ନାଇଟ୍ରସ ଅକ୍ସାଇଡ

ଉଇକିପିଡ଼ିଆ‌ରୁ
ନାଇଟ୍ରସ ଅକ୍ସାଇଡ
Entonox CD cylinder and giving set
Clinical data
Trade namesEntonox, others
ATC code
Pharmacokinetic data
Onset of action30 seconds[୧]
Duration of action1 minute[୧]
Identifiers
CAS Number
PubChem CID
DrugBank
ChemSpider
UNII
ChEBI
ChEMBL
E numberE942 (glazing agents, ...) Edit this at Wikidata
ECHA InfoCard100.030.017 Edit this at Wikidata
Chemical and physical data
FormulaN2O
Molar mass୪୪.୦୧ g·mol−1
3D model (JSmol)
  • [N-]=[N+]=O
  • InChI=1S/N2O/c1-2-3
  • Key:GQPLMRYTRLFLPF-UHFFFAOYSA-N

ନାଇଟ୍ରସ ଅକ୍ସାଇଡ (ଇଂରାଜୀ ଭାଷାରେ Nitrous oxide, ବିକ୍ରୟ ନାମ ଏଣ୍ଟୋନୋକ୍ସ/Entonox ଏକ ଆଘ୍ରାଣକାରୀ ଗ୍ୟାସ୍ ଯାହା ଏକ ଯନ୍ତ୍ରଣା ନିବାରକ (pain medication) ଓ ନିଶ୍ଚେତନ (anesthesia) ନିମନ୍ତେ ଅନ୍ୟାନ୍ୟ ନିଶ୍ଚେତକମାନଙ୍କ (medications) ସ‌ହିତ ଦିଆଯାଏ ।[୨] ପ୍ରସବ ସମୟରେ, ମାତ୍ରାଧିକ ଆଘାତରେ (trauma) ଓ ଜୀବନ ଯତ୍ନର ଶେଷ ସମୟରେ (end of life care) ଏହି ଔଷଧ ବ୍ୟବ‌ହାର କରାଯାଏ ।[୨] ଅଧ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ପ୍ରାୟ ଏକ ମିନିଟ ଧରି ରହେ । [୧]

ନାଇଟ୍ରସ ଅକ୍ସାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ବ୍ୟତୀତ ସ୍ୱଳ୍ପକାଳୀନ ବ୍ୟବ‌ହାରରେ ବ‌ହୁତ ଅଳ୍ପ ଲକ୍ଷଣ ଦେଖାଯାଏ । [୧][୨] ଦୀର୍ଘକାଳୀନ ବ୍ୟବ‌ହାରରେ ଆନିମିଆକାଲୁଆ (numbness) ଅନୁଭବ ହୁଏ ।[୨] ଅତି କମ୍‌ରେ ୨୧% ଅମ୍ଳଜାନ (oxygen) ସ‌ହିତ ଏହା ଦିଆଯାଏ ।[୨] ଖାଦ୍ୟନଳୀ ଅବରୋଧ (bowel obstruction) ଓ ନିମୋଥୋରାକ୍ସ (pneumothorax) ରୋଗ ଥିଲେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ ।[୨] ଗର୍ଭାବସ୍ଥାର ପ୍ରଥମ ଅବସ୍ଥାରେ ଏହା ଦିଆଯାଏ ନାହିଁ ।[୧] ଏହାର ବ୍ୟବ‌ହାର ପରେ ସ୍ତନ୍ୟପାନ କରାଯାଇପାରେ ।[୩]

ନାଇଟ୍ରସ ଅକ୍ସାଇଡ ସନ ୧୭୭୨ରୁ ୧୭୯୩ ମଧ୍ୟରେ ଆବିଷ୍କୃତ ହୋଇଥିଲା ଓ ନିଶ୍ଚେତକ ଭାବରେ ସନ ୧୮୪୪ରେ ବ୍ୟବ‌ହାର କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ପ୍ରାୟ ଅମ୍ଳଜାନ ସ‌ହିତ ଅଧା ଅଧା ମିଶ୍ରଣ ହୋଇ ଆସିଥାଏ ।[୧] କେତେକ ଯନ୍ତ୍ରରେ ଏକ ଚାହିଦା ଭଲ୍‌ଭ (demand valve) ଥାଏ ଯେପରିକି ନିଜେ ଏହା ଚାଳନା କରିପାରିବ ।[୬] ବିକାଶଶୀଳ ଦେଶମାନଙ୍କରେ ଏହାର ସ୍ଥାପନା ଓ ପରିଚାଳନା ଅତ୍ୟନ୍ତ ବ୍ୟୟସାପେକ୍ଷ ।[୭][୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Anaesthesia UK : Entonox". www.frca.co.uk. 26 January 2009. Retrieved 15 December 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ WHO Model Formulary 2008 (PDF). World Health Organization. 2009. p. 20. ISBN 9789241547659. Retrieved 8 December 2016.
  3. "Nitrous Oxide use while Breastfeeding | Drugs.com". www.drugs.com. Retrieved 15 December 2016.
  4. Myers, Richard L. (2007). 100 Most Important Chemical Compounds, The: A Reference Guide: A Reference Guide (in ଇଂରାଜୀ). ABC-CLIO. p. 198. ISBN 9780313080579.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. British national formulary : BNF 69 (69 ed.). British Medical Association. 2015. p. 878. ISBN 9780857111562.
  7. Gregory, George A.; Andropoulos, Dean B. (2012). Gregory's Pediatric Anesthesia, With Wiley Desktop Edition (in ଇଂରାଜୀ). John Wiley & Sons. p. 1148. ISBN 9781444333466.
  8. "WHO Model Prescribing Information: Drugs Used in Anaesthesia: General anaesthetics and oxygen: Nitrous oxide". apps.who.int. 1989. Retrieved 15 December 2016.