ନନ୍ଦକିଶୋର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ନନ୍ଦକିଶୋର ପଟ୍ଟନାୟକ
ଜନ୍ମ(1956-03-16)୧୬ ମାର୍ଚ୍ଚ ୧୯୫୬
ମୃତ୍ୟୁ୧ ଜୁନ ୨୦୨୧(2021-06-01) (ବୟସ ୬୫)
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ଜାତୀୟତାଭାରତୀୟ
ପ୍ରସିଦ୍ଧିଫୁଟବଲ ଖେଳାଳି ଓ ପ୍ରଶିକ୍ଷକ
ପିତାମାତା(s)ଅନୀଲ ଚନ୍ଦ୍ର ପଟ୍ଟନାୟକ, ସୁରଭିବାଳା
ପୁରସ୍କାରବିଜୁ ପଟ୍ଟନାୟକ ଖେଳ ଓ ସାହସିକତା ପୁରସ୍କାର

ନନ୍ଦକିଶୋର ପଟ୍ଟନାୟକ ( ୧୬ ମାର୍ଚ୍ଚ ୧୯୫୬ - ୦୧ ଜୁନ ୨୦୨୧ ) ଓଡ଼ିଶାର ଜଣେ ପ୍ରାକ୍ତନ ଫୁଟବଲ ଖେଳାଳି ଓ ପ୍ରଶିକ୍ଷକ ଥିଲେ ।[୧] ଟୁଟୁ ସାର ଭାବରେ ପରିଚିତ ନନ୍ଦକିଶୋରଙ୍କର, ଓଡ଼ିଶାର ମହିଳା ଫୁଟବଲ ଦଳ ତିଆରି କରି, ସେହି ଦଳକୁ ଜାତୀୟ ଚାମ୍ପିୟନ କରାଇବାରେ ପ୍ରମୂଖ ଭୂମିକା ରହିଥିଲା ।

ଖେଳ ଜୀବନ[ସମ୍ପାଦନା]

ନନ୍ଦକିଶୋର ବାରିପଦାର ଇଣ୍ଡିପେଣ୍ଡେଣ୍ଟ କ୍ଲବରୁ ଫୁଟବଲ ଖେଳ ଆରମ୍ଭ କରିଥିଲେ । ୧୯୭୭/୭୮ ମସିହାରେ ଜାତୀୟ କନିଷ୍ଠ ଫୁଟବଲ ପ୍ରତିଯୋଗିତା ସନ୍ତୋଷ ଟ୍ରଫିରେ ଓଡ଼ିଶା ତରଫରୁ ଖେଳିଥିଲେ । ୧୯୯୨-୯୩ ମସିହାରୁ ସେ ଫୁଟବଲ ପ୍ରଶିକ୍ଷଣ ଦେବା ଆରମ୍ଭ କରି, ୧୯୯୫ ମସିହାରୁ ମହିଳା ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସରିତା ଜୟନ୍ତୀ ବେହେରା, ରଞ୍ଜିତା ମହାନ୍ତି, ପ୍ରଶାନ୍ତୀ ପ୍ରଧାନ, ସୁପୀପ୍ତା ଦାଶ, ମାମାଲି ଦାସ, ପ୍ରଥମା ପ୍ରିୟଦର୍ଶିନୀ ଆଦି ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଥିଲେ । ସେ ନିତା ଅମ୍ବାନୀ ଫୁଟବଲ ଏକାଡ଼େମୀର ସଂସ୍ଥାପକ ଥିଲେ । ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବର ମଧ୍ୟ ସେ ପ୍ରଶିକ୍ଷକ ଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନନ୍ଦକିଶୋର, ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅନୀଲ ଚନ୍ଦ୍ର ପଟ୍ଟନାୟକ ଓ ମାତାଙ୍କ ନାମ ସୁରଭିବାଳା । ତାଙ୍କର ବାଲ୍ୟଜୀବନ ବାରିପଦାଠାରେ କଟିଥିଲା । ବାରିପଦାର ଶରତ ଚନ୍ଦ୍ର ବିଦ୍ୟାପୀଠରୁ ମାଟ୍ରିକ ଓ ଏମ୍‌ପିସି ମହାବିଦ୍ୟାଳୟରୁ ସେ ସ୍ନାତକ ଶିକ୍ଷାଲାଭ କରିଥିଲେ ।[୨] ଭୁବନେଶ୍ୱରର ଏଜି ଅଫିସରେ ସେ ଚାକିରି କରୁଥିଲେ ଓ କଳିଙ୍ଗ ଷ୍ଟାଡିୟମକୁ ସେ ନିଜର କର୍ମଭୂମୀ ଭାବରେ ବାଛିଥିଲେ ଓ ସେଠାରେ ସେ ଫୁଟବଲ ପ୍ରଶିକ୍ଷଣ ଦେଉଥିଲେ । କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ୨୦୨୧ ଜୁନ ୧ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ବିଜୁ ପଟ୍ଟନାୟକ ଖେଳ ଓ ସାହସିକତା ପୁରସ୍କାର
  • ସିଏନଏନଆଇବିଏନ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ[୪]

ଆଧାର[ସମ୍ପାଦନା]

  1. "PERSONALITIES". www.http://orisports.com/. ori sports. Archived from the original on 2 June 2021. Retrieved 2 June 2021. {{cite web}}: External link in |website= (help)
  2. "ଅଧୁରା ରହିଲା ମୟୂରଭଞ୍ଜରେ ଏକାଡେମି ସ୍ୱପ୍ନ, ଡକାଡକି ହୋଇ ଚାଲିଗଲେ ଦୁଇ ବନ୍ଧୁ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.
  3. "Nanda Kishore Patnaik, Odisha's Noted Football Coach, Dies Of COVID-19". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.
  4. "ଚାଲିଗଲେ ଫୁଟ୍‌ବଲ୍‌ ଦ୍ରୋଣାଚାର୍ଯ୍ୟ, ନନ୍ଦକି‌‌ଶୋରଙ୍କ ଅକାଳ ବିୟୋଗରେ ଫୁଟବଲ୍ ଜଗତ ସ୍ତବ୍ଧ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.