ନାଜିଆ ହାସନ

ଉଇକିପିଡ଼ିଆ‌ରୁ
ନାଜିଆ ହାସନ

نازیہ حسن
୧୯୯୪ ମସିହାରେ ନାଜିଆ
ଜନ୍ମ(1965-04-03)୩ ଅପ୍ରେଲ ୧୯୬୫


[୧]
ମୃତ୍ୟୁ୧୩ ଅଗଷ୍ଟ ୨୦୦୦(2000-08-13) (ବୟସ ୩୫)[୧]
ବୃତ୍ତିସମୂହ
  • କଣ୍ଠଶିଳ୍ପୀ
  • ଗୀତିକାର
  • ଓକିଲ
  • ସମାଜସେବୀ
ସକ୍ରିୟ ବର୍ଷ୧୯୮୦–୧୯୯୨
ବୈବାହିକ-ସାଥୀ
ଇସ୍ତିଆକ୍ ବୈଗ୍
(m. ୧୯୯୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନଆରେଜ ହାସନ (ପୁଅ)
ସମ୍ପର୍କୀୟ
  • ଜୋହେବ ହାସନ (ଭାଇ)
  • ଜାହର ହାସନ (ଭଉଣୀ)
ପୁରସ୍କାରପ୍ରାଇଡ୍ ଅଫ୍ ପରଫରମାନ୍ସ (୨୦୦୨)
Musical career
ଶୈଳୀ
  • କଥାଚିତ୍ର
  • ଡିସ୍କୋ[୨]
  • ପପ୍[୨]
ବାଦ୍ୟଯନ୍ତ୍ରVocals

ନାଜିଆ ହାସନ (୩ ଅପ୍ରେଲ ୧୯୬୫ - ୧୩ ଅଗଷ୍ଟ ୨୦୦୦) [୧] ଜଣେ ପାକିସ୍ତାନୀ ଗାୟିକା, ଗୀତିକାର, ଓକିଲ ତଥା ସମାଜସେବୀ ଥିଲେ । ଦକ୍ଷିଣ ଏସୀୟ ପପ୍ କୁଇନ୍[୩][୪] ଭାବରେ ପରିଚିତା ଥିବା ନାଜିଆ ଏହି ଉପମହାଦେଶର ଅନ୍ୟତମ ପ୍ରଭାବଶାଳୀ ଗାୟିକା ଭାବରେ ଜଣାଶୁଣା ।[୫] ୧୯୮୦ ଦଶକରୁ ତାଙ୍କ ଭାଇ ଜୋହେବ ହାସନଙ୍କ ସହିତ ତାଙ୍କ ରେକର୍ଡ଼ିଂ ସାଢ଼େ ୬ କୋଟିରୁ ଅଧିକ ବିକ୍ରି ହୋଇଛି ।[୬][୭]

୧୯୮୦ ମସିହାରେ ଭାରତୀୟ ଚଳଚ୍ଚିତ୍ର କୁର୍ବାନୀରେ ସେ ପ୍ରଥମକରି ଗୀତ ଗାଇଥିଲେ ।[୮] ସେ ଗାଇଥିବା "ଆପ୍ ଜୈସା କୋଇ" ପାଇଁ ତାଙ୍କୁ ଅନେକ ପ୍ରଶଂସା କରାଯାଇଥିଲା ଏବଂ ମାତ୍ର ୧୫ ବର୍ଷ ବୟସରେ ସେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ ଗାୟିକା ପୁରସ୍କାର ପାଇଥିଲେ । ଏହି ପୁରସ୍କାର ପାଇଥିବା ପ୍ରଥମ ପାକିସ୍ତାନୀ କଳାକାର ଏବଂ ଏପର୍ଯ୍ୟନ୍ତ ସର୍ବ କନିଷ୍ଠ କଳାକାର ସେ । ୧୯୮୧ ମସିହାରେ ତାଙ୍କ ପ୍ରଥମା ଅଲବମ୍ ଡିସ୍କୋ ଦିୱାନା ମୁକ୍ତିଲାଭ କରିଥିଲା, ଯାହାକି ବିଶ୍ୱସ୍ତରରେ ୧୪ଟି ଦେଶରେ ବିକ୍ରି ହୋଇଥିଲା ଏବଂ ସେହି ସମୟରେ ସର୍ବାଧିକ ବିକ୍ରି ହୋଇଥିବା ଏସୀୟ ପପ୍ ରେକର୍ଡ଼ ଥିଲା ।[୯]

୧୯୮୨ ମସିହାରେ ତାଙ୍କ ଆଲବମ୍ ବୁମ୍ ବୁମ୍ ମୁକ୍ତିଲାଭ କରିଥିଲା,[୧୦] ଯାହାକି ସେହି ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ଷ୍ଟାର୍‌ରେ ସ୍ଥାନିତ ହୋଇଥିଲା । ୧୯୮୪ ମସିହାରେ ତାଙ୍କର ୩ୟ ଆଲବମ୍ ୟଙ୍ଗ୍ ତରଙ୍ଗ[୧୧] ଏବଂ ୧୯୮୭ ମସିହାରେ ୪ର୍ଥ ଆଲବମ୍ ହଟ୍‌ଲାଇନ ମୁକ୍ତିଲାଭ କରିଥିଲା । ୟଙ୍ଗ୍ ତରଙ୍ଗ ଆଲବମ୍‌ର ଗୀତ "ଦମ୍ ଦମ୍ ଦେଦେ" ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଭାରତୀୟ କଥାଚିତ୍ର ମିସ୍ ଲଭ୍‌ଲିରେ ବ୍ୟବହାର ହୋଇଥିଲା ।[୧୨] ୧୯୯୨ ମସିହାରେ ତାଙ୍କର ଶେଷ ଆଲବମ୍ କ୍ୟାମେରା କ୍ୟାମେରା ମୁକ୍ତିଲାଭ କରିଥିଲା, ଯାହାକି ଡ୍ରଗ୍ସ ବିରୋଧରେ ଚାଲିଥିବା ଅଭିଯାନର ଏକ ଅଂଶ ଥିଲା ।[୧୩] ତାଙ୍କ ଭାଇଙ୍କ ସହ ସେ ଅନେକ ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୮୮ ମସିହାରେ ସେ ସୋହେଲ ରାଣାଙ୍କ ସହ ସଙ୍ଗ ସଙ୍ଗରେ କାମ କରିଥିଲେ । ଶୋଏବ ମନସୁର୍‌ଙ୍କଦ୍ୱାରା ନିର୍ମିତ ପ୍ରଥମ ପପ୍-ମ୍ୟୁଜିକ୍ ଷ୍ଟେଜ୍ ସୋ, ମ୍ୟୁଜିକ୍ '89ର ଉପସ୍ଥାପିକା ଭାବରେ ସେ କାର୍ଯ୍ୟ କରିଥିଲେ ।[୧୪] ତାଙ୍କର ଏହି ସଫଳତା ପାକିସ୍ତାନୀ ପପ୍ ମ୍ୟୁଜିକ୍ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

୧୫ ବର୍ଷରୁ ଅଧିକ ସମୟ ଧରି ତାଙ୍କ ଗାୟିକା ଜୀବନରେ ସେ ପାକିସ୍ତାନର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ । ସେ ପାକିସ୍ତାନର ନାଗରିକ ପୁରସ୍କାର, ପ୍ରାଇଡ୍ ଅଫ୍ ପରଫରମାନ୍ସ ପାଇଥିଲେ । ଗୀତ ଗାଇବା ବ୍ୟତୀତ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ନିୟୋଜିତ ଥିଲେ ଏବଂ ୧୯୯୧ ମସିହାରେ ୟୁନିସେଫ‌ଦ୍ୱାରା ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ହୋଇଥିଲେ ।[୧୫] ୧୩ ଅଗଷ୍ଟ ୨୦୦୦ରେ, ସେ ୩୫ ବର୍ଷ ବୟସରେ ଲଣ୍ଡନରେ ଫୁସଫୁସ କର୍କଟରେ ଆକ୍ରନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।[୧୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Jai Kumar (23 August 2000). "Obituary: Nazia Hassan". guardian.co.uk. London: The Guardian. Retrieved 18 May 2008.
  2. ୨.୦ ୨.୧ "Pop Diva Nazia Hassan Music Playlist: Best MP3 Songs on". Gaana.com. Retrieved 2022-08-19.
  3. "A toast to the queen of pop: Faraz Wakar's musical tribute to Nazia Hasan". Retrieved 2016-02-10.
  4. "Women Year Book of Pakistan". Women Year Book of Pakistan (in ଇଂରାଜୀ). Ladies Forum Publications. 8: 405. 1990.
  5. "TV presenter gets Nazia Hassan Award". The Times of India. Archived from the original on 2012-03-08. Retrieved 2017-06-02.
  6. PTI (18 November 2005). "NRI TV presenter gets Hassan Award". The Times of India. Archived from the original on 8 March 2012. Retrieved 4 March 2011.
  7. "NRI TV presenter gets Nazia Hassan Award". The Times of India. Archived from the original on 2012-03-08. Retrieved 2017-06-02.
  8. "12 x 12: The 12 best Bollywood disco records". The Vinyl Factory. 28 February 2014.
  9. Sangita Gopal; Sujata Moorti (2008). Global Bollywood: travels of Hindi song and dance. University of Minnesota Press. pp. 98–9. ISBN 978-0-8166-4579-4. Retrieved 7 June 2011.
  10. "India Today". India Today (in ଇଂରାଜୀ). Thomson Living Media India Limited. 7 (13–16): 34. 1982.
  11. "Pakistan Hotel and Travel Review". Pakistan Hotel and Travel Review (in ଇଂରାଜୀ). Syed Wali Ahmad Maulai. 6–8: 45. 1983.
  12. Srivastava, Priyanka. "Nazia makes a lovely comeback". India Today.
  13. "Nazia Hassan, our disco queen – The Express Tribune Blog". blogs.tribune.com.pk. 11 August 2010. Retrieved 2016-02-10.
  14. Desk, Entertainment (2015-04-03). "In memoriam: Nazia Hassan was born 50 years ago today". www.dawn.com. Retrieved 2016-02-10.
  15. "Nazia Hassan, our disco queen – The Express Tribune Blog". blogs.tribune.com.pk. Archived from the original on 2010-08-15.
  16. Jai Kumar (23 August 2000). "Obituary: Nazia Hassan". guardian.co.uk. London: The Guardian. Retrieved 18 May 2008.

ବାହାର ଲିଙ୍କ୍[ସମ୍ପାଦନା]