ନାଲିମୁଣ୍ଡିଆ ବାଜ

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/Falco|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
ନାଲିମୁଣ୍ଡିଆ ବାଜ
Red-Necked Falcon.JPG
ଭାରତରେ ଉତ୍ତୋଳିତ ନାଲିମୁଣ୍ଡିଆ ବାଜର ଭାରତୀୟ ଉପପ୍ରଜାତିର (ଫାଲ୍କୋ ଶିକେରା ଶିକେରା) ଫଟୋ
Falco chicquera (Etosha, 2012).jpg
ନାମିବିଆର ଏତୋଶାରେ ଉତ୍ତୋଳିତ ନାଲିମୁଣ୍ଡିଆ ବାଜର ଆଫ୍ରିକୀୟ ଉପପ୍ରଜାତିର (ଫାଲ୍କୋ ଶିକେରା ରଫିକୋଲିସ୍) ଫଟୋ
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): Falco
ଜାତି: F. chicquera
ବାଇନୋମିଆଲ ନାମ
Falco chicquera
Daudin, 1800
FalcoChicqueraRuficollisMap.svg
Synonyms

ନାଲିମୁଣ୍ଡିଆ ବାଜ (ଇଂରାଜୀରେ red-necked falcon, ଜୀବବିଜ୍ଞାନ ନାମ Falco chicquera) ଏକ ଶିକାରୀ ପକ୍ଷୀ । ଏମାନେ ବାଜ (falcon) ପରିବାରର ସଦସ୍ୟ । ଭୌଗୋଳିକ ଦୃଷ୍ଟିକୋଣରୁ ଏହି ପକ୍ଷୀଙ୍କର ଦୁଇଟି ପ୍ରଜାତି ଦେଖାଯାନ୍ତି – ଗୋଟିଏ ଭାରତରେ ଓ ଅନ୍ୟଟି ଆଫ୍ରିକା ମହାଦେଶରେ । ଏହି ମଧ୍ୟମାକାର ପକ୍ଷୀର ପୃଷ୍ଠ ଭାଗ ଓ ଡେଣା ନୀଳମିଶା ଧୂସରିଆ ରଙ୍ଗର । ପକ୍ଷୀର ମୁଣ୍ଡର ଉପର ଭାଗ ଓ ବେକର ପଛପଟ ଗାଢ଼ ବାଦାମି ଲାଲ୍ ରଙ୍ଗର । ଡେଣାର ପ୍ରାଥମିକ ବା ମୂଳ ପରଗୁଡ଼ିକର ରଙ୍ଗ କଳା । ଲାଞ୍ଜରେ କଳା ପରର ଏକ ପଟାଦାଗ ରହିଥାଏ । ଭାରତୀୟ ଉପମହାଦ୍ୱୀପରେ ଏହି ପକ୍ଷୀ ମୁଖ୍ୟତଃ ବିସ୍ତୃତ ସମଭୂମି ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଇରାନର ପଶ୍ଚିମ ଓ ଦକ୍ଷିଣ-ପୂର୍ବାଞ୍ଚଳରେ ମଧ୍ୟ ଏହି ପକ୍ଷୀ ଦେଖିବାକୁ ମିଳୁଥିଲା । ଆଫ୍ରିକୀୟ ଉପପ୍ରଜାତି ଫାଲ୍କୋ ଶିକେରା ରଫିକୋଲିସ୍ (Falco chicquera ruficollis) ଉପ-ସାହାରା ଅଞ୍ଚଳରେ ପରିଲକ୍ଷିତ ହୁଏ । ନିଜର ବିଚ୍ଛିନ୍ନ ଭୌଗୋଳିକ ପରିବାସ ଓ ଦେହର ଚିହ୍ନ ଯୋଗୁଁ କିଛି ଜୀବବିଜ୍ଞାନୀ ଏହାକୁ ଏକ ସ୍ୱତନ୍ତ୍ର ପ୍ରଜାତି (Falco ruficollis) ଭାବେ ବିବେଚନା କରିଥାନ୍ତି । ଦେଖିବାକୁ ଉଭୟ ଏସିଆ ଓ ଆଫ୍ରିକା ମହାଦେଶର ବାଜ ପ୍ରାୟ ଏକା ଭଳି କିନ୍ତୁ ଆଫ୍ରିକୀୟ ନାଲିମୁଣ୍ଡିଆ ବଜର ପିଠିପଟ ପରରେ ରହିଥିବା ଦାଗ ଅଧିକ ସ୍ପଷ୍ଟ । ଭାରତୀୟ ନାଲିମୁଣ୍ଡିଆ ବାଜର ବେକର ରଙ୍ଗ ସମ୍ପୂର୍ଣ୍ଣ ଧଳା ହୋଇଥିବା ବେଳେ ଆଫ୍ରିକୀୟ ନାଲିମୁଣ୍ଡିଆ ବାଜର ବେକରେ ଏକ ମାଟିଆ ପଟା ଦାଗ ରହିଥାଏ । ଉଭୟ ବାଜଙ୍କ ଆଖି ଉପରର କଳା ପଟା ମଧ୍ୟ ଭିନ୍ନପ୍ରକାରର । ବାଜ ପରିବାରର ଅନ୍ୟ ସଦସ୍ୟଙ୍କ ପରି ନାଲିମୁଣ୍ଡିଆ ବାଜଙ୍କ କ୍ଷେତ୍ରରେ ମଧ୍ୟ ମାଈମାନେ ଅଣ୍ଡିରାମାନଙ୍କଠାରୁ ଆକାରରେ ବଡ଼ ହୋଇଥାନ୍ତି । ଭାରତରେ ବାଜ ପ୍ରଶିକ୍ଷକମାନେ ମାଈ ବାଜକୁ ‘ତୁରୁଂତି’ ଓ ଅଣ୍ଡିରା ବାଜକୁ ‘ଚତୱା’ କୁହନ୍ତି । ନାଲିମୁଣ୍ଡିଆ ବାଜମାନେ ଯୋଡ଼ିରେ ଭୋର ଓ ଗୋଧୂଳି ସମୟରେ ଶିକାର କରନ୍ତି । ଛୋଟ ପକ୍ଷୀ, ବାଦୁଡ଼ି ଓ ଗୁଣ୍ଡୁଚି ମୂଷା ଏମାନଙ୍କ ମୁଖ୍ୟ ଖାଦ୍ୟ ।

ବର୍ଣ୍ଣନା[ସମ୍ପାଦନା]

ଏକ ତରୁଣ ଭାରତୀୟ ନାଲିମୁଣ୍ଡିଆ ବାଜ ପକ୍ଷୀ

ନାଲିମୁଣ୍ଡିଆ ବାଜ ମଧ୍ୟମାକାରର, ଲମ୍ବା ଡେଣାଯୁକ୍ତ ଓ ଲାଲ୍ ମସ୍ତକବିଶିଷ୍ଟ । ଏହାର ଶରୀରର ଦୈର୍ଘ୍ୟ ୩୦-୩୬ ସେଣ୍ଟିମିଟର୍ ଓ ଏହାର ଉନ୍ମୁକ୍ତ ଡେଣାର ଦୈର୍ଘ୍ୟ ପ୍ରାୟ ୮୫ ସେଣ୍ଟିମିଟର୍ । ଡେଣା ଓ ଶରୀରର ପୃଷ୍ଠ ଭାଗ ନୀଳମିଶା ଧୂସରିଆ ରଙ୍ଗର । ଏହାର ଲାଞ୍ଜରେ ସଂକୀର୍ଣ୍ଣ ରେଖାମାନ ରହିଥାଏ । ଲାଞ୍ଜରେ ଏକ କଳା ରଙ୍ଗର ପଟି ପରି ଚିହ୍ନ ରହିଥାଏ ଓ ଅଗ୍ରଟି ଧଳା ରଙ୍ଗର ହୋଇଥାଏ । ସ୍ଥିତାବସ୍ଥାରେ ଡେଣାର ଅଗ୍ରଭାଗ ଲାଞ୍ଜ ପର୍ଯ୍ୟନ୍ତ ପହଞ୍ଚେନାହିଁ ।[୩] ଗୋଡ଼ ଓ ଆଖି ଚାରିପଟ ହଳଦିଆ ରଙ୍ଗର । ଥଣ୍ଟର ଅଗ୍ରାଂଶଟି କଳା ଓ ପୁଡ଼ା ନିକଟସ୍ଥ ପଶ୍ଚାତ୍ ଅଂଶ ସାଗୁଆ-ହଳଦି ମିଶା ରଙ୍ଗର । ଏହି ପକ୍ଷୀର “କି-କି-କି-କି” ଡାକ ଅତି ସୂକ୍ଷ୍ମ ବା ତୀର୍ଯ୍ୟକ୍ ମାନର । ଉଭୟ ମାଈ ଓ ଅଣ୍ଡିରା ବାଜ ଦେଖିବାକୁ ପ୍ରାୟ ସମାନ, ହେଲେ ଅନ୍ୟ ବାଜଙ୍କ ପରି ନାଲିମୁଣ୍ଡିଆଙ୍କ କ୍ଷେତ୍ରରେ ମଧ୍ୟ ମାଈମାନଙ୍କ ଆକାର ଅଣ୍ଡିରାମାନଙ୍କଠାରୁ ବଡ଼ । ତରୁଣାବସ୍ଥାରେ ଏମାନଙ୍କ ଦେହର ରଙ୍ଗ ଅଳ୍ପ ଅବସନ୍ନ ଓ ଗାର ଗାର ଦାଗ ମଧ୍ୟ ଅସ୍ପଷ୍ଟ ଓ ସୀମିତ ।[୪] ୧୮୩୭ ମସିହାରେ ୱିଲିୟମ୍ ଜନ୍ ସ୍ୱେନ୍‍ସନ୍ ପ୍ରଥମେ ଆଫ୍ରିକୀୟ ନାଲିମୁଣ୍ଡିଆ ବାଜର ବିବରଣୀ ପ୍ରଦାନ କରିଥିଲେ ।[୫] ତାଙ୍କ ଅନୁସାରେ ଏହାର ମୁହଁ ଧଳା ଓ ଆଖି ପାଖରେ କଳା ନିଶ ପରି ପଟିଦାଗ ରହିଥାଏ । ଶରୀରର ଉପର ଅଂଶ ଫିକା ଧୂସର ରଙ୍ଗର । ଡେଣାର ପ୍ରାଥମିକ ପରର ରଙ୍ଗ କଳା ଓ ଲାଞ୍ଜର ପଟି ଦାଗ ମୋଟା । ପେଟ ପଟକୁ ଶରୀରର ରଙ୍ଗ ଧଳା । ଆଫ୍ରିକୀୟ ଉପପ୍ରଜାତିର ବେକର ତଳ ପଟେ ଫିକା ମାଟିଆ ରଙ୍ଗର ଏକ ବେକପଟି ଥାଏ ଯାହା ଭାରତୀୟ ଉପପ୍ରଜାତି ଶରୀରରେ ପରିଲକ୍ଷିତ ହୁଏନାହିଁ । ପଶ୍ଚିମ ଆଫ୍ରିକାର ଅଣ୍ଡିରା ନାଲିମୁଣ୍ଡିଆ ବାଜଙ୍କ ଶରୀରର ଓଜନ ୧୩୯-୧୭୮ ଗ୍ରାମ୍ ହୋଇଥିବା ବେଳେ ମାଈମାନଙ୍କ ଶରୀରର ଓଜନ ୧୯୦-୩୦୫ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଜାମ୍ବେଜି ନଦୀର ଦକ୍ଷିଣ ପଟକୁ ଦେଖାଯାଉଥିବା ନାଲିମୁଣ୍ଡିଆ ବାଜ ଆକାରରେ ବଡ଼ ଓ ଏମାନଙ୍କ ଉପପ୍ରଜାତିକୁ Falco chicquera horsbrughi ବୋଲି ମଧ୍ୟ ଅଭିହିତ କରାଯାଏ । ଗୋଟିଏ ନମୁନାର ଆଧାରରେ ୧୯୧୧ ମସିହାରେ ଜେ. ଡବ୍ଲୁ. ବି. ଗନ୍ନିଂ ଓ ଅଷ୍ଟିନ୍ ରବର୍ଟ୍ସ ଏମାନଙ୍କର ବିବରଣୀ ପ୍ରଦାନ କରିଥିଲେ ।[୬] କିନ୍ତୁ ଏହି ତଥ୍ୟରୁ ବ୍ୟତିକ୍ରମ ଦେଖାଯାଉଥିବାରୁ ସ୍ୱତନ୍ତ୍ର ବର୍ଗୀକରଣ ବୈଧ ନ ହୋଇପାରେ ।

ନାଲିମୁଣ୍ଡିଆ ବାଜଙ୍କ ଏସୀୟ ଉପପ୍ରଜାତି Falco chicquera chicqueraର ଛାତି ବା ବେକତଳ ପଟି ନଥାଏ ଓ ଦେହରେ କମ୍ ଗାର-ଗାର ଚିହ୍ନ ରହିଥାଏ ।

ବର୍ଗୀକରଣ[ସମ୍ପାଦନା]

ଲେଭେଲଁଙ୍କ ନାଲିମୁଣ୍ଡିଆ ବାଜ ନମୁନାର ଚିତ୍ର (୧୭୯୯)

ବଙ୍ଗର ଚନ୍ଦ୍ରନଗର ଅଞ୍ଚଳର ଏକ ପକ୍ଷୀ ନମୁନାକୁ ଭିତ୍ତି କରି ଫ୍ରାଂକୋଇସ୍ ଲେଭେଲଁ ନାଲିମୁଣ୍ଡିଆ ବାଜର ପ୍ରଥମ ବର୍ଣ୍ଣନା ଲିପିବଦ୍ଧ କରିଥିଲେ । ଏହି ପକ୍ଷୀର ନାମ ଶିକେରା ବୋଲି ତାଙ୍କୁ କୁହାଯାଇଥିଲା ।[୭] ଭୁଲବଶତଃ କେହି ଏହି ପକ୍ଷୀକୁ ଶିକ୍ରା ବାଜ ଭାବି କହିଦେଇ ପାରିଥାଏ, କିନ୍ତୁ ସେହି ସ୍ଥାନୀୟ ଶବ୍ଦଟି ବର୍ତ୍ତମାନ ଏହି ବାଜ ପ୍ରଜାତି ସହ ସଂଲଗ୍ନ ହୋଇଯାଇଛି ।[୮] ଲେଭେଲଁ ଏହି ପକ୍ଷୀର କୌଣସି ଜୀବବିଜ୍ଞାନ ନାମ ନରଖି ତାହାକୁ “ଲେ ଶିକେରା” ବୋଲି ଡାକିଲେ । ୧୮୦୦ ମସିହାରେ ଫ୍ରାଙ୍କୋଇସ୍ ମେରି ଡୌଡିନ୍ ଏହାର ଜୀବବିଜ୍ଞାନ ନାମ ଫାଲ୍କୋ ଶିକେରା ବୋଲି ଦେଇଥିଲେ ।[୯] ପ୍ରାରମ୍ଭିକ କିଛି ବର୍ଷ ଏହି ପକ୍ଷୀକୁ ଜୀବବିଜ୍ଞାନୀମାନେ ମର୍ଲିନ୍ ଚିଲର ଶ୍ରେଣୀ ଏସାଲନ୍ ଓ ପରବର୍ତ୍ତୀ ସମୟରେ ଲିଥୋଫାଲ୍କୋ ପ୍ରଜାତି ବୋଲି ମଧ୍ୟ କହିଆସୁଥିଲେ । ଆଉ କିଛି ଜୀବବିଜ୍ଞାନୀ ଏହି ପକ୍ଷୀକୁ ଶିକେରା ବା ହାଇପୋଟ୍ରାୟୋର୍କିସ୍ ପ୍ରଜାତି ବୋଲି କହି ଆସୁଥିଲେ ।[୧୦]

ବି କ୍ରୋମୋଜୋମ୍‍ର ଆଣବିକ କ୍ରମାଙ୍କ ବିଚ୍ଛୁରଣ ସମ୍ବନ୍ଧୀୟ ଗବେଷଣାରୁ ଜଣା ପଡ଼ିଛି ଯେ ପ୍ରାୟ ୯ ଲକ୍ଷ ବର୍ଷ ପୂର୍ବେ ନାଲିମୁଣ୍ଡିଆ ବାଜର ଆଫ୍ରିକୀୟ ଓ ଭାରତୀୟ ଉପପ୍ରଜାତିମାନଙ୍କ ପୃଥକୀକରଣ ହୋଇଥିଲା । ଏମାନଙ୍କ ଭୌଗୋଳିକ ପରିବାସ ସମ୍ପୂର୍ଣ୍ଣ ପୃଥକ୍ ହୋଇଥିବାରୁ ଉଭୟଙ୍କୁ ପୂର୍ଣ୍ଣାଙ୍ଗ ପ୍ରଜାତି ବୋଲି ମଧ୍ୟ ବିବେଚନା କରିହେବ ।[୬][୧୧]

ପରିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ଆଫ୍ରିକା ମହାଦେଶରେ ଅଳ୍ପ-ମରୁଦେଶ, ସାଭାନ୍ନା ତୃଣଭୂମି, ଶୁଷ୍କ ଅରଣ୍ୟ ତଥା ନଦୀ ଉପକୂଳସ୍ଥ ଅରଣ୍ୟାଞ୍ଚଳରେ ନାଲିମୁଣ୍ଡିଆ ବାଜ ବିଚରଣ ଓ ବାସ କରିବା ଦେଖାଯାଏ । ତାଳ ଗଛର ଡାଳ ଓ ପତ୍ର ଗହଳରେ ବାଜ ଯୁଗଳ ମିଳନ କ୍ରିୟା ଓ ପ୍ରଜନନ କରନ୍ତି । ଯଦିଓ ବାଜମାନେ ଗୋଟିଏ ଅଞ୍ଚଳରେ ସ୍ଥାୟୀ ଭାବେ ରୁହନ୍ତି, ପାଣିପାଗ ବଦଳିଲେ ଏମାନେ ଯାଯାବର ପରି ସ୍ଥାନ ପରିବର୍ତ୍ତନ କରିବା ଦେଖାଯାଏ । ଭାରତରେ ନାଲିମୁଣ୍ଡିଆ ବାଜ ମୁକ୍ତ ସମଭୂମି ପରିବାସରେ ଦେଖାଯାନ୍ତି ଓ ଘଞ୍ଚ ଅରଣ୍ୟ ବା ଉଚ୍ଚ ପାହାଡ଼ରେ ପ୍ରାୟ ପରିଲକ୍ଷିତ ହୁଅନ୍ତି ନାହିଁ । ୧୯୭୦ ମସିହାରୁ କୌଣସି ଉଲ୍ଲେଖ ମିଳି ନଥିଲେ ମଧ୍ୟ ଏହି ପକ୍ଷୀମାନେ ଅତୀତରେ ଇରାନ୍ ପର୍ଯ୍ୟନ୍ତ ଅଞ୍ଚଳରେ ବାସ କରୁଥିଲେ ବୋଲି କୁହାଯାଏ ।[୧୨] ନିକୋଲାଇ ଜାରୁଣ୍ଡି ୧୯୧୧ ମସିହାରେ ନାଲିମୁଣ୍ଡିଆ ବାଜଙ୍କ ପ୍ରଜନନ ପ୍ରକ୍ରିୟାକୁ ରେକର୍ଡ୍ ବା ଲିପିବଦ୍ଧ କରିଛନ୍ତି ।[୧୩] ଶୀତ ଋତୁରେ ଉତ୍ତର ଶ୍ରୀଲଙ୍କାରେ ଏହି ପକ୍ଷୀ ଦେଖାଯାଏ ।[୩] ପ୍ରଥମେ ଏଡ୍‍ଗାର୍ ଲିଓପୋଲ୍ଡ୍ ଲାୟାର୍ଡଙ୍କ ଲେଖାରୁ ଏହି ପକ୍ଷୀଙ୍କ ଶ୍ରୀଲଙ୍କା ଶୀତପ୍ରବାସର ତଥ୍ୟ ମିଳିଥିଲା ।[୧୪]

ବ୍ୟବହାର[ସମ୍ପାଦନା]

ଯୋଡ଼ା ଯୋଡ଼ା ହୋଇ ନାଲିମୁଣ୍ଡିଆ ବାଜମାନେ ଶିକାର କରନ୍ତି । ଗୋଟିଏ ବାଜ ଶିକାରର ତଳ ପଟୁ ଉଡ଼ି ତାକୁ ଘଉଡ଼ାଉଥାଏ ଓ ଆର ବାଜଟି ଉପର ପଟରୁ ସୁଯୋଗ ଅପେକ୍ଷାରେ ରହିଥାଏ । ଅତି କ୍ଷୀପ୍ର ଗତିରେ ଉଡ଼ି ଶିକାରକୁ ଉଭୟ ବାଜ ଆକ୍ରମଣ କରିଥାନ୍ତି [୧୫][୧୬][୧୭] ଓ ଶିକାର ଜଣେ ଅନୁଧାବକ ଉପରେ ଧ୍ୟାନ ରଖିଥିବା ଯୋଗୁଁ ଆର ଜଣକୁ ଶିକାର କରିବାରେ ସୁବିଧା ହୁଏ ।

ଖୋଲା ସ୍ଥାନରେ ବିଚରଣ କରୁଥିବା ଛୋଟ ଆକାରର ପକ୍ଷୀ ଏମାନଙ୍କ ପ୍ରମୁଖ ଶିକାର । ଏଯାବତ୍ ମିଳିଥିବା ତଥ୍ୟାନୁସାରେ ନାଲିମୁଣ୍ଡିଆ ବାଜମାନେ ଚଟିଆ, ଲାଞ୍ଜନଚା ଚଢ଼େଇ, ପାଉଁଶମୁଣ୍ଡି ପ୍ରଜାତିର ଷ୍ଟାର୍ଲିଂ ପକ୍ଷୀ, କୋଇଲି, ଗୁଣ୍ଡୁରୀ, ସାତଭାୟା, ସାତଭଉଣୀ, ତଳଚଟିଆ, ବୁଲ୍‍ବୁଲ୍, ଚଡ଼ଚଡ଼ି ଚଢ଼େଇ, ଧୂଳି ଚଟା, ପାରା, ବଣକପୋତ, ଦର୍ଜୀ ଚଢ଼େଇ, କଂସେଇ, ଧଳାବେକିଆ ମାଛରଙ୍କା ପ୍ରଭୃତିଙ୍କ ଶିକାର କରନ୍ତି । ଏହା ସହିତ ନାଲିମୁଣ୍ଡିଆ ବାଜମାନେ ମୂଷା, ଝିଟିପିଟି, ଏଣ୍ଡୁଅ ଓ ବଡ଼ କୀଟମାନଙ୍କ ଶିକାର କରିବା ମଧ୍ୟ ଦେଖାଯାଏ ।[୧୮] ବଙ୍ଗଳାଦେଶରେ କରାଯାଇଥିବା ଏକ ଶୌଧ ଅନୁସାରେ ନାଲିମୁଣ୍ଡିଆ ବାଜମାନେ ୭୨% ସମୟରେ ଚଟିଆ ପ୍ରଜାତିର ଛୋଟ ପକ୍ଷୀ ଓ ୨୮% ସମୟରେ ବାଦୁଡ଼ି ପରି ଜୀବଙ୍କୁ ଖାଇଥିଲେ ।[୧୯] ଅନ୍ୟ ଛୋଟ ଛଞ୍ଚାଣ ଓ ଚିଲମାନଙ୍କଠାରୁ ନାଲିମୁଣ୍ଡିଆ ବାଜମାନେ ବଳପୂର୍ବକ ଖାଦ୍ୟ ଛଡ଼ାଇନେବାର ଉଦାହରଣ ମଧ୍ୟ ରହିଛି ।[୨୦] ଏମାନେ ସମୟେ ସମୟେ ନିଜ ଶିକାରକୁ ଲୁଚାଇ ରଖି ପରେ ତାହାକୁ ଭକ୍ଷଣ କରିଥାନ୍ତି ।[୨୧]

ଏଲିଜାବେଥ୍ ଗୌଲ୍ଡଙ୍କ ୧୮୩୨ ମସିହାରେ ଅଙ୍କିତ ନାଲିମୁଣ୍ଡିଆ ବାଜର ଚିତ୍ର

ଅପରାହ୍ନରେ ବା ଖରା ବେଳେ ନାଲିମୁଣ୍ଡିଆ ବାଜ ସୁବିଧା ଅନୁଯାୟୀ ପାଣି ପିଇଥାଏ । ଭାରତ ଓ ଆଫ୍ରିକାରେ ଏମାନେ ନିର୍ଦ୍ଦିଷ୍ଟ ଜଳାଶୟକୁ ପ୍ରତିଦିନ ପାଣି ପିଇବା ପାଇଁ ଆସୁଥିବା ଦେଖାଯାଇଛି ।[୨୨]

ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭାରତରେ ନାଲିମୁଣ୍ଡିଆ ବାଜଙ୍କ ପ୍ରଜନନ ସମୟ । ଆଫ୍ରିକାର ଜାମ୍ବିଆରେ ଅଗଷ୍ଟ ମାସରେ ଏମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୁଏ । ମିଳନ ଋତୁରେ ମାଈ ବାଜ ଅଣ୍ଡିରା ବାଜ ପାଇଁ ଖାଦ୍ୟ ନେଇଆସେ । ବନ୍ଦୀ ଥିବା ପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଏପରି ଓଲଟା ବ୍ୟବହାର ଦେଖାଯାଇଛି ।[୧୭][୨୩] ଏହି ପକ୍ଷୀମାନେ ପୁରୁଣା ଗଛ ବସାର ପୁନର୍ବ୍ୟବହାର କରିବା ଦେଖାଯାଇଛି । ତାଳ ବା ଆକାଶିଆ ପରି ଉଚ୍ଚ ଗଛରେ ନିଜ ବସା ତିଆରି କରି ବା ଅନ୍ୟ ପକ୍ଷୀର ବସା ଅକ୍ତିଆର କରି ମାଈ ବାଜ ୩ରୁ ୫ଟି ଅଣ୍ଡା ଦେଇଥାଏ । ଭାରତରେ ନାଲିମୁଣ୍ଡିଆ ବାଜମାନେ ଆମ୍ବ ଗଛର ଉଚ୍ଚ ଶାଖାରେ ବସା ବାନ୍ଧି ଅଣ୍ଡା ଦେବା ମଧ୍ୟ ଦେଖାଯାଏ । ବସା ଆଖପାଖର ଅନ୍ୟ ଚଢ଼େଇଙ୍କୁ ନାଲିମୁଣ୍ଡିଆ ବାଜ ଘଉଡ଼ାଇ ଦିଏ ।[୪] ଲୋକଗହଳି ଅଞ୍ଚଳରେ ଉଚ୍ଚ ଗଛରେ ଏହି ବାଜ ବସା ବାନ୍ଧୁଥିବା ମଧ୍ୟ ପରିଲକ୍ଷିତ ହୋଇଛି ।[୨୨] ମାଈ ବାଜ ସାଧାରଣତଃ ଅଣ୍ଡା ଉଷୁମାଇଥାଏ । ୩୨ରୁ ୩୪ ଦିନ ପରେ ଅଣ୍ଡା ଫୁଟି ଶାବକ ବାହାରନ୍ତି । ଏହି ସମୟରେ ଅଣ୍ଡିରା ବାଜ ଖାଦ୍ୟ ନେଇ ଆସିଥାଏ । ମାଈ ବାଜ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡ କରି ଚିରି ଛୁଆଙ୍କୁ ଖୁଆଇଥାଏ । ଆଫ୍ରିକାରେ ଛୁଆମାନେ ୩୫-୩୭ ଦିନ ପରେ ଓ ଭାରତରେ ଛୁଆମାନେ ପ୍ରାୟ ୪୮ ଦିନ ପରେ ଉଡ଼ିବା ଆରମ୍ଭ କରନ୍ତି ।[୨୨][୨୪][୨୫]

ବାଜ ପ୍ରଶିକ୍ଷଣ କେନ୍ଦ୍ର[ସମ୍ପାଦନା]

ମାଈ ନାଲିମୁଣ୍ଡିଆ ବାଜ ପ୍ରଶିକ୍ଷକମାନଙ୍କର ଅତି ପ୍ରିୟ । କ୍ଷିପ୍ର ବେଗରେ ଓ ତୁରନ୍ତ ଦିଗ ପରିବର୍ତ୍ତନ କରିପାରୁଥିବା ଭଦଭଦଳିଆ ଚଢ଼େଇର ପଛରେ ଗୋଡ଼ାଉଥିବା ନାଲିମୁଣ୍ଡିଆ ବାଜ ଏକ ମନୋରଞ୍ଜକ ଦୃଶ୍ୟ ।[୨୬] ଆକାଶ ସହିତ ଭୂମି ଉପରେ ମଧ୍ୟ ଶିକାର କରୁଥିବାରୁ ଭୂମିରେ ଫାଶ ଖଞ୍ଜି ଏହି ବାଜମାନଙ୍କୁ ଧରାଯାଏ ।[୮] ତୁରୁଂତା ଶବ୍ଦର ଉତ୍ସ ଇରାନରୁ ଓ ମର୍ଲିନ୍ ଚିଲ ଉଦ୍ଦେଶ୍ୟରେ ଏହା ବ୍ୟବହୃତ ହୋଇଥାଏ ।[୨୭]

ରୋଗ[ସମ୍ପାଦନା]

ପୋଷା ରଖାଯାଇଥିବା ବାଜ ମରୁଡ଼ିଦ୍ୱାରା ଆକ୍ରାନ୍ତ ହେବା ଦେଖାଯାଇଛି ।[୨୮] କିଛି ବାଜ ଟ୍ରାଇକୋମୋନାସ୍ ପରି ଯୌନ ସଂକ୍ରମଣ[୨୯]Cyrnea eurycercaଦ୍ୱାରା ଆକ୍ରମଣର ଶିକାର ହୋଇଥାନ୍ତି ।[୩୦]

ଆହୁରି ଦେଖନ୍ତୁ[ସମ୍ପାଦନା]

ଭଦଭଦଳିଆ

ପଣ୍ଡା ହଂସ

ଶଙ୍ଖଚିଲ

ଆଧାର[ସମ୍ପାଦନା]

  1. "Falco chicquera". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.
  2. "Catalogue of the Birds of India, with remarks on their geographical description". Ibis. 5 (17): 1–31. 1863. doi:10.1111/j.1474-919x.1863.tb06042.x.
  3. ୩.୦ ୩.୧ Rasmussen, P.C. & J.C. Anderton (2005). Birds of South Asia. The Ripley Guide. Volume 2. Washington DC and Barcelona: Smithsonian Institution and Lynx Edicions. p. 113.
  4. ୪.୦ ୪.୧ Baker, E.C. Stuart (1928). The Fauna of British India including Ceylon and Burma. Birds. Volume 5 (2nd ed.). London: Taylor and Francis. pp. 47–49.
  5. Swainson, William (1837). The Natural History of the Birds of Western Africa. Volume 1. Edinburgh: W.H. Lizars. pp. 107–108.
  6. ୬.୦ ୬.୧ Wink, Michael; Sauer-Gürth, Hedi (2000). "Advances in the molecular systematics of African raptors". In Chancellor, R.D.; B.-U. Meyburg (eds.). Raptors at Risk (PDF). pp. 135–147.
  7. Levaillant, F. (1799). Histoire naturelle des oiseaux d'Afrique. Volume 1. Paris: J.H.Fuchs. pp. 128–129.
  8. ୮.୦ ୮.୧ Phillott, D.C. (1907). "Note on the Red-headed Merlin (Aesalon chicquera)". Journal and Proceedings of the Asiatic Society of Bengal. New Series. 3 (6): 395–399.
  9. Daudin, F.M. (1800). Traité élémentaire et complet d'ornithologie, ou, Histoire naturelle des oiseaux. Volume 2. pp. 121–122.
  10. Blanford, W.T. (1895). The Fauna of British India, including Ceylon and Burma. Birds. Volume 3. London: Taylor and Francis. pp. 426–428.
  11. Wink, M.; Seibold, I.; Lofikhah, F.; Bednarek, W. (1998). "Molecular systematics of Holarctic Raptors (Order Falconiformes)". In Chancellor, R.D.; B.-U. Meyburg; J.J. Ferrero (eds.). Holarctic Birds of Prey (PDF). pp. 29–48.
  12. Scott, Derek A. (2008). "Rare Birds in Iran in the Late 1960s and 1970s" (PDF). Podoces. 3 (1/2): 1–30.
  13. Zarudny, N.A. (1911). "Verzeichnis der Vögel Persiens". Journal für Ornithologie (in German). 59: 185–241. doi:10.1007/bf02091053.CS1 maint: Unrecognized language (link)
  14. Wait, W.E. (1921). "The owls and diurnal birds of prey found in Ceylon". Spolia Zeylanica. 11: 317–380.
  15. Ali, Salim, Ripley S.D (1978). Handbook of the Birds of India and Pakistan. Volume 1. New Delhi,: Oxford University Press. pp. 359–360.
  16. Radcliffe, E. Delme (1871). Notes on falconidae used in falconry. Southsea: Mills and Son. pp. 13–14.
  17. ୧୭.୦ ୧୭.୧ Subramanya, S. (1985). "Hunting and feeding habits of the Redheaded Merlin Falco chicquera". Newsletter for Birdwatchers. 25 (1&2): 4–8.
  18. Naoroji, Rishad (2007). Birds of Prey of the Indian Subcontinent. Om Books International. pp. 564–571.
  19. Foysal, Mohammod (2015). "Observations of Red-headed Falcon Falco chicquera (Aves: Falconiformes: Falconidae) nest at Keraniganj, Dhaka, Bangladesh, with a focus on post-fledging behaviour" (PDF). Journal of Threatened Taxa. 7 (5): 7138–7145. doi:10.11609/jott.o3895.7138-45.
  20. Clark, William S.; Schmitt, N. John (1993). "Red-headed falcon pirates prey from Montagu's harrier" (PDF). Journal of Field Ornithology. 64 (2): 244–245.
  21. Subramanya, S (1980). "Redheaded Merlin Falco chicquera". Newsletter for Birdwatchers. 20 (2): 3–5.
  22. ୨୨.୦ ୨୨.୧ ୨୨.୨ Naoroji, Rishad (2011). "Breeding of the Red-headed Falcon Falco chicquera in Saurashtra, Gujarat, India" (PDF). Forktail. 27: 1–6.
  23. Olwagen, C.D.; Olwagen, K. (1984). "Propagation of captive red-necked falcons Falco chicquera". Koedoe. 27: 45–59. doi:10.4102/koedoe.v27i1.550.
  24. Osborne, Timothy O. (1981). "Ecology of the red-necked falcon Falco chicquera in Zambia". Ibis. 123 (3): 289–297. doi:10.1111/j.1474-919X.1981.tb04031.x.
  25. Subramanya, S (1982). "Nesting of Redheaded Merlin (Falco chicquera Daudin) in Bangalore, Karnataka". J. Bombay Nat. Hist. Soc. 79 (2): 412–413.
  26. Jerdon, T.C. (1862). The Birds of India. Volume 1. Calcutta: Military Orphan Press. pp. 36–38.
  27. Phillott, D.C. (1908). The Qawanin u's-Sayyad of Khuda Yar Khan Abbasi. Calcutta: Asiatic Society of Bengal. p. ix.
  28. Chu, H.P.; E.W. Trow; A.G. Greenwood; A.R. Jennings & I.F. Keymer (1976). "Isolation of Newcastle disease virus from birds of prey". Avian Pathology. 5 (3): 227–233. doi:10.1080/03079457608418189.
  29. Redig, Patrick (1993). Raptor Biomedicine Hardcover. University of Minnesota Press. p. 24. ISBN 978-0816622191.
  30. Kumar, P.; Gupta, S. P. (1980). "Hadjelia tringae sp.n. (Spirurata) from gizzard of Tringa hypoleucos (L.)". Helminthologia. 17 (2): 109–116.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]