ନବକିଶୋର ମିଶ୍ର

ଉଇକିପିଡ଼ିଆ‌ରୁ
ନବକିଶୋର ମିଶ୍ର
Born (1960-01-01) ୧ ଜାନୁଆରୀ ୧୯୬୦ (ବୟସ ୬୪)
Nationality ଭାରତୀୟ
Alma materକ୍ୟାପିଟାଲ ହାଇସ୍କୁଲ
Known forନୃତ୍ୟଗୁରୁ
Parent(s)ଅନନ୍ତ ମିଶ୍ର, ଦୁର୍ଗାମଣି ଦେବୀ

ନବକିଶୋର ମିଶ୍ର, ଜଣେ ଜଣାଶୁଣା[୧] ଓଡ଼ିଶୀ[୨]ସମ୍ବଲପୁରୀ ନର୍ତ୍ତକ[୩] ଏବଂ ନୃତ୍ୟଗୁରୁ[୪] । ସେ ଗୀତରଚନା, ନୃତ୍ୟ ନିର୍ଦ୍ଦେଶନା[୫] ଓ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରନ୍ତି । ବର୍ତ୍ତମାନ,ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି[୬] ଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନିମନ୍ତେ ଚେଷ୍ଟିତ ରହିଛନ୍ତି ।[୭]

ନବକିଶୋର ମିଶ୍ର, ୧୯୬୦ ମସିହା ଜାନୁଆରୀ ୧ ତାରିଖ ଦିନ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅନନ୍ତ ମିଶ୍ର ଓ ମାତାଙ୍କ ନାମ ଦୁର୍ଗାମଣି ଅଟେ । ସ୍କୁଲରେ ପଢିବାଦିନରୁ ସେ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଆଦି କଳା ପ୍ରତି ଆକର୍ଷିତ ହୋଇଥିଲେ । ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲରେ ପଢୁଥିବା ସମୟରେ, ସେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସ୍କୁଲ ଶିକ୍ଷା ପରେ, ସେ ସମ୍ବଲପୁରରେ କଲେଜ ଶିକ୍ଷାଗ୍ରହଣ କରୁଥିବା ସମୟରେ, ରସରକଲି, ଡାଲଖାଇମାଇଲାଜଳ ଆଦି ସମ୍ବଲପୁରୀ ନୃତ୍ୟ ଶିକ୍ଷାକରିଥିଲେ । [୮]

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-features/tp-fridayreview/a-welcome-fest-for-cuttack/article4124730.ece
  2. http://odisha.360.batoi.com/gab_gallery/odishi-dancer-nabakishore-mishra-performing-at-the-last-day-of-guru-gangadhara-pradhan-memorial-award-festival-rabindra-mandap-bhubaneswar/
  3. "ଆର୍କାଇଭ୍ କପି". Archived from the original on 2013-02-24. Retrieved 2014-07-04. {{cite web}}: Cite has empty unknown parameter: |1= (help)
  4. http://www.thehindu.com/todays-paper/tp-features/tp-fridayreview/odisha-vignettes/article4582651.ece
  5. http://odishan.com/1924
  6. http://www.uuc.ac.in/Viewtstaffs.aspx
  7. Naba Kishore Mishra; Sadhu Goureswar College. Department of Sanskrit; Bijoy Kumar Mohapatra (2008). Impact of Gītagovinda on Art and Culture: Papers Presented in the UGC Sponsored State-level Seminar. Department of Sanskrit, Sadhu Goureswar College.
  8. ଧରିତ୍ରୀ ୦୩/୦୭/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ

ବାହାର ଆଧାର[ସମ୍ପାଦନା]