ନୁସରତ ଜହାନ

ଉଇକିପିଡ଼ିଆ ରୁ
Jump to navigation Jump to search
ନୁସରତ ଜହାନ ଜୈନ
SouBoyy meets Nusrat Jahan at FIERAA, a fashion and lifestyle exhibition held at Sapphire Banquet 2, Calcutta.JPG
କଲିକତାରେ ହୋଇଥିବା ଏକ ଫ୍ୟାଶନ ପ୍ରଦର୍ଶନୀରେ ନୁସରତ ଜହାନ ଜୈନ
ଜନ୍ମ ଓ ଜନ୍ମସ୍ଥାନ (1990-01-08) 8 January 1990 (age 30)
ଜାତୀୟତାଭାରତୀୟ
ଅଲଗା ନାଆଁନୈନା, ରୁହି
ଜୀବିକାମଡେଲ , ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୧-ବର୍ତ୍ତମାନ
ପୁରସ୍କାରଫେୟାର ୱାନ ମିସ କୋଲକାତା
Nusrat Jahan(1).jpg

ନୁସରତ ଜହାନ ଜୈନ (ଜନ୍ମ ୮ ଜାନୁୟାରୀ ୧୯୯୦) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଲୋକ ସଭା ସାଂସଦ । ମୁଖ୍ୟତଃ ସେ ବଙ୍ଗାଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।[୧][୨][୩] ସେ ମାର୍ଚ୍ଚ ମାସ ୨୦୧୯ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବସିରହାତ, ପଶ୍ଚିମବଙ୍ଗ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜୟଯୁକ୍ତ ହୋଇ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]


ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ନୁସରତ କଲିକତାର ଏକ ବଙ୍ଗାଳି ମୁସଲିମ ପରିବାରରେ ୮ ଜାନୁୟାରୀ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତାର ଭବାନୀପୁର ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଲାଭ କରିଥିଲେ ।[୫]

ପେଶା[ସମ୍ପାଦନା]

ନୁସରତ ଜହାନ ୨୦୧୦ ମସିହାରେ ଫେୟାର-ୱାନ ମିସ କୋଲକାତା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତି ମଡେଲିଂ ପେଶା ଆରମ୍ଭ କରିଥିଲେ । ସେ ଚଳଚ୍ଚିତ୍ର ଶୋତ୍ରୁରେ ଅଭିନୟ କରି ୨୦୧୧ ମସିହାରେ ବଙ୍ଗାଳି ସିନେମାରେ ପାଦ ରଖିଥିଲେ । ଏକ ବର୍ଷର ଅନ୍ତରାଳ ପରେ ସେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର, ଖୋକାରେ ନାୟିକା ହୋଇଥିଲେ । ଏଥିରେ ତାଙ୍କର ସହ ଅଭିନେତା ଦେବ ଏବଂ ଶୁଭୋଶ୍ରୀ ଥିଲେ ।

ରାଜନୈତିକ ପେଶା[ସମ୍ପାଦନା]

୨୦୧୯ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁସରତ ଜହାନ ବାଶିରତ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ଛିଡ଼ାହେବେ ବୋଲି ଘୋଷଣା କରିଥିଲେ । [୬]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ଏହି ଚିହ୍ନ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିନାହିଁ ବୋଲି ଦର୍ଶାଏ
ବର୍ଷ ଚଲଚ୍ଚିତ୍ର ନିର୍ଦ୍ଦେଶକ ସହ କଳାକାର ଭାଷା
୨୦୧୧ ଶତ୍ରୁ ରାଜ ଚକ୍ରବର୍ତୀ ଜିତ୍ ବଙ୍ଗଳା
୨୦୧୩ ଖୋକା ୪୨୦ ରାଜିବ ବିଶ୍ବାସ ଦେବ, ତାପସ ପାଲ, ରଜତାଭ ଦତ୍ତ ବଙ୍ଗଳା
୨୦୧୩ ଖିଲାଡ଼ି ଅଶୋକ ପାତି ଅଙ୍କୁଶ ହାଜରା, ତାପସ ପାଲ, ରଜତାଭ ଦତ୍ତ ବଙ୍ଗଳା
୨୦୧୪ ଅ୍ଯାକଶନ ସାୟନ୍ତନ ମୁଖୋପାଧ୍ୟାୟ ବିଶେଷ ଆବିଭାର୍ବ ବଙ୍ଗଳା
୨୦୧୪ ଯୋଦ୍ଧା-ଦ୍ୟ ଓୟାରିୟର ରାଜ ଚକ୍ରବର୍ତୀ ବିଶେଷ ଆବିଭାର୍ବ ବଙ୍ଗଳା
୨୦୧୪ ସନ୍ଧ୍ୟେ ନାମାର ଆଗେ ଋତୁବର୍ତ ଭଟ୍ଟାଚାର୍ଯ ରାହୁଲ ବସୁ ବଙ୍ଗଳା
୨୦୧୫ ଜାମାଇ ୪୨୦ ରବି କିନାଗୀ ଅଙ୍କୁଶ ହାଜରା ବଙ୍ଗଳା
୨୦୧୫ ହର ହର ବ୍ୟোମକେଶ ଅରିନ୍ଦମ ଶୀଲ ଆବୀର ଚଟ୍ଟୋପାଧ୍ୟାୟ ବଙ୍ଗଳା
୨୦୧୬ ଜୁଲଫିକାର ସୃଜିତ ମୁଖୋପାଧ୍ୟାୟ ଦେବ, ପ୍ରସେନଜିତ୍ ଚଟ୍ଟୋପାଧ୍ୟାୟ, ଯୀଶୁ ସେନଗୁପ୍ତ, ପରମବ୍ରତ ଚଟ୍ଟୋପାଧ୍ୟାୟ, ପାଓଲି ଦାମ ବଙ୍ଗଳା
୨୦୧୬ ଲାଭ ଏକ୍ସପ୍ରେସ ରାଜିବ ବିଶ୍ବାସ ଦେବ ବଙ୍ଗଳା
୨୦୧୭ ଓୟାନ ବିରସା ଦାଶଗୁପ୍ତ ଯଶ ଦାଶଗୁପ୍ତ, ପ୍ରସେନଜିତ୍ ଚଟ୍ଟୋପାଧ୍ୟାୟ ବଙ୍ଗଳା
୨୦୧୭ ବଲୋ ଦୁର୍ଗା ମାଇ କି ରାଜ ଚକ୍ରବର୍ତୀ ଅଙ୍କୁଶ ହାଜରା ରଜତାଭ ଦତ୍ତ ବଙ୍ଗଳା
୨୦୧୮ ନାକାବ ରାଜୀବ ବିଶ୍ବାସ ଶାକିବ ଖାନ ବଙ୍ଗଳା
୨୦୧୯ ସେଭେନ dagger ସାଗୁଫତା ରଫିକ ଯଶ ଦାଶଗୁପ୍ତ ବଙ୍ଗଳା


ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  1. ଫେୟାର-ୱାନ ମିସ କୋଲକାତା ୨୦୧୦
  2. ଜମାଇ ୪୨୦ ଯୋଗୁଁ ଜଳଶା ପରିବାର ଆୱାର୍ଡ [୭][୮]

ଆଧାର[ସମ୍ପାଦନା]

  1. Ganguly, Ruman (27 April 2011). "It's too good to be true: Nusrat Jahan – Times of India". Articles.timesofindia.indiatimes.com. Retrieved 26 January 2012.
  2. "Interview: Tollywood Actress Nusrat Jahan Talks About Bengali Movie "Shatru" Co-Starring Jeet and her Background and Experience – Washington Bangla Radio USA". Washingtonbanglaradio.com. Retrieved 26 January 2012.
  3. "Featured | Local Beauty Ms. Nusrat Jahan crowned Fair One Miss Kolkata 2010". Mahiram.com. Retrieved 26 January 2012.
  4. DelhiMay 23, India Today Web Desk New; May 23, 2019UPDATED:; Ist, 2019 14:27. "Bengal election results: Dev, Mimi, Locket, Nusrat rule as bed tea goes bitter for Moon Moon". India Today (in ଇଂରାଜୀ). Retrieved 2019-05-30.
  5. "Nusrat Jahan Actress Profile Family Education Life-Career of Nusrat Jahan". kolkatabengalinfo.com. Retrieved 27 June 2015.
  6. Ganguly, Ruman (12 March 2019). "I'm thrilled to start my political career: Nusrat Jahan". The Times of India. Retrieved 14 March 2019.
  7. "Nusrat Jahan Miss Kolkata 2010". the times of india. Retrieved 27 June 2015.
  8. "Ms. Nusrat Jahan – Miss Kolkata 2010". extramirchi.com. Retrieved 27 June 2015.