Jump to content

ନୁସରତ ଜାହାନ

ଉଇକିପିଡ଼ିଆ‌ରୁ
ନୁସରତ ଜାହାନ ଜୈନ
କଲିକତାରେ ହୋଇଥିବା ଏକ ଫ୍ୟାଶନ ପ୍ରଦର୍ଶନୀରେ ନୁସରତ ଜହାନ ଜୈନ
ଜନ୍ମ (1990-01-08) ୮ ଜାନୁଆରୀ ୧୯୯୦ (ବୟସ ୩୬)
ଜାତୀୟତାଭାରତୀୟ
ଅନ୍ୟ ନାମନୈନା, ରୁହି
ବୃତ୍ତି(ସମୂହ)ମଡେଲ , ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧-ବର୍ତ୍ତମାନ
ପୁରସ୍କାରଫେୟାର ୱାନ ମିସ କୋଲକାତା

ନୁସରତ ଜାହାନ ଜୈନ (ଜନ୍ମ ୮ ଜାନୁୟାରୀ ୧୯୯୦) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଲୋକ ସଭା ସାଂସଦ । ମୁଖ୍ୟତଃ ସେ ବଙ୍ଗଳା ଚଳଚ୍ଚିତ୍ରରେ କାମ କରିଛନ୍ତି ।[][][] ସେ ମାର୍ଚ୍ଚ ମାସ ୨୦୧୯ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବସିରହାତ, ପଶ୍ଚିମବଙ୍ଗ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜୟଯୁକ୍ତ ହୋଇ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ନୁସରତ କଲିକତାର ଏକ ବଙ୍ଗାଳୀ ମୁସଲିମ ପରିବାରରେ ୮ ଜାନୁୟାରୀ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତାର ଭବାନୀପୁର ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଲାଭ କରିଥିଲେ ।[]

ପେଶା

ନୁସରତ ଜହାନ ୨୦୧୦ ମସିହାରେ ଫେୟାର-ୱାନ ମିସ କୋଲକାତା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତି ମଡେଲିଂ ପେଶା ଆରମ୍ଭ କରିଥିଲେ । ସେ ଚଳଚ୍ଚିତ୍ର ଶୋତ୍ରୁରେ ଅଭିନୟ କରି ୨୦୧୧ ମସିହାରେ ବଙ୍ଗାଳି ସିନେମାରେ ପାଦ ରଖିଥିଲେ । ଏକ ବର୍ଷର ବ୍ୟବଧାନ ପରେ ସେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର, ଖୋକାରେ ନାୟିକା ହୋଇଥିଲେ । ଏଥିରେ ତାଙ୍କର ସହ ଅଭିନେତା ଦେବ ଏବଂ ଶୁଭଶ୍ରୀ ଥିଲେ ।

ରାଜନୈତିକ ପେଶା

୨୦୧୯ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁସରତ ଜାହାନ ବାଶିରତ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ଛିଡ଼ାହେବେ ବୋଲି ଘୋଷଣା କରିଥିଲେ । []

ଅଭିନୀତ ଚଳଚ୍ଚିତ୍ର

ଏହି ଚିହ୍ନ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିନାହିଁ ବୋଲି ଦର୍ଶାଏ
ବର୍ଷଚଲଚ୍ଚିତ୍ରନିର୍ଦ୍ଦେଶକସହ କଳାକାରଭାଷା
୨୦୧୧ଶତ୍ରୁରାଜ ଚକ୍ରବର୍ତୀଜିତ୍ବଙ୍ଗଳା
୨୦୧୩ଖୋକା ୪୨୦ରାଜିବ ବିଶ୍ବାସଦେବ, ତାପସ ପାଲ, ରଜତାଭ ଦତ୍ତବଙ୍ଗଳା
୨୦୧୩ଖିଲାଡ଼ିଅଶୋକ ପାତିଅଙ୍କୁଶ ହାଜରା, ତାପସ ପାଲ, ରଜତାଭ ଦତ୍ତବଙ୍ଗଳା
୨୦୧୪ଅ୍ଯାକଶନସାୟନ୍ତନ ମୁଖୋପାଧ୍ୟାୟବିଶେଷ ଆବିଭାର୍ବବଙ୍ଗଳା
୨୦୧୪ଯୋଦ୍ଧା-ଦ୍ୟ ଓୟାରିୟରରାଜ ଚକ୍ରବର୍ତୀବିଶେଷ ଆବିଭାର୍ବବଙ୍ଗଳା
୨୦୧୪ସନ୍ଧ୍ୟେ ନାମାର ଆଗେଋତୁବର୍ତ ଭଟ୍ଟାଚାର୍ଯରାହୁଲ ବସୁବଙ୍ଗଳା
୨୦୧୫ଜାମାଇ ୪୨୦ରବି କିନାଗୀଅଙ୍କୁଶ ହାଜରାବଙ୍ଗଳା
୨୦୧୫ହର ହର ବ୍ୟোମକେଶଅରିନ୍ଦମ ଶୀଲଆବୀର ଚଟ୍ଟୋପାଧ୍ୟାୟବଙ୍ଗଳା
୨୦୧୬ଜୁଲଫିକାରସୃଜିତ ମୁଖୋପାଧ୍ୟାୟଦେବ, ପ୍ରସେନଜିତ୍ ଚଟ୍ଟୋପାଧ୍ୟାୟ, ଯୀଶୁ ସେନଗୁପ୍ତ, ପରମବ୍ରତ ଚଟ୍ଟୋପାଧ୍ୟାୟ, ପାଓଲି ଦାମବଙ୍ଗଳା
୨୦୧୬ଲାଭ ଏକ୍ସପ୍ରେସରାଜିବ ବିଶ୍ବାସଦେବବଙ୍ଗଳା
୨୦୧୭ଓୟାନବିରସା ଦାଶଗୁପ୍ତଯଶ ଦାଶଗୁପ୍ତ, ପ୍ରସେନଜିତ୍ ଚଟ୍ଟୋପାଧ୍ୟାୟବଙ୍ଗଳା
୨୦୧୭ବଲୋ ଦୁର୍ଗା ମାଇ କିରାଜ ଚକ୍ରବର୍ତୀଅଙ୍କୁଶ ହାଜରା ରଜତାଭ ଦତ୍ତବଙ୍ଗଳା
୨୦୧୮ନାକାବରାଜୀବ ବିଶ୍ବାସଶାକିବ ଖାନବଙ୍ଗଳା
୨୦୧୯ସେଭେନ daggerସାଗୁଫତା ରଫିକଯଶ ଦାଶଗୁପ୍ତବଙ୍ଗଳା


ପୁରସ୍କାର ଓ ସମ୍ମାନ

  1. ଫେୟାର-ୱାନ ମିସ କୋଲକାତା ୨୦୧୦
  2. ଜମାଇ ୪୨୦ ଯୋଗୁଁ ଜଳଶା ପରିବାର ଆୱାର୍ଡ [][]

ଆଧାର

  1. Ganguly, Ruman (27 April 2011). "It's too good to be true: Nusrat Jahan – Times of India". Articles.timesofindia.indiatimes.com. Archived from the original on 6 November 2011. Retrieved 26 January 2012.
  2. "Interview: Tollywood Actress Nusrat Jahan Talks About Bengali Movie "Shatru" Co-Starring Jeet and her Background and Experience – Washington Bangla Radio USA". Washingtonbanglaradio.com. Archived from the original on 26 June 2019. Retrieved 26 January 2012.
  3. "Featured | Local Beauty Ms. Nusrat Jahan crowned Fair One Miss Kolkata 2010". Mahiram.com. Archived from the original on 12 October 2013. Retrieved 26 January 2012.
  4. DelhiMay 23, India Today Web Desk New; May 23, 2019UPDATED:; Ist, 2019 14:27. "Bengal election results: Dev, Mimi, Locket, Nusrat rule as bed tea goes bitter for Moon Moon". India Today (in ଇଂରାଜୀ). Retrieved 2019-05-30. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  5. "Nusrat Jahan Actress Profile Family Education Life-Career of Nusrat Jahan". kolkatabengalinfo.com. Retrieved 27 June 2015.
  6. Ganguly, Ruman (12 March 2019). "I'm thrilled to start my political career: Nusrat Jahan". The Times of India. Retrieved 14 March 2019.
  7. "Nusrat Jahan Miss Kolkata 2010". the times of india. Retrieved 27 June 2015.
  8. "Ms. Nusrat Jahan – Miss Kolkata 2010". extramirchi.com. Retrieved 27 June 2015.