ନାଟେଗ୍ଲାଇନାଇଡ
| Clinical data | |
|---|---|
| Trade names | Starlix |
| AHFS/Drugs.com | monograph |
| MedlinePlus | a699057 |
| data |
|
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Protein binding | 98% |
| Elimination half-life | 1.5 hours |
| Identifiers | |
| |
| ECHA InfoCard | 100.170.086 |
| Chemical and physical data | |
| Formula | C19H27NO3 |
| Molar mass | ୩୧୭.୪୩ g·mol−1 |
| 3D model (JSmol) | |
| |
| |
| (verify) | |
ନାଟେଗ୍ଲାଇନାଇଡ (ଇଂରାଜୀ ଭାଷାରେ Nateglinide), ଷ୍ଟାରଲିକ୍ସ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଟାଇପ୍-୨ ମଧୁମେହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ସହିତ ଉଚିତ ଖାଦ୍ୟ ଏବଂ ବ୍ୟାୟାମ ବ୍ୟବହୃତ ହୁଏ ।[୧] ଏହା ପ୍ରଥମ ଧାଡ଼ି ଚିକିତ୍ସା ନୁହେଁ, ଯଦିଓ ମେଟ୍ଫର୍ମିନ ସହିତ ଯୋଗ କରାଯାଇପାରେ | [୧] [୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ତରଳ ଝାଡ଼ା, ଶ୍ୱାସନଳୀ ପ୍ରଦାହଏବଂ ନିମ୍ନ ରକ୍ତ ଶର୍କରା ହୋଇପାରେ ।[୧] ଗୁରୁତ୍ୱପୂର୍ଣ୍ଣ ଯକୃତ ସମସ୍ୟା ଥିବା ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଗର୍ଭାବସ୍ଥାରେ ସୁରକ୍ଷା ସ୍ପଷ୍ଟ ନୁହେଁ ।[୧] ଏହା ମେଗଲିଟିନାଇଡ ଶ୍ରେଣୀର ଏକ ଔଷଧ ଅଟେ ଏବଂ ଇନସୁଲିନ ମୋଚନକୁ ଉତ୍ତେଜିତ କରି କାର୍ଯ୍ୟକ୍ଷମ ହୋଇଥାଏ ।[୩]
୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୧ରେ ୟୁରୋପରେ ଡାକ୍ତରୀ କ୍ଷେତ୍ରରେ ବ୍ୟବହାର ପାଇଁ ନାଟେଗ୍ଲାଇନାଇଡ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ବାବଦ ମାସକୁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ଉପଲବ୍ଧ ହୋଇନଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Nateglinide Monograph for Professionals". Drugs.com (in ଇଂରାଜୀ). Archived from the original on 2 September 2019. Retrieved 12 November 2021.
- ↑ ୨.୦ ୨.୧ ୨.୨ "Starlix". Archived from the original on 12 November 2020. Retrieved 12 November 2021.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 742. ISBN 978-0857114105.
- ↑ "Nateglinide Prices, Coupons & Savings Tips - GoodRx". GoodRx. Archived from the original on 25 April 2020. Retrieved 12 November 2021.