ନିରଞ୍ଜନ ଜ୍ୟୋତି
ନିରଞ୍ଜନ ଜ୍ୟୋତି | |
---|---|
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ | |
Assumed office ୩୦ ମଇ ୨୦୧୯ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦି |
ପୂର୍ବ ଅଧିକାରୀ | ରାମ କୃପାଳ ଯାଦବ |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ | |
Assumed office ୮ ଜୁଲାଇ ୨୦୨୧ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦି |
ପୂର୍ବ ଅଧିକାରୀ | ରାଓସାହେବ ଦାଦାରାଓ ଦାନଭେ |
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ | |
କାର୍ଯ୍ୟକାଳ ୮ ନଭେମ୍ବର ୨୦୧୪ – ୩୦ ମଇ ୨୦୧୯ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦି |
ପର ଅଧିକାରୀ | ରାମେଶ୍ୱର ତେଲି |
ସାଂସଦ ଲୋକ ସଭା | |
Assumed office ୧୬ ମଇ ୨୦୧୪ | |
ପୂର୍ବ ଅଧିକାରୀ | ରାକେଶ ସଚନ |
ନିର୍ବାଚନ ମଣ୍ଡଳୀ | ଫତେହପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | [୧] ହମିରପୁର ଜିଲ୍ଲା, ଉତ୍ତରପ୍ରଦେଶ, ଭାରତ | ୧ ମାର୍ଚ୍ଚ ୧୯୬୭
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଘର | ଗୌସଗଞ୍ଜ ମୋସାନଗର, କାନପୁର ଦେହତ ଜିଲ୍ଲା, ଉତ୍ତରପ୍ରଦେଶ |
ନିରଞ୍ଜନ ଜ୍ୟୋତି (ଜନ୍ମ: ୧ ମାର୍ଚ୍ଚ ୧୯୬୭) (ଅନ୍ୟନାମ: ସାଧବୀ ନିରଞ୍ଜନ ଜ୍ୟୋତି); ଜଣେ ଭାରତୀୟ ଜନତା ପାର୍ଟି (ବିଜେପି)ର ଭାରତୀୟ ରାଜନେତା ଅଟନ୍ତି । ନଭେମ୍ବର ୨୦୧୪ ମସିହାରେ ସେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।[୨] ୩୦ ମଇ ୨୦୧୯ ମସିହାରେ, ସେ ନରେନ୍ଦ୍ର ମୋଦୀ ୨୦୧୯ କ୍ୟାବିନେଟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।
୨୦୧୪ ମସିହାର ସାଧାରଣ ନିର୍ବାଚନରେ ଜିତିବା ପରେ ସେ ଲୋକ ସଭାରେ ଉତ୍ତରପ୍ରଦେଶର ଫତେହପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।[୩] ସେ ୨୦୧୨ ମସିହା ନିର୍ବାଚନରେ ଜିତିବା ପରେ ଉତ୍ତରପ୍ରଦେଶ ବିଧାନ ସଭାରେ ହମିରପୁର ନିର୍ବାଚନ ମଣ୍ଡଳୀରୁ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି ।[୪]
ଜୀବନୀ ଓ ବୃତ୍ତି
[ସମ୍ପାଦନା]ନିରଞ୍ଜନ ଜ୍ୟୋତି ୧ ମାର୍ଚ୍ଚ ୧୯୬୭ ମସିହାରେ ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅଚ୍ୟୁତାନନ୍ଦ ଏବଂ ମାତା ଶିବ କାଳୀ ଦେବୀ ଥିଲେ । ସେ ଏକ ନିଶାଦ-ଜାତି ପରିବାରରେ ଜନ୍ମଗ୍ରହଣ କରିଥିଲେ ।
୧୫ ଜୁନ ୨୦୧୪ ମସିହାରେ, ଭାନୁ ପଟେଲ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କର ତିନି ସହଯୋଗୀ ଜ୍ୟୋତିଙ୍କୁ ଲକ୍ଷ୍ନୌର ଆବାସ ବିକାଶ କଲୋନୀରେ ଏକ କାର୍ଯ୍ୟରୁ ଫେରୁଥିବା ସମୟରେ ଗୁଳି ଚଳାଇଥିଲେ । କିନ୍ତୁ ସେ କୌଣସି କାରଣରୁ ରକ୍ଷା ପାଇଯାଇଥିଲେ କିନ୍ତୁ ତାଙ୍କ ଦେହରକ୍ଷୀ ଆହତ ହୋଇଥିଲେ ।[୫]
ମଇ ୨୦୧୯ ମସିହାରେ ଜ୍ୟୋତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହୋଇଥିଲେ ।[୬]
ବ୍ୟକ୍ତିଗତ ଦୃଷ୍ଟିକୋଣ ଏବଂ ବିବାଦ
[ସମ୍ପାଦନା]୧ ଡିସେମ୍ବର ୨୦୧୪ ମସିହାରେ, ସେ ଏକ ଜନ ସମାବେଶରେ ବିରୋଧୀ ଦଳର ନେତାଙ୍କୁ ଦର୍ଶାଇ କହିଲେ ଯେ, "ଦିଲ୍ଲୀରେ ସରକାର ରାମଙ୍କ ପୁଅ (ରାମଜାଦେ)ଦ୍ୱାରା ପରିଚାଳିତ ହେବେ କି' (ହରାମଜାଦେ)ଦ୍ୱାରା ପରିଚାଳିତ ହେବେ, ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ" ।[୭] ପରେ ଏହି ବକ୍ତବ୍ୟ ଉପରେ ସଂସଦରେ ଉତ୍ତେଜନା ଦେଖାଦେଇଥିଲା ।[୮] ପରବର୍ତ୍ତୀ ସମୟରେ ସେ ନିଜ ବକ୍ତବ୍ୟରେ ଦୁଃଖ ପ୍ରକାଶ କରି କ୍ଷମା ମାଗି ଥିଲେ ।[୯]
ଆଧାର
[ସମ୍ପାଦନା]- ↑ "Niranjan Jyoti, Sadhvi" (PDF). Uttar Pradesh Legislative Assembly (in ହିନ୍ଦୀ). Archived from the original (PDF) on 24 November 2015. Retrieved 24 November 2015.
- ↑ "From storyteller to minister; Sadhvi Niranjan Jyoti". The Indian Express. 12 November 2015. Archived from the original on 24 November 2015. Retrieved 24 November 2015.
- ↑ "Jyoti,Sadhvi Niranjan". Lok Sabha. Archived from the original on 25 November 2015. Retrieved 24 November 2015.
- ↑ "Sadhvi Niranjan Jyoti". 2021. Archived from the original on 10 April 2022. Retrieved 10 April 2022.
- ↑ "BJP MP Sadhvi Niranjan Jyoti attacked, escapes unhurt". The Economic Times. 15 June 2015. Archived from the original on 25 November 2015. Retrieved 24 November 2015.
- ↑ "PM Modi allocates portfolios. Full list of new ministers", Live Mint, 31 May 2019, archived from the original on 2 June 2019, retrieved 3 June 2019
- ↑ "Ramzada vs haramzada: Outrage over Union Minister Sadhvi's remark". The Indian Express. 2 December 2014. Archived from the original on 25 November 2015. Retrieved 24 November 2015.
- ↑ "After uproar in House, Sadhvi Niranjan Jyoti says she is ready to apologise for 'haramzadon' remark". The Indian Express. 2 December 2015. Archived from the original on 24 November 2015. Retrieved 24 November 2015.
- ↑ "After abusive rant, Union minister Sadhvi Niranjan Jyoti expresses regret in Parliament". India Today. 2 December 2014. Archived from the original on 24 November 2015. Retrieved 24 November 2015.