ନଟବର ସେଣ

ଉଇକିପିଡ଼ିଆ‌ରୁ

ନଟବର ସେଣ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଭିନେତା ତଥା ନିର୍ଦ୍ଦେଶକ ଥିଲେ । ସେ ମନୀଷା, ସାଧନା, ଯୌବନ, ଓ ଆପଣ କୁହନ୍ତୁ ଆଦି ନାଟକ ପରିବେଷଣ ନିମନ୍ତେ ଜଣାଶୁଣା ଥିଲେ । ୧୯୮୦ରେ ମୁକ୍ତିଲାଭ କରିଥିବା ମେଘମୁକ୍ତି କଥାଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

କର୍ଣ୍ଣବଧ[ସମ୍ପାଦନା]

ନଟବର ସେଣ ୧୯୩୩ ମସିହାରେ ପ୍ରଥମେ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ସେହି ବର୍ଷ ରଜ ସଂକ୍ରାନ୍ତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟବର୍ତ୍ତୀ ଲମ୍ବୋଦରପୁର ଗ୍ରାମକୁ କଟକ ହରିହରପୁର ଯାତ୍ରାଦଳ ଆସି କର୍ଣ୍ଣବଧ ଗୀତାଭିନାୟ ରାତି ସାରା ମଂଚସ୍ଥ କରିଥିଲେ । ବର୍ଷର ବିଭିନ୍ନ ସମୟରେ ଯାତ୍ରାଭିନୟ ଦେଖି ଆଞ୍ଚଳିକ ଯୁବକମାନେ ଅନୁରୂପ ଏକ ଯାତ୍ରାଦଳର ପ୍ରସ୍ତୁତି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଖଣ୍ଡୁଆଳକୋଟ ବ୍ରାହ୍ମଣ ଶାସନର ଦୁଇ ଦୁର୍ଲଭ ଯୁବକ ଚକ୍ରପାଣି ଦାଶ ଓ ଲିଙ୍ଗରାଜ ନନ୍ଦ ନିଜ ଗ୍ରାମ ବ୍ରାହ୍ମଣ ଶାସନରେ ଯାତ୍ରା ତାମସା କରିବା ଅସମ୍ଭବ ବୋଲି ମନେକରି ନିକଟସ୍ଥ ଲମ୍ବୋଦରପୁର ଖଣ୍ଡାୟତ ଗ୍ରାମରେ ଯାତ୍ରା ପାଇଁ ଯୋଜନା କରିଥିଲେ । ସେଠାକାର ଗ୍ରାମବାସୀଙ୍କୁ ରାଜି କରାଇ ସେ ଦୁହେଁ ପ୍ରତ୍ୟେକଙ୍କ ଘରୁ ଜଣେ ଯାତ୍ରାଦଳରେ ଅଣାଇଥିଲେ । ସେମାନଙ୍କର ସହ ବିଶ୍ୱନାଥ କଳାପାହାଡ଼, ନଟବର ବିଶ୍ୱାଳ, ରଘୁନାଥ ସେଣ, ନଟବର ସେଣ, ବୃନ୍ଦାବନ ରାଉତରାୟ, ଗୋଦାବରୀ ଜେନା, ବତ୍ସ ରାଉତରାୟ, ବଟକୃଷ୍ଣ ସେଣ, ଧ୍ୟାନ ସେଣ ଓ ମହନ୍ତ ସିଂ ପ୍ରମୁଖ ଯୋଗଦେଇଥିଲେ । ଅଭିନୟ ପାଇଁ ପ୍ରସ୍ତୁତ ଥିବାବେଳେ ଯାତ୍ରାଦଳକୁ ଉଦୟ ନାଥ ବିଶ୍ୱାଳ ଓ ହରିହର ବିଶ୍ୱାଳ ପାଣ୍ଠି ଯୋଗାଇଥିଲେ । ଚକ୍ରପାଣି ଦାଶଙ୍କ ନିର୍ଦ୍ଦେଶନା ଓ ଲିଙ୍ଗରାଜ ନନ୍ଦଙ୍କ ସଙ୍ଗୀତରେ କର୍ଣ୍ଣବଧ ଗୀତାଭିନୟ ପ୍ରସ୍ତୁତ ହୋଇଥିଲା ।[୧][୨][୩][୪]

ଆଧାର[ସମ୍ପାଦନା]

  1. Editor, Chief (2017-08-05). "ଅମା ଅନ୍ଧାରରେ ଅତୀତ : ଅନ୍ନପୂର୍ଣ୍ଣାର ଆଲୋକ ନିର୍ବାପିତ". Samadhwani (in ଆମେରିକୀୟ ଇଂରାଜୀ). Retrieved 2023-11-28. {{cite web}}: |last= has generic name (help)
  2. ମିଶ୍ର, କେଦାର (2018-02-20). ""ଯାତ୍ରା'ର ଯାତ୍ରା ଯଦି ସରିଯାଉଛି, ଯାଉ". Samadhwani (in ଆମେରିକୀୟ ଇଂରାଜୀ). Retrieved 2023-11-28.
  3. Anubhūti darpaṇare Oḍiā nāṭaka. Oḍiśā Saṅgīta Nāṭaka Ekāḍemī. 2001.
  4. ଘୋଷ, କାର୍ତ୍ତିକ କୁମାର (1984). ଓଡ଼ିଆ ଚଳଚ୍ଚିତ୍ରର ଇତିହାସ. କଟକ: ଗୋବିନ୍ଦ ଚରଣ ପାତ୍ର, ଓଡ଼ିଆ ବୁକ ଷ୍ଟୋର.{{cite book}}: CS1 maint: date and year (link)