ନିକୋଲେଟ ବାର୍ଡ଼

ଉଇକିପିଡ଼ିଆ‌ରୁ
ନିକୋଲେଟ ବାର୍ଡ଼
ଜନ୍ମ
ଅନ୍ୟ ନାମନୀକୋ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ବୈବାହିକ-ସାଥୀରବି ମେହେଟ୍ଟା[୧]

ନିକୋଲେଟ ବାର୍ଡ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ ଯିଏକି ହିନ୍ଦୀ, ତେଲୁଗୁ, କନ୍ନଡ଼ ଆଦି ଭାଷାର କଥାଚିତ୍ରରେ ଅଭିନୟ କରିଛନ୍ତି । ୨୦୦୮ ମସିହାରେ ସେ ହିନ୍ଦୀ କଥାଚିତ୍ର ରକ୍ ଅନ୍‌‌ରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ୨୦୦୩ ମସିହାର ହିନ୍ଦୀ କଥାଚିତ୍ର ୟୁଏମ୍ଆଇ ୧୦ ଭୋଲ୍ୟୁମ୍ ୪ରେ ଜଣେ ପ୍ରଚ୍ଛଦପଟର ନର୍ତ୍ତକୀ ଭାବରେ କାମ କରିଥିଲେ । ଜଣେ ମଡେଲ ଭାବରେ ସେ ଭରତୀୟ ଦୂରଦର୍ଶନ ବିଜ୍ଞାପନ ଏବଂ ପତ୍ରିକା ବିଜ୍ଞାପନରେ କାମ କରିଛନ୍ତି ।

ପେଷା[ସମ୍ପାଦନା]

ନିକୋଲେଟ୍ ଜଣେ ମଡେଲ ଭାବେ କାମ କରିବା ସହିତ ହିନ୍ଦୀ ଓ ତେଲୁଗୁ କଥାଚିତ୍ର ଜଗତରେ ଛୋଟ ଛୋଟ ଭୂମିକାରେ ଏବଂ ପ୍ରଚ୍ଛଦପଟ ନର୍ତ୍ତକୀ ଭାବରେ କାମ କରୁଥିଲେ । ୨୦୦୮ ମସିହାର ସେ ହିନ୍ଦୀ କଥାଚିତ୍ର ରକ୍ ଅନ୍‌‌ରେ ତାନିଆ ଭୂମିକାରେ ଅଭିନୟ କରିଥିଲେ । ସେ ଅମାନ ଓ ଆୟାନ ଅଲ୍ଲୀ ଖାନ ମ୍ୟୁଜିକ ଭିଡିଓ "ପାଥ୍‌‌‌ୱେ ଟୁ ଦି ଅନ୍‌ନୋନ୍"ରେ କାମ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୩ ୟୁଏମ୍ଆଇ ୧୦ ଭୋଲ୍ୟୁମ୍ ୪ ହିନ୍ଦୀ ପ୍ରଚ୍ଛଦପଟ ନର୍ତ୍ତକୀ
୨୦୦୬ ବସ୍, ଆଇ ଲଭ୍ ୟୁ ତେଲୁଗୁ ଅତିଥି କଳାକାର
୨୦୦୮ ରକ୍ ଅନ୍!! [୨][୩] ତାନିଆ ହିନ୍ଦୀ
୨୦୦୯ ହାଟ୍ରିକ୍ ହୋଦି ମଗା ସୁମା କନ୍ନଡ଼
୨୦୧୦ ଷ୍ଟ୍ରାଇକର ନୁରୀ ହିନ୍ଦୀ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନିକୋଲେଟ କଲିକତାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏଡ଼ୱିନ ବାର୍ଡ଼ ଏବଂ ମାଆଙ୍କ ନାମ ନିଚୋଲାସ ବାର୍ଡ଼ । ଫେବୃଆରୀ ୨୦୦୮ରେ ମୁମ୍ବାଇର ଏକ ହୋଟେଲରେ ତାଙ୍କ ପତି ରବି ମେହେଟ୍ଟାଙ୍କୁ ଭେଟିଥିଲେ ।[୪]

ଆଧାର[ସମ୍ପାଦନା]

  1. "Nicolette Bird and Ravi Mehta". The New York Times. 13 February 2010.
  2. "14 best Hindi movies on Amazon Prime for film buffs". PINKVILLA (in ଇଂରାଜୀ). 2022-06-08. Retrieved 2022-12-30.
  3. "Nicolette Bird in a Kannada film". Rediff (in ଇଂରାଜୀ). Retrieved 2022-12-30.
  4. "Ravi Mehta, Indian-origin hedge fund boss, breaks rental record in UK". Zee Business. 2019-05-01. Retrieved 2022-12-30.

ବାହାର ଲିଙ୍କ୍[ସମ୍ପାଦନା]