର ଗାନ୍ଧୀ ବୋଲି କୁହାଯାଏ ।
ନୃସିଂହ ଗୁରୁ ୧୯୦୨ ମସିହା ମାର୍ଚ୍ଚ ୨୪ତାରିଖରେ ସମ୍ବଲପୁର ଜିଲ୍ଲାର ଗୁରୁପାଲୀଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଗାନ୍ଧୀବାଦୀ ବ୍ୟକ୍ତି ଥିଲେ । ଗାନ୍ଧୀଙ୍କ ଭଳି ସେ ମଧ୍ୟ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧୁଥିଲେ ଓ ଖାଲି ପାଦରେ ବୁଲି ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରୁଥିଲେ । ୧୯୨୮ ମସିହାରେ ଗାନ୍ଧୀଜୀ ସମ୍ବଲପୁର ଆସିବା ସମୟରେ, ନୃସିଂହ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସରକାରୀ ଚାକିରି ଛାଡି, ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ଓ କାରାବରଣ କରିଥିଲେ ।[୨] ଛୁଆଁ ଅଛୁଆଁ ଭେଦଭାବ ଦୂରକରିବା ପାଇଁ ସେ କାର୍ଯ୍ୟ କରିଥିଲେ । ସମ୍ବଲପୁରରେ ଦଳିତ ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ଆରମ୍ଭ କରାଇଥିଲେ । ହରିଜନ ସେବକ ସଂଘ ଗଠନ କରିଥିଲେ । ପ୍ରାୟ ୫୦ବର୍ଷ ଧରି ନୃସିଂହ ସମାଜ ପାଇଁ ସାମ୍ବାଦିକତା କରିଥିଲେ । ପଶ୍ଚିମ ଓଡ଼ିଶାରେ ସମାଜ କହିଲେ, ଲୋକେ ନୃସିଂହଙ୍କୁ ହିଁ ବୁଝୁଥିଲେ । ସେ ଥିଲେ ସମାଜର ପ୍ରଥମ ଜିଲ୍ଲା ପ୍ରତିନିଧି । କିଛିକାଳ ସେ ସମାଜର ବିତରକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୫ଟଙ୍କା ଦରମାରେ ସେ ସାମ୍ବିଦିକ ଚାକିରି ଆରମ୍ଭ କରି, ଶେଷବେଳକୁ ୨୫୦ଟଙ୍କା ଦରମା ପାଉଥିଲେ ।[୩]
୧୯୮୪ ମସିହାରେ ନୃସିଂହ ଇହଲୀଳା ସମ୍ବରଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ N. K. Sahu; S. C. Behera (1985). New Aspects of History of Orissa. Sambalpur University.
- ↑ Rabindra Kumar Gartia (1987*). Bhagirathi Pattanayak, the freedom fighter. s.n.
{{cite book}}
: Check date values in:|date=
(help) - ↑ "ଅଜି ଜନ୍ମଦିନ". ସମ୍ବାଦ ୨୪/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. Archived from the original on 31 March 2017. Retrieved 24 March 2017.
- ↑ Chittaranjan Mishra (2002). Nrusingha Guru: The Freedom Fighter. Sambalpur University.