ଶ୍ୱାସନଳୀ ପ୍ରଦାହ

ଉଇକିପିଡ଼ିଆ‌ରୁ
ଶ୍ୱାସନଳୀ ପ୍ରଦାହ
Figure A shows the location of the lungs and bronchial tubes. Figure B is an enlarged view of a normal bronchial tube. Figure C is an enlarged view of a bronchial tube with bronchitis.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease, pulmonology
ଆଇସିଡ଼ି-୧୦J20.-J21., J42.
ଆଇସିଡ଼ି-୯-ସିଏମ୍466, 491, 490
ରୋଗ ଡାଟାବେସ29135
ମେଡ଼ିସିନ-ପ୍ଲସ001087
ଇ-ମେଡ଼ିସିନarticle/807035 article/297108
MeSHD001991

ଶ୍ୱାସନଳୀ ପ୍ରଦାହ (ଇଂରାଜୀ ଭାଷାରେ bronchitis) ରୋଗରେ ମଧ୍ୟରେ ଥିବା ବଡ଼ ଓ ମଧ୍ୟମ ଆକାରର (ଫୁସଫୁସ) ଶ୍ୱାସନଳୀରେ ପ୍ରଦାହ ସୃଷ୍ଟି ହୁଏ । [୧] ଲକ୍ଷଣ: କାଶିଲେ ଖଙ୍କାର ପଡ଼େ, ହୁଇଜ ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଛାତି ଭିତରେ ବେଆରାମ ଲାଗେ । [୧] ଶ୍ୱାସନଳୀ ପ୍ରଦାହ ଦୁଇ ପ୍ରକାର ଅଛି: ତୀବ୍ର ଶ୍ୱାସନଳୀ ପ୍ରଦାହକ୍ରନିକ ଶ୍ୱାସନଳୀ ପ୍ରଦାହ[୧] ତୀବ୍ର ଶ୍ୱାସନଳୀ ପ୍ରଦାହକୁ ଛାତି ଥଣ୍ଡା ମଧ୍ୟ କୁହାଯାଏ । [୧]

ତୀବ୍ର ଶ୍ୱାସନଳୀ ପ୍ରଦାହ ରୋଗରେ କାଶ ପ୍ରାୟ ୩ ସପ୍ତାହ ରହେ । [୨] ପ୍ରାୟ ୯୦ % ରୋଗ ଭୁତାଣୁ ସଂକ୍ରମଣ ଯୋଗୁ ହୁଏ । [୨] କାଶ ଯୋଗୁ ବା ରୋଗୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ସଙ୍କଟପ୍ରଦ କାରଣ: ଧୂମ୍ରପାନ, ଧୂଳି ଓ ଦୂଷିତ ବାୟୁ । [୧] ଅଳ୍ପ ସଂଖ୍ୟକ ରୋଗ ଦୂଷିତ ବାୟୁ କିମ୍ବା ମାଇକୋପ୍ଲାଜମା ନିମୋନି ବା ବୋର୍ଡେଟେଲା ପର୍ଟୁସିସ ଜୀବାଣୁ ଯୋଗୁ ହୁଏ । [୨][୩] ରୋଗୀକୁ ବିଶ୍ରାମ, ଜ୍ୱର ନିମନ୍ତେ ପାରାସେଟାମୋଲଏନଏସଆଇଡି ଦିଆଯାଏ । [୪][୫]

ବାର୍ଷିକ ୩ ମାସ ବା ଅଧିକ ସମୟ ଧରି ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ କାଶ ସ‌ହିତ କଫ (Chronic bronchitis) ପଡ଼ିଲେ କ୍ରନିକ ବ୍ରୋଙ୍କାଇଟିସ ବା କ୍ରନିକ ଶ୍ୱାସନଳୀ ପ୍ରଦାହ ରୋଗ କୁହାଯାଏ । [୬] କ୍ରନିକ ଶ୍ୱାସନଳୀ ପ୍ରଦାହ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସିଓପିଡି ଥାଏ । [୭] ଧୂମ୍ରପାନ ଏହାର ଅତି ସାଧାରଣ କାରଣ ତ‌ଥା ବାୟୁ ପ୍ରଦୁଷଣ ଓ ଜେନେଟିକ ଭୂମିକା ମଧ୍ୟ ଥାଏ । [୮] ଧୂମ୍ରପାନ ବନ୍ଦ, ଟିକା, ଫୁସଫୁସ ପୁନର୍ବସତି, ପ୍ରଶ୍ୱାସରେ ଶ୍ୱାସନଳୀ ସ୍ଫିତକାରୀ ଔଷଧ ବା ସ୍ଟିରଏଡ ନେଇ ଏହାର ଚିକିତ୍ସା କରାଯାଏ । [୯] ଦୀର୍ଘକାଳୀନ ଅମ୍ଳଜାନ ଥେରାପି କମ୍ବା ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କଲେ ଅନେକ ଉପକାର ଆଆନ୍ତି । [୯]

ଆକ୍ୟୁଟ ବା ତୀବ୍ର ଶ୍ୱାସନଳୀ ପ୍ରଦାହ ଏକ ଅତି ସାଧାରଣ ରୋଗ । [୪][୧୦] ୫ % ବୟସ୍କ ଲୋକ ଓ ୬ % ପିଲାଙ୍କର ବର୍ଷକୁ ନିହାତି କମରେ ଥରେ ଏହି ରୋଗ ହୁଏ । [୧୧][୧୨] ସନ ୨୦୧୦ରେ ୩୨୯ ନିୟୁତ ଲୋକ ବା ଜନସଂଖ୍ୟାର ୫ % ଲୋକଙ୍କୁ ଏହି ରୋଗ ହୋଇଥିଲା । [୧୩] ସନ ୧୯୯୦ରେ ଏହା ଯୋଗୁ ୨.୪ ନିୟୁତ ମୃତ୍ୟୁ ହୋଇଥିଲା ଓ ସନ ୨୦୧୩ରେ ଏହା ବଢ଼ିଯାଇ ୨.୯ ମୃତ୍ୟୁ ହୋଇଥିଲା । [୧୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "What Is Bronchitis?". August 4, 2011. Retrieved 1 April 2015.
  2. ୨.୦ ୨.୧ ୨.୨ Albert, RH (1 December 2010). "Diagnosis and treatment of acute bronchitis". American family physician. 82 (11): 1345–50. PMID 21121518.
  3. "What Causes Bronchitis?". August 4, 2011. Retrieved 1 April 2015.
  4. ୪.୦ ୪.୧ Tackett, KL; Atkins, A (December 2012). "Evidence-based acute bronchitis therapy". Journal of pharmacy practice. 25 (6): 586–90. PMID 23076965.
  5. "How Is Bronchitis Treated?". August 4, 2011. Retrieved 1 April 2015.
  6. Vestbo, Jørgen (2013). "Diagnosis and Assessment". Global Strategy for the Diagnosis, Management, and Prevention of Chronic Obstructive Pulmonary Disease. Global Initiative for Chronic Obstructive Lung Disease. pp. 9–17. {{cite book}}: |access-date= requires |url= (help); |archive-url= requires |url= (help); External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  7. Reilly, John J.; Silverman, Edwin K.; Shapiro, Steven D. (2011). "Chronic Obstructive Pulmonary Disease". In Longo, Dan; Fauci, Anthony; Kasper, Dennis; Hauser, Stephen; Jameson, J.; Loscalzo, Joseph (eds.). Harrison's Principles of Internal Medicine (18th ed.). McGraw Hill. pp. 2151–9. ISBN 978-0-07-174889-6.
  8. Decramer M, Janssens W, Miravitlles M (April 2012). "Chronic obstructive pulmonary disease". Lancet. 379 (9823): 1341–51. doi:10.1016/S0140-6736(11)60968-9. PMID 22314182.{{cite journal}}: CS1 maint: multiple names: authors list (link)
  9. ୯.୦ ୯.୧ Rabe KF, Hurd S, Anzueto A, Barnes PJ, Buist SA, Calverley P, Fukuchi Y, Jenkins C, Rodriguez-Roisin R, van Weel C, Zielinski J (September 2007). "Global strategy for the diagnosis, management, and prevention of chronic obstructive pulmonary disease: GOLD executive summary". Am. J. Respir. Crit. Care Med. 176 (6): 532–55. doi:10.1164/rccm.200703-456SO. PMID 17507545.{{cite journal}}: CS1 maint: multiple names: authors list (link)
  10. Braman, SS (January 2006). "Chronic cough due to acute bronchitis: ACCP evidence-based clinical practice guidelines". Chest. 129 (1 Suppl): 95S–103S. PMID 16428698.
  11. Wenzel, RP; Fowler AA, 3rd (16 November 2006). "Clinical practice. Acute bronchitis". The New England journal of medicine. 355 (20): 2125–30. PMID 17108344.{{cite journal}}: CS1 maint: numeric names: authors list (link)
  12. Fleming, DM; Elliot, AJ (March 2007). "The management of acute bronchitis in children". Expert opinion on pharmacotherapy. 8 (4): 415–26. PMID 17309336.
  13. Vos T, Flaxman AD, Naghavi M, Lozano R, Michaud C, Ezzati M, Shibuya K, Salomon JA, Abdalla S, Aboyans V; et al. (December 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.{{cite journal}}: CS1 maint: multiple names: authors list (link)
  14. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)