ନବଲକ୍ଷ ମନ୍ଦିର, ଘୁମଲି

ଉଇକିପିଡ଼ିଆ‌ରୁ
ନବଲକ୍ଷ ମନ୍ଦିର
ସୂର୍ଯ୍ୟ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଘୁମଲି (Ghumli)
ଦେବାଦେବୀପ୍ରଭୁ ସୂର୍ଯ୍ୟ (Surya)
Location
ସ୍ଥାନଘୁମଲି
Stateଗୁଜରାଟ
Countryଭାରତ
ନବଲକ୍ଷ ମନ୍ଦିର, ଘୁମଲି
ନବଲକ୍ଷ ମନ୍ଦିର

ନବଲକ୍ଷ ମନ୍ଦିର ଭାରତର ଗୁଜରାଟ ପ୍ରଦେଶରେ ଥିବା ଘୁମଲି (Ghumli) ସ୍ଥାନରେ ଅବସ୍ଥିତ ଏକ ୧୨ଶ ଶତାବ୍ଦୀର ମନ୍ଦିର ଯାହାକୁ ଜେଠୱା ରାଜବଂଶର ଶାସକମାନେ ତିଆରି କରେଇଥିଲେ ।[୧]

ଇତିହାସ[ସମ୍ପାଦନା]

ନବଲକ୍ଷ ମନ୍ଦିରର ନକ୍ସା
ଊନବିଂଶ (୧୮୭୬) ଶତାବ୍ଦୀରେ ଗଠିତ ନବଲକ୍ଷ ମନ୍ଦିରର ଭଗ୍ନାବଶେଷ,

ଘୁମଲିରେ ଥିବା ନବଲକ୍ଷ ମନ୍ଦିର ଭାରତର ଗୁଜରାଟ ପ୍ରଦେଶରେ ଅବସ୍ଥିତ ଏକ ୧୨ଶ ଶତାବ୍ଦୀର ମନ୍ଦିର ଯାହାକୁ ଜେଠୱା ରାଜବଂଶର ଶାସକମାନେ ପ୍ରଭୁ ସୂର୍ଯ୍ୟଙ୍କୁ ସମର୍ପିତ କରି ତିଆରି କରେଇଥିଲେ ।[୧] ଗୁଜରାଟରେ ଥିବା ସମସ୍ତ ମନ୍ଦିର ଅପେକ୍ଷା ଏହି ମନ୍ଦିରର ଆଧାର ସର୍ବାଧିକ ଅଟେ (୪୫.୭୨x୩୦.୪୮) ମିଟର । ଏହାର ପ୍ରବେଶ ଦ୍ୱାରକୁ କୀର୍ତ୍ତି ତୋରଣ କୁହାଯାଏ ଯାହାର ପୂର୍ବ ଦିଗକୁ ଥିଲା, କିନ୍ତୁ ଏହା ଅଧୁନା ନଷ୍ଟ ହୋଇଯାଇଛି । ଏହାର ଗର୍ଭ ଗୃହ, ପ୍ରଦକ୍ଷିଣ ପଥ, ବିରାଟ ସମବେତ ହଲ ଓ ସିଂହାସନର ଶୃଙ୍ଗାର ଚୌକି ଅତି ଚକ୍ଷୁ ସ୍ପର୍ଶୀ ଅଟେ । ଏହାର ତିନି ପାଖର ବୁଲିବା ରାସ୍ତାରେ ବାଳକନି ଅଛି । ଏହାକୁ ସାହାରା ଦେବା ପାଇଁ ଆଠଟି ସ୍ତମ୍ଭ ଅଛି । ଅନେକ କାରୁକାର୍ଯ୍ୟ ସେଠାରେ କରାଯାଇଛି । ପ୍ରବେଶ ସ୍ଥାନଟି ଦୁଇ ମହଲା ବିଶିଷ୍ଟ । ମନ୍ଦିରର ପଛ ପାଖରେ ଦୁଇଟି ହାତୀ ତାଙ୍କର ଶୁଣ୍ଢ ସାହାଯ୍ୟରେ ଯୁଦ୍ଧ କରୁଥିବା ମୂର୍ତ୍ତି ଅଛି । ଭଦ୍ର ଗବାକ୍ଷ ପାଖରେ ବ୍ରହ୍ମା-ସାବିତ୍ରୀ ପ୍ରତିମୂର୍ତ୍ତି, ପଶ୍ଚିମ ଦିଗରେ ଶିବ-ପାର୍ବତୀ ଓ ଉତ୍ତର ଦିଗରେ ଲକ୍ଷ୍ମୀ ନାରାୟଣ ବିଗ୍ରହ ଅଛି ।

ନଅ ଲକ୍ଷ ଖର୍ଚ୍ଚରେ ଏହି ମନ୍ଦିର ତିଆରି ହୋଇଥିବାରୁ ତାହାର ‘ନବଲକ୍ଷ’ ନାମକରଣ କରାଯାଇଛି । ମନ୍ଦିରଟି ମାରୁ-ଗୁର୍ଜର ସ୍ଥାପତ୍ୟ ଶୈଳୀରେ (Maru-Gurjara architecture (ବା ସୋଲାଙ୍କି ଶୈଳୀରେ)) ତିଆରି ହୋଇଛି ।[୨] ଏହାର ପ୍ରତୀକ ଚିହ୍ନରେ ତିନୋଟି ହାତୀ ପରସ୍ପରର ଶୁଣ୍ଢରେ ଛନ୍ଦି ହୋଇଛନ୍ତି ।

ମୂଳ ମନ୍ଦିର ବାହାରେ ଅନ୍ୟ ଏକ ମନ୍ଦିର ଗଣେଶଙ୍କୁ ସମର୍ପିତ ହୋଇଛି ଯାହାକୁ ଗଣେଶ ଡେରା (Dehraଛାଞ୍ଚ:Snf) କୁହାଯାଏ ।

ଅଦ୍ୟ ସ୍ଥିତି[ସମ୍ପାଦନା]

ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (Archaeological Survey of India) ସଂସ୍ଥା ୨୦୧୧ ମସିହାରୁ ଏହି ମନ୍ଦିରର ପୁନର୍ବାସ କରିବା ଦାୟିତ୍ୱ ନେଇ ରାହାକୁ ଏକ ପର୍ଯ୍ୟଟକ ଆକର୍ଷଣୀୟ ସ୍ଥାନ କରିବାକୁ ଚେଷ୍ଟିତ ଅଛନ୍ତି ।[୩]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Archaeology in India. Archaeological Survey of India. 1950. p. 101.
  2. Soundara Rajan, K. V. (2001). Concise Classified Dictionary of Hinduism By K. V. Soundara Rajan. p. 15. ISBN 9788170228578.
  3. "Jamnagar News: Ghumli Temple Renovation". 4 January 2011.

ଉତ୍ସ[ସମ୍ପାଦନା]