ନନ୍ଦ ବଂଶ

ଉଇକିପିଡ଼ିଆ ରୁ
(ନନ୍ଦ ସାମ୍ରାଜ୍ୟ ରୁ ଲେଉଟି ଆସିଛି)
Jump to navigation Jump to search
ଖ୍ରୀଷ୍ଟ ପୂର୍ବ ୩୨୩ ମସିହାର ଏହି ଚିତ୍ରରେ ନନ୍ଦ ସାମ୍ଭ୍ରାଜ୍ୟର ପରିସୀମା ସହ ଆଲେକଜାଣ୍ଡାରଙ୍କ ସାମ୍ଭ୍ରାଜ୍ୟ ଓ ନିକଟବର୍ତୀ ଇଲାକା ଦର୍ଶାଯାଇଛି 

ନନ୍ଦ ରାଜବଂଶ , ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ପ୍ରାଚୀନ ଭାରତର ମଗଧ ଅଞ୍ଚଳରୁ ଉପତ୍ତି ହେଇ ତାହା ଖ୍ରୀଷ୍ଟପୂର୍ବ ୩୪୫-୩୨୧ ଯାଏ ରାଜୁତି କରିଥିବାର ତଥ୍ୟ ରହିଛି । ଶିଖର ସମୟରେ ଏହା ପୂର୍ବ ଭାରତର ବଙ୍ଗ ଠାରୁ ଉତ୍ତରରେ ପଞ୍ଜାବ ଅଞ୍ଚଳ ଓ ଦକ୍ଷିଣରେ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । .[୧] ଏହି ବଂଶର ରାଜା ମାନେ ଖୁବ ବିତ୍ତଶାଳୀ ଥିଲେ ।ପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦ ସମ୍ରାଟଙ୍କୁ ପରାଜିତ କରି ମୌର୍ଯ୍ୟ ସାମ୍ଭ୍ରାଜ୍ୟର ସ୍ଥାପନା କରିଥିଲେ ।  

ନନ୍ଦା ରାଜବଂଶର ସ୍ଥାପନା [ସମ୍ପାଦନା]

ପୂରାଣ ବର୍ଣିତ 'ମହାପ୍ରସାଦ ନନ୍ଦ , ଯାହାଙ୍କୁ ' କ୍ଷ୍ଯାତ୍ରିୟ ମାନଙ୍କ ବିନାଶକାରୀ' ଆଖ୍ୟା ଦିଅ ଯାଇଥିଲା ,  ପାଞ୍ଚାଳ , କାଶୀ , କଳିଙ୍ଗ , ଅସ୍ମକ, କୁରୁ , ମୈଥିଲା , ସୁରସେନା , ବିତିହୋତ୍ର  ଆଦି ରାଜ୍ୟ ଜୟ କରି ନନ୍ଦ ସମ୍ଭ୍ରାଜ୍ୟର ଅବତାରଣା କରିଥିଲେ । [୨]ସେ ତାଙ୍କ ସମ୍ଭ୍ରାଜ୍ୟର ବିସ୍ତାର କରି ଦକ୍ଷିଣରେ ବିନ୍ଧ୍ୟ ପର୍ବତାଞ୍ଚଳ ଓ ଡେକାନ ଅବବାହିକା ମଧ୍ୟ ଅକ୍ତିଆର କରିଥିଲେ । [୩][୪][୫]ଖୃଷ୍ଟପୂର୍ବ ୩୪୫ ମସିହାରେ ନନ୍ଦ ରାଜା ଶିଶୁନାଗ ରାଜବଂଶର ସାମ୍ଭ୍ରାଜ୍ୟ  କୁ ମଧ୍ୟ ନିଜ ଅକ୍ତିଆରକୁ ନେଇଯାଇଥିଲେ । 

ସାମରିକ ଶକ୍ତି [ସମ୍ପାଦନା]

ହରୟାଙ୍କ ଓ ଶିଶୁନାଗ ସମ୍ଭ୍ରାଜ୍ୟ ଏକ ବିଶାଳ ଉତ୍ତର ଭାରତ ସମ୍ଭ୍ରାଜ୍ୟ ସ୍ଥାପନର ଯେଉଁ ମୂଳଦୁଆ ପକେଇଥିଲେ , ନନ୍ଦ ରାଜା ମାନେ ତାହାକୁ ହିଁ ସାକାର କରିବାକୁ ଯୋଜନା କରିଥିଲେ । .[୬] ଏହା ହାସଲ କରିବାକୁ ସେମାନେ ଏକ ବିଶାଳ ସେନା ବାହିନୀ ଗଠନ କରିଥିଲେ , ଯହିଁରେ ୨୦,୦୦୦ ଘୋଡା ସବାର ସୈନ୍ୟ ସହ ୨,୦୦,୦୦୦ ସମୁଦାଯ ବାହିନୀ , ୨୦୦୦ ଯୁଦ୍ଧ ରଥ ଓ ୩,୦୦୦ ଯୁଦ୍ଧହ ହସ୍ତୀ ରଖିଥିଲେ । .[୭][୮] ଗ୍ରୀକ ଇତିହାସ ବିଶାରଦ ପ୍ଳୁତର୍ଚଙ୍କ ମତରେ ନନ୍ଦା ରାଜାଙ୍କ ସେନା ବାହିନୀର ସମୁଦାୟ ସଂଖ୍ୟା ୨,୦୦,୦୦୦ , ଯହିଁରେ ୮୦,୦୦୦ ଘୋଡା ସବାର ସୈନ୍ୟ ,୮,୦୦୦ ଯୁଦ୍ଧ ରଥ , ୬,୦୦୦ ଯୁଦ୍ଧ ହସ୍ତୀ ସାମିଲ ଥିଲେ ।   .[୭][୯] କିନ୍ତୁ ନନ୍ଦଙ୍କ ସେନା ଆଲେକଜାଣ୍ଡାରଙ୍କ ସେନା ସହ ଯୁଦ୍ଧ କରିବାର ଅବସର ପାଇନଥିଲେ । ଆଲେକଜାଣ୍ଡାର ଉତ୍ତର ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ନିଜକୁ ସୀମିତ ରଖିଥିଲେ । କାରଣ ତାଙ୍କ ସେନା ବିଅସ ନଦୀ ତଟରେ ପହଞ୍ଚିବା ପରେ ଆଉ ଆଗକୁ ଯାଇ ନନ୍ଦଙ୍କ ୪,୦୦୦ ସୁପ୍ରସ୍ତୁତ ସେନାକୁ ସମ୍ମୁଖୀନ ହେବାକୁ  ଅମଙ୍ଗ ହେଇ ବିଦ୍ରୋହ କଲେ । .[୭][୧୦]

ହାତିଗୁମ୍ଫାର ସିଲାଲେଖଦ୍ୱାରା ନନ୍ଦ ସମ୍ଭ୍ରାଜ୍ୟ କଳିଙ୍ଗ ରାଜ୍ୟକୁ ମଧ୍ୟ କରାଗତ କରିଥିବାର ପ୍ରମାଣ ଦିଏ। .[୬]

ନନ୍ଦଙ୍କ ସମ୍ପଦ ଓ କାର୍ଜ୍ୟାବଳି [ସମ୍ପାଦନା]

ଅମାପ ସମ୍ପତ୍ତିର ଅଧିକାରୀ ଥିବା ନନ୍ଦ ରାଜା ମାନେ ଜନସେଚନ ସୁବିଧା , ନିୟନ୍ତ୍ରିତ ବାଣିଜ୍ୟ ପରି ଲୋକ ହିତକର କାର୍ଯ୍ୟ ମଧ୍ୟ କରିଥିଲେ । ଶାସନ କାର୍ଯ୍ୟ ମଧ୍ୟ ଶୃଙ୍ଖଳିତ କରିବା ପାଇଁ ଅନେକ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ । .[୨] ତେବେ ଅତ୍ୟଧିକ ଟିକସ ଅସୁଲି ପାଇଁ ନନ୍ଦ ରାଜା ମାନେ ଅପ୍ରିୟ ହେଇ ପଡିଥିଲେ । .[୨]

ସାହିତ୍ୟରେ ନନ୍ଦ [ସମ୍ପାଦନା]

କଥାସାରିତସାଗରରେ ନନ୍ଦ ରାଜୁତି ବିଷୟରେ ଉଲ୍ଲେଖ ଅଛି । [୧୧]

Notes[ସମ୍ପାଦନା]

  1. Radha Kumud Mookerji, Chandragupta Maurya and His Times, 4th ed.
  2. ୨.୦ ୨.୧ ୨.୨ Kalinga (India) formed part of the Nanda Empire but subsequently broke free until it was re-conquered by Ashoka Maurya, c. 260 BCE.
  3. http://www.forumancientcoins.com/india/earliest/nanda.html
  4. https://books.google.com/books?id=f1XMtc2Q97IC&pg=PA28
  5. Kumar, Raj (2008). Encyclopaedia of untouchables ancient, medieval and modern. Delhi: Kalpaz Publications. p. 151. ISBN 8178356643.
  6. ୬.୦ ୬.୧ Singh 2008, p. 273.
  7. ୭.୦ ୭.୧ ୭.୨ Sastri 1988, p. 16.
  8. Gabriel, Richard A. (30 November 2002), The great armies of antiquity (1.udg. ed.), Westport, Conn. [u.a.]: Praeger, ISBN 9780275978099 More than one of |ISBN= and |isbn= specified (help)
  9. (Raychaudhuri & Mukherjee 1996, pp. 204-210)
  10. Kaushik, Roy (2015), Military Manpower, Armies and Warfare in South Asia "Warfare, Society and Culture", Routledge, ISBN 1317321286 More than one of |ISBN= and |isbn= specified (help)
  11. Sastri 1988, p. 17.

ଆଧାର ସମୂହ [ସମ୍ପାଦନା]